Monday, September 14, 2026
24.7 C
Odisha

    ମଣିପୁରରେ ପୁଣି ହିଂସା: ଉଗ୍ରବାଦୀଙ୍କ ଗୁଳିରେ ୨ ମୃତ

    ଆଗକୁ ପଢନ୍ତୁ

    ଇମ୍ଫାଲ/ନୂଆଦିଲ୍ଲୀ: ମଣିପୁରରେ ଆଜି କୁକି ସଂପ୍ରଦାୟର ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଡ୍ରୋନ୍‌ ଆକ୍ରମଣରେ ୧୦ଜଣ ଆହତ ହୋଇଛନ୍ତି । ନିହତ ମହିଳାଙ୍କ ୧୨ ବର୍ଷର ଝିଅ ମଧ୍ୟ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ପୁଲିସ କର୍ମୀ ଅଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ଆହତ ହୋଇଥିବା ଉଭୟ ପୁଲିସ କର୍ମୀ ବିପଦମୁକ୍ତ ଥିବା ସୂଚନା ମିଳିଛି। ଉଗ୍ରବାଦୀମାନେ ଡ୍ରୋନ୍‌ରୁ କେତେକ ଘର ଉପରେ ବୋମା ପକାଇବା ସହ ସୁରକ୍ଷା ବାହିନୀକୁ ମଧ୍ୟ ଟାର୍ଗେଟ୍‌ କରି ଆକ୍ରମଣ କରିଥିଲେ।

    କାଙ୍ଗପୋକ୍ପିର ନାଖୁଜଙ୍ଗ ଗାଁରୁ ଇମ୍ଫାଲ ପଶ୍ଚିମର କାଡାଙ୍ଗବନ୍ଦ ଅଭିମୁଖେ ଅପରାହ୍ଣ ୨ଟା ୩୫ମିନିଟରେ ଗୁଳିଚାଳନା ଆରମ୍ଭ ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୨ ଜଣ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ନିହତ ମହିଳାଙ୍କ ନାବାଳିକା ଝିଅ ଗୁରୁତର ଆହତ ହୋଇଛନ୍ତି। କାଡାଙ୍ଗବନ୍ଦର ବାସିନ୍ଦା କହିଛନ୍ତି ଯେ ଗୋଟିଏ ଡ୍ରୋନ୍‌ରୁ ଘର ଉପରେ ବୋମା ମଧ୍ୟ ପକାଯାଇଥିଲା। ଡ୍ରୋନ୍‌ରୁ ବୋମା ପକାଯିବା ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ବେଳେ ଲୋକମାନେ ଭୟରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଗତକାଲିଠାରୁ କୁକି-ଜୋ ସମ୍ପ୍ରଦାୟର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଛନ୍ତି।

    ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ପୁଣି ଉତ୍ତେଜନା ସରକାରଙ୍କ ଚିନ୍ତା ବଢ଼ାଇଛି। କୁକି-ଜୋ ସମ୍ପ୍ରଦାୟର ସଦସ୍ୟମାନେ ଏକ ସ୍ୱତନ୍ତ୍ର ପ୍ରଶାସନ ଦାବିରେ ନିକଟରେ ୩ଟି ରାଲି କରିଛନ୍ତି, ଯେଉଁଥିରେ କେତେକ ଆପତ୍ତିଜନକ ମନ୍ତବ୍ୟ ଯୋଗୁଁ ଉତ୍ତେଜନା ବଢ଼ିଛି। ଆଦିବାସୀ ଅଧ୍ୟୁଷିତ ଚୁରାଚାନ୍ଦପୁର, କାଙ୍ଗପୋକ୍ପି ଓ ତେଙ୍ଗନୁପାଲ ଜିଲ୍ଲାର ଲିଶାଙ୍ଗ, କିଥେଲମାନବୀ ଓ ମୋରେହଠାରେ କୁକି ଓ ମୈତେଇ ସଂପ୍ରଦାୟ ମଧ୍ୟରେ ପୁଣି ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି। ଚୁରାଚାନ୍ଦପୁର ଜିଲ୍ଲାରେ ଥିବା ରାଜ୍ୟ ବିଜେପି ମୁଖପାତ୍ର ମାଇକେଲ ଲାମଜାଥାଙ୍ଗଙ୍କ ପୈତୃକ ବାସଭବନରେ ଅଜ୍ଞାତ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.2kmh
    6 %
    Mon
    25 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ