Saturday, July 27, 2024
24.8 C
Odisha

    ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ରାଉରକେଲା ସ୍ବତନ୍ତ୍ର ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ । ୨୪ ଵର୍ଷୀୟ ଏନେମ ଲୁଗୁନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ କଏଦୀଙ୍କ ଘର ଝିରପାଣି ଥାନା ଅନ୍ତର୍ଗତ ମାଷ୍ଟରଟୋଲି । ଏଏନଏମ ଲୁଗୁନ ହତ୍ୟା ମାମଲାରେ ଗିରଫ ହୋଇ ୨୦୨୧ରୁ ରାଉରକେଲା ସ୍ବତନ୍ତ୍ର ଜେଲ ହାଜତରେ ଥିଲା । ତେବେ ସେ ଅସୁସ୍ଥ ଥିବାରୁ ରାଉରକେଲା, ବୁର୍ଲା ଓ କଟକରେ ଚିକିତ୍ସିତ ହେଉଥିବା ରାଉରକେଲା ସ୍ବତନ୍ତ୍ର ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି । ଆଜି ସକାଳେ ଅବସ୍ଥା ଗୁରୁତର ହେଵାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଆଇନ ଅନୁସାରେ ମାଜିଷ୍ଟ୍ରେଟ ସ୍ତରୀୟ ଓ ଜୁଡିସିଆଲ ତଦନ୍ତ ହେଵ ଵୋଲି ରାଉରକେଲା ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ