Wednesday, July 2, 2025
24.6 C
Odisha

    ସରପଂଚ ପଦ ପାଇଁ ୨ ବର୍ଷର ଲଢ଼େଇ, ଶେଷରେ ସୀତାରାଣି ସେନାପତିଙ୍କୁ ବିଜୟୀ ଘୋଷଣା କଲେ ବାଲେଶ୍ୱର ଜିଲ୍ଲା ଦୌରାଜଜ୍

    ଆଗକୁ ପଢନ୍ତୁ

    ସରପଂଚ ପଦ ପାଇଁ ନ୍ୟାୟାଳୟରେ ୨ ବର୍ଷର ଲଢ଼େଇ । ଶେଷରେ ବାଲେଶ୍ୱର ଭୋଗରାଇ ବ୍ଲକ ନାରାୟଣ ମହାନ୍ତି ପଡ଼ିଆ ପଂଚାୟତ ସରପଂଚ ଭାବେ ସୀତାରାଣି ସେନାପତିଙ୍କୁ ବିଜୟୀ ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲା ଦୌରାଜଜ୍ । ୨୦୨୨ ପଂଚାୟତ ନିର୍ବାଚନରେ ୪ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ ସୀତାରାଣି ସେନାପତି । ସରପଂଚ ନେଇ ତାଙ୍କ ନାମ ମଧ୍ୟ ଘୋଷଣା ସରିଥିଲା । କିନ୍ତୁ ପ୍ରଶାସନିକ ଚାପରେ ପୁନଃ ଗଣତି କରାଯାଇ ପ୍ରତିଦ୍ୱନ୍ଦି ରାଧାରାଣୀ ବେହେରାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଯାହାକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୀତାରାଣି । ଏବେ ୨ବର୍ଷ ପରେ ଆସିଛି କୋର୍ଟଙ୍କ ରାୟ । ଆଉ ସୀତାରାଣୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    91 %
    1.1kmh
    100 %
    Wed
    25 °
    Thu
    26 °
    Fri
    29 °
    Sat
    28 °
    Sun
    24 °

    ସମ୍ବନ୍ଧିତ