Friday, September 20, 2024
24.1 C
Odisha

    ନିମ୍ନମାନର ଖାଦ୍ୟ ଦିଆଯିବାକୁ ନେଇ ପ୍ରଧାନ ଶିକ୍ଷକଙ୍କୁ କଞ୍ଚାଅଣ୍ଡା ଖୁଆଇଲେ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ଘଟଗାଁ: ଆରେ ଆରେ ଇଏ କଣ । ଏମିତି ଅଣ୍ଡା ଗୁଡାକ ଧରି ଏମାନେ ଏହି ବ୍ୟକ୍ତି ଜଣଙ୍କୁ ଘେରିଛନ୍ତି କାହିଁକି । ଜବରଦସ୍ତି କଞ୍ଚା ଅଣ୍ଡା ଗୁଡାକ ତାଙ୍କୁ ଧରାଉଛନ୍ତି, ଏବଂ ଖାଇବାକୁ ଯିଦ୍ ଧରିଛନ୍ତି । କଣ ହେଇଛି, କିଛି ବୁଝାପଡୁନି । ତେବେ ଏହି ବ୍ୟକ୍ତି ଜଣଙ୍କ ଆଉ କେହି ନୁହଁନ୍ତି ଇଏ ହେଉଛନ୍ତି ଏହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ହେଲେ ଏହି ଲୋକମାନେ ତାଙ୍କୁ ଏମିତି ଘୋଷଡା ଓଟରା କାହିଁକି କରୁଛନ୍ତି ।

    କଥାଟା ହେଲାକି, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମେଦିନପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି । ଯାହାକୁ ନେଇ କୁଆଡେ ପ୍ରଧାନ ଶିକ୍ଷକଙ୍କୁ କଞ୍ଚାଅଣ୍ଡା ଖୁଆଇଛନ୍ତି ଗ୍ରାମବାସୀ । ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ଗ୍ରାମବାସୀ ।

    ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କିଛିଦିନ ହେଲା ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ମାନଙ୍କୁ ଦରସିଝା ଭାତ ଏବଂ କଞ୍ଚାଅଣ୍ଡା ଦିଆଯାଉଥିବାରୁ କିଛି ଅସୁସ୍ଥ ହୋଇଥିଲେ । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଥିଲା । ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ କୁଳମଣି ସେଠିଙ୍କୁ ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆନଯିବାରୁ ଆଜି ଗ୍ରାମବାସୀ ସ୍କୁଲ ଫାଟକ ଧାରଣା ଦେବା ସହ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି କରିଛନ୍ତି । ଦାବି ପୂରଣ ନହେଲେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

    ତେବେ ଏହି ଘଟଣା ଉପରେ ସ୍କୁଲର ପ୍ରଧାନଶିକ୍ଷକ କୁଳମଣି ସେଠୀଙ୍କୁ ପଚାରିବାରୁ ସେ ନିଜ ଉପରୁ ଦୋଷ ଛଡାଇ ଓଲଟା ସ୍କୁଲର ରୋଷେୟା ଏବଂ ସରକାରଙ୍କ ଉପରେ ଦୋଷାରୋପ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

    ଏପଟେ ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କିଏ ସତ କହୁଛି କିଏ ମିଛ । ଏଘଟଣାରେ ତୁରନ୍ତ ହସ୍ତକ୍ଷପ କରି ଉଚିତ୍ ପଦକ୍ଷପ ଗ୍ରହଣ କରାଯିବା ନିହାତୀ ଜରୁରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ