Wednesday, September 9, 2026
24.7 C
Odisha

    ମାହାଲ ମାଣ୍ଡା ପରେ … ପରୀକ୍ଷା ଆଡ଼ମିଟ କାର୍ଡରେ ସନି ଲିଓନି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଓଡିଶା ରେ ମହାଲ ମ।ଣ୍ଡ। ପରେ ଏବେ ଉତ୍ତର ପ୍ରଦେଶରେ ଆଡମିଟ କାର୍ଡରେ ପରୀକ୍ଷାର୍ଥିଙ୍କ ନାଁ ସନି ଲିଓନି ବୋଲି ଲେଖାଯାଇଛି । ଭାଇରାଲ ହେଉଥିବା ଆଡମିଟ କାର୍ଡରେ ପ୍ରାର୍ଥିଙ୍କ ନାଁ ସନି ଲିଓନି ଲେଖାଯାଇଥିବା ବେଳେ ଏଥିରେ ଅଭିନେତ୍ରୀଙ୍କର ଦୁଇଟି ଫଟୋ ମଧ୍ୟ ଲଗାଯାଇଛି ।
    ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ କନଷ୍ଟେବଳ ପାଇଁ ୬୦,୨୪୪ ପଦରେ ନିଯୁକ୍ତି ପାଇଁ ୨ ଦିନିଆ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୮ ଲକ୍ଷରୁ ଅଧିକ ଆଶାୟୀ ପ୍ରାର୍ଥି ପରୀକ୍ଷା ଦେଉଛନ୍ତି । ଆଜି ପ୍ରଥମ ଦିନରେ ଅନେକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଛି । ଏଥିରେ ଅନେକ ପରୀକ୍ଷାର୍ଥି କପି କରୁଥିବା ବେଳେ ଧରା ପଡ଼ିଛନ୍ତି । ଏହାଭିତରେ କନୌଜ ଜିଲ୍ଲାରେ ଏକ ଆଡମିଟ କାର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଧିରେ ଧିରେ ସାରା ଭାରତରେ ଏହି ଆଡମିଟ କାର୍ଡର ଫଟୋ ଖୁବ ଚର୍ଚ୍ଚାରେ ରହିଛି । ଆଡମିଟ କାର୍ଡରେ ପରୀକ୍ଷାର୍ଥିଙ୍କ ନାଁ ସନି ଲିଓନି ବୋଲି ଲେଖାଯାଇଛି । ଭାଇରାଲ ହେଉଥିବା ଆଡମିଟ କାର୍ଡରେ ପ୍ରାର୍ଥିଙ୍କ ନାଁ ସନି ଲିଓନି ଲେଖାଯାଇଥିବା ବେଳେ ଏଥିରେ ଅଭିନେତ୍ରୀଙ୍କର ଦୁଇଟି ଫଟୋ ମଧ୍ୟ ଲଗାଯାଇଛି । ତେବେ ଅଧିକାରୀଙ୍କୁ ଏ ନେଇ ସୂଚନା ମିଳିବା ପରେ ମାମଲା ଖୁବ ସରଗରମ ହୋଇ ଯାଇଛି । ଆଡମିଟ୍ କାର୍ଡ ଅନୁଯାୟୀ, ପ୍ରାର୍ଥୀଙ୍କୁ ତିରୱା ସ୍ମିଥ୍ ସୋନେଶ୍ରି ମେମୋରିଆଲ୍ ବାଳିକା ମହାବିଦ୍ୟାଳୟରେ ପରୀକ୍ଷା ବୋକୁ ଯାଇଥିଲେ। ତେବେ ପ୍ରାର୍ଥୀ ତାଲିକାରେ ଏହି ପରୀକ୍ଷାର୍ଥୀଙ୍କ ବିଷୟରେ ଜାଣିବା ପରେ ଡ୍ୟୁଟିରେ ଥିବା ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସମୟ ମଧ୍ୟରେ ସନ୍ନି ଲିଓନିଙ୍କ ନାମରେ ଜାରି ହୋଇଥିବା ଏହି ଆଡମିଟ୍ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଡମିଟ୍ କାର୍ଡ ଭାଇରାଲ୍ ହେବା ପରେ ଉତ୍ତରପ୍ରଦେଶ ପୋଲିସ୍ ନିଯୁକ୍ତି ଏବଂ ପଦୋନ୍ନତି ବୋର୍ଡ ଏହାକୁ ନକଲି ଆଡମିଟ୍ କାର୍ଡ ବୋଲି ସୂଚନା ଦେଇଛନ୍ତି। ଫର୍ମ ପୂରଣ କରିଥିବା କିଛି ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡ ରିଲିଜ୍ ସମୟରେ ଭୁଲ ଫଟୋ ଅପଲୋଡ୍ ହୋଇଥିଲା । ନିଯୁକ୍ତି ବୋର୍ଡ ଅଭିଯୋଗ ପାଇବା ମାତ୍ରେ ଏହିପରି ଆଡମିଟ୍ କାର୍ଡଗୁଡିକରେ ସଂଶୋଧନ ମୂଳକ ଫଟୋ ପାଇଁ ସ୍ଥାନ ଫାଙକା ଦିଆଯାଇଛି । ଏହାପରେ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଟୋଗ୍ରାଫ ଏବଂ ଆଧାର କାର୍ଡ ସହିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବର୍ତ୍ତମାନ ପୋଲିସ ଭର୍ତ୍ତି ପାଇଁ ‘ସନି ଲିଓନି’ଙ୍କ ଏହି ଆଡମିଟ କାର୍ଡ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    89 %
    1.3kmh
    100 %
    Tue
    25 °
    Wed
    31 °
    Thu
    28 °
    Fri
    27 °
    Sat
    29 °

    ସମ୍ବନ୍ଧିତ