Wednesday, September 30, 2026
23.8 C
Odisha

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନବରଂଗପୁରରେ ବିକାଶ କାମର ହିସାବ ଦେଲେ ଭି କେ ପାଣ୍ଡିଆନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି। ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ। ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ।

    ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ତାଙ୍କର ରାଗ ହେଉଛି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ କାହିଁକି ଏତେ ସୁବିଧା ଦେଉଛନ୍ତି। ମା ମାନଙ୍କୁ କାହିଁକି ଏତେ ସୁବିଧା ଦେ ଉଛନ୍ତି। ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିସନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ। ତାଙ୍କୁ ଅନୁରୋଧ ସେ ମା ମାନଙ୍କୁ  ବାରମ୍ବାର ଅପମାନିତ ନ କରନ୍ତୁ, ମା ମାନେ ତାଙ୍କୁ ଉଚିତ ଜବାବ ଦେବେ।  ଆପଣମାନେ ତାଙ୍କୁ ପ୍ରଶ୍ନ ପଚାରନ୍ତୁ, ସେମାନେ ଉତ୍ତର ଦେଇପାରିବେ ନାହିଁ।
    ସେ କହିଲେ ଯେ କେନ୍ଦ୍ରମନ୍ତ୍ରୀ ବଡ ବଡ କଥା କହୁଛନ୍ତି। କିନ୍ତୁ ୫ ବର୍ଷ ହେଲା ଶିକ୍ଷାମନ୍ତ୍ରୀ ହେଲେଣି, ଆପଣଙ୍କ ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଲେ ନାହିଁ । ସେ ଚାହିଁଥିଲେ ନବରଙ୍ଗପୁରରେ ତିନି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ। କିନ୍ତୁ ହୋଇପାରିଲା ନାହିଁ। ଓଡିଶା ସରକାର ୫ଟିରେ ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି। ସେ କହିଲେ ଯେ ବିକାଶ ପାଇଁ ଶାନ୍ତି ଦରକାର। ଶାନ୍ତି ଥିଲେ ପ୍ରଗତୀ ଆସେ। ଆମ ମୁଖ୍ୟମନ୍ତ୍ରୀ ଓଡିଶାରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି, ତେଣୁ ବିକାଶ ହେଉଛି। ପଡୋଶୀ ରାଜ୍ୟ ଛତିଶଗଡ କଥା ଉଠାଇ ସେ କହିଲେ ଦେଖନ୍ତୁ, ସେଠାରେ ବାରମ୍ବାର ସରକାର ବଦଳୁଛି,କିନ୍ତୁ ଶାନ୍ତି ନାହିଁ।
    ଆମ ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ବହୁତ ଭଲ ପାଆନ୍ତି, ସମ୍ମାନ କରନ୍ତି,ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କୋଉ ରାଜ୍ୟ ବି ଚିନ୍ତା କରିନାହିଁ । ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି। ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍‌ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଆପଣାନେ ଆଉ ହଇରାଣ ହେବେ ନାହିଁ। କୋର୍ଟ କଚେରୀ ଦୌଡିବାକୁ ପଡିବ ନାହିଁ। ଜୀବିକା ପାଇଁ ଜଙ୍ଗଲ ଉପରେ ଆପଣମାନେ ନିର୍ଭର କରନ୍ତି । ଆପଣ ସଂଗ୍ରହ କରିଥିବା ଜିନିଷକୁ କମ୍‌ ଦାମରେ ବିକନ୍ତି। କିଛି ଲାଭ ପାଆନ୍ତି ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ କରିଛନ୍ତି ଲାଭ ଯୋଜନା। ଏଥିରେ ସରକାର ଆପଣଙ୍କ ଜିନିଷ ଠିକ୍‌ ଦାମ ଦେଇ କିଣିନେବେ। ଆପଣଙ୍କୁ ଆଉ କେହି ଠକି ପାରିବେ ନାହିଁ।

    ସେ କହିଲେ ଯେ ପିଲାମାନେ ହେଉଛନ୍ତି ଆମ ଭବିଷ୍ୟତ। ତେଣୁ ଜନଜାତି ପିଲାଙ୍କ ପାଠ ପଢିବା ପାଇଁ ମୁଖ୍ୟମନ୍ତ୍ରୀ ହଷ୍ଟେଲ କରିଛନ୍ତି । ସାରା ଭାରତରେ ସବୁଠାରୁ ଅଧିକ ହଷ୍ଟେଲ ସେ ଓଡିଶାରେ କରିଛନ୍ତି। ୫ଟି ସ୍କୁଲ ରୂପାନ୍ତରରେ ୮୫୦୦ ସ୍କୁଲର ରୂପାନ୍ତର କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୪ଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି।
    ଆମ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କ ଅନୁରୋଧରେ ଆମେ ଯେଉଁ ସବୁ କାମ ପାଇଁ ପଦକ୍ଷେପ ନେଇଛୁ, ସେ ସବୁ କାମର ହିସାବ ଦେବା ପାଇଁ ଆସିଛି।
    ଉମରକୋଟର ବିକାଶର ହିସାବ ଦେଇ ସେ କହିଲେ ଯେ ଏଠାରେ ୨୧୨ କୋଟି ଟଙ୍କାର କାମ ଚାଲିଛି। ମା ପେଣ୍ଡ୍ରାଣୀ ମନ୍ଦିର କାମ ଶେଷ ହୋଇଛି। ପୋଡାଗଡ ଶିବ ମନ୍ଦିର ଓ ଐତିହ୍ୟ ସ୍ଥଳ ପାଇଁ ୩ କୋଟି ଟଙ୍କାର କାମ ଚାଲିଛି।  ଉମରକୋଟରେ ଡାଇଲିସିସ୍‌ ସେଣ୍ଟର ଖୋଲିଛି। ୫୦ କୋଟିରେ ୫ଟି ରାସ୍ତା କାମ ଚାଲିଛି। ବିଏସ୍‌କେୱାଇରେ ଉମରକୋଟର ସିପ୍ରା ସାନା ପାଇଲେ ୭ ଲକ୍ଷ ୨୦ ହଜାର, ପ୍ରଦୀପ ପଟ୍ଟନାୟକ ପାଇଲେ ୪ ଲକ୍ଷ ଟଙ୍କା।
    ଝରିଗାଁରେ ସେ କହିଲେ ଯେ ମୁଁ ଯେତେବେଳ ଆସିଥିଲି, ସେତେବେଳେ ବର୍ଷା ହେଉଥିଲା। ତାସତ୍ତ୍ବେ ବି ଆପଣମାନେ ବହୁ ସଂଖ୍ୟାରେ ଆସି ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ। ସତୀଘାଟ, ମାଲଗାଁରେ ଜଳସେଚନ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହୋଇଛି। ଝରିଗାଁ ପାଇଁ ଡିଗ୍ରୀ କଲେଜ ମଞ୍ଜୁର ହୋଇଛି। ଚନ୍ଦାହାଣ୍ଡି ଝରିଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ  ଦିଆଯାଉଛି । ଝରିଗାଁରୁ ମେଦେନା ରାସ୍ତା ପାଇଁ ୪୫ କୋଟି, ଉମରକୋଟ-ଚନ୍ଦାହାଣ୍ଡି ମାଲଗାଁ ରାସ୍ତା ପାଇଁ  ୬୧ କୋଟି, ଭୈରଘୁମର ଜଳପ୍ରପାତ ଠାରେ ପର୍ଯ୍ୟଟନ ପାଇଁ ୩ କୋଟି ୨୫ ଲକ୍ଷ, ଚନ୍ଦନଧାରା ଜଳପ୍ରପାତରେ ପର୍ଯ୍ୟଟନର ବିକାଶ ପାଇଁ ୩ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ