Monday, September 21, 2026
23.7 C
Odisha

    ପୁଣି ଇସ୍ରାଏଲ ସେନାର ଆକ୍ରମଣ; ୧୧ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହମାସ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଗାଜାର ବିଭିନ୍ନ ଅଞ୍ଚଳରେ ଇସ୍ରାଏଲ ସେନାର ଆକ୍ରମଣରେ ଅନେକ ଜୀବନ ଯାଇଛି। ଇସ୍ରାଏଲ ଡିଫେନ୍ସ ଫୋର୍ସେସର ଆକ୍ରମଣରେ ୧୧ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଯୁଦ୍ଧ ବିରତି ନେଇ କୌଣସି ସହମତି ହୋଇନଥିବା ବେଳେ କତାର ଏହାକୁ ନେଇ ଆଶାବାଦୀ ଅଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ଲାଗି ପ୍ରୟାସ ଚଳାଇଛି କତାର। ତେବେ ଏନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ। ସ୍ଥିତି ଏବେବି ସଂକଟାପନ୍ନ ରହିଛି। ଗାଜାରେ ସାଧାରଣ ଜନତା ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଛନ୍ତି। ସେପଟେ ଗାଜାରେ ସ୍ଥିତି ନେଇ ଜାତିସଂଘ ପକ୍ଷରୁ ସହାୟତା ପ୍ରଦାନ କରିବାକୁ ଆହ୍ଵାନ କରିଛି । ମାନବୀୟ ସହାୟତା ପ୍ରଦାନ କରିବାକୁ ଆହ୍ଵାନ କରିଛି ଜାତିସଂଘ। ଇଜିପ୍ଟ ସୀମାନ୍ତ ରାଫା ଦେଇ ସହାୟତା ପ୍ରଦାନ କରିବାକୁ ପ୍ରୟାସ ଚାଲିଛି। ଜୋର୍ଡାନ ମଧ୍ୟ ଗାଜାବାସୀଙ୍କୁ ମାନବୀୟ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ଵାରୋପ କରିଛି।

    ଅନ୍ୟପଟେ ଆଗକୁ ପବିତ୍ର ରମଜାନ ମାସ। ଏ ସମୟରେ ଗାଜା ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବାକୁ ଚାହୁଁଛି ଆମେରିକା । ଏଥିପାଇଁ ଗାଜାରେ ୬ ସପ୍ତାହ ଲାଗି ଯୁଦ୍ଧ ବିରତି ପ୍ରସ୍ତାବ ଉପରେ ଗୁରୁତ୍ବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    95 %
    0.2kmh
    100 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ