Monday, October 12, 2026
28.9 C
Odisha

    ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ସରକାରଙ୍କ ବିଭିନ୍ନ ଯୋଜନା ସହିତ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପ୍ରଶାସନ କରୁଥିବା ବେଳେ ଆଜିବି ଅନେକ ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ହେଇରହିଛି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଅନେକ ଅଞ୍ଚଳର ଅଧିବାସୀ ବାରମ୍ବାର ଲିଖିତ ଅଭିଯୋଗ ମାଧ୍ୟମରେ ଦାବି ଜଣାଇଲେ ମଧ୍ୟ ତାହାର ସମାଧାନ ହେଉନାହିଁ।କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ଅଞ୍ଚଳବାସୀଙ୍କ ଦ୍ଵାରା ବ୍ଲକ୍ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ଓ ରାଜନେତାମାନଙ୍କୁ ନିଜର ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଥିଲେ ସୁଦ୍ଧା ତାହାର ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି। ଏହି ପଞ୍ଚାୟତ ତରଫରୁ ୪- ଜି ନେଟୱର୍କ ସ୍ଥାପନ, ପାନୀୟଜଳ ସୁବ୍ୟବସ୍ଥା, ମୁଖ୍ୟ ସଡ଼କ ମରାମତି, ଦୁଇଟି ଡେମ ଫାଟକ ମରାମତି, ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ ଓ ଶିକ୍ଷା ବ୍ୟବସ୍ଥା ସହ ଭିତ୍ତିଭୂମି ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ଦାବି ପ୍ରଦାନ କରିଥିଲେ। ଏହାକୁ ନେଇ ଆଜି ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ବିଷ୍ଣୁଦେବ ପ୍ରଧାନ, ସମିତି ସଭ୍ୟ ତଥା ଘୁ.ଉଦୟଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ୍. ଲୁକ, ନାଏବ ସରପଞ୍ଚ ସାରଳା ପ୍ରଧାନ, କଂଗ୍ରେସ ବ୍ଲକ ସଭାପତି ସଦାନନ୍ଦ ନାୟକ, ସମାଜସେବୀ ହୃଷିକେଶ ପ୍ରଧାନଙ୍କ ନେତୃତ୍ୱରେ ଅଞ୍ଚଳବାସୀ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ସାକ୍ଷାତ କରି ଦାବି ପ୍ରଦାନ କରିଛନ୍ତି।

    ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଞ୍ଚଳର ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଥିବା ସମସ୍ତ ସମସ୍ୟା ଉପସ୍ଥାପନ କରି ଅବଗତ କରିଥିବାବେଳେ ଅଞ୍ଚଳବାସୀ ଶାନ୍ତ୍ବନା ମୂଳକ ପ୍ରତିଶ୍ରୁତି ପାଇନଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ରାଜରାସ୍ତାକୁ ରୋକ କରିବା ସହିତ ଭୋଟ ବର୍ଜନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ପ୍ରଦାନ କରିଛନ୍ତି। ଆଜି ରଟିଙ୍ଗିଆ ଅଞ୍ଚଳରୁ ୱାର୍ଡ ସଭ୍ୟା ମନ୍ଦାକିନୀ ନାୟକ, ସାବିତ୍ରୀ ପ୍ରଧାନ, ଲିନା ପ୍ରଧାନ, ରିତାରାଣୀ ପ୍ରଧାନ ସଭ୍ୟ ଜୟ ଚନ୍ଦ୍ର ପ୍ରଧାନ, ଜୟାନନ୍ଦ ପ୍ରଧାନ, ଜନକ ପ୍ରଧାନଙ୍କ ସମେତ କରାଳ ମଲ୍ଲିକ, ମିତ୍ରକା ନାୟକ, ମିଳନ ନାୟକ, ଜୟନନ୍ଦ ନାୟକ, ଉମେଶ ଚନ୍ଦ୍ର ପ୍ରଧାନ ଓ ସାନୁଜ ପ୍ରଧାନଙ୍କ ସହିତ ଅଞ୍ଚଳର ବୁଦ୍ଧିଜୀବୀ ସାମିଲ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.8kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ