Tuesday, March 17, 2026
22.9 C
Odisha

    ହମାସ ଅସ୍ତ୍ର ଛାଡ଼ିଦେଲେ ଯୁଦ୍ଧ ବନ୍ଦ କରିବୁ: ନେତାନ୍ୟାହୁ

    ଆଗକୁ ପଢନ୍ତୁ

    ତେଲ୍‌ ଅବିବ: ଗାଜାକୁ ନିୟନ୍ତ୍ରଣ କରୁଥିବା ଆତଙ୍କବାଦୀ ସଂଗଠନ ହମାସ ମୁଖ୍ୟ ତଥା ଅକ୍ଟୋବର ୭ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ୟାହ୍ୟା ସିନ୍‌ୱାରକୁ ନିପାତ କରାଯାଇଛି ବୋଲି ଇସ୍ରାଏଲ ସ୍ପଷ୍ଟ କରିବାର କିଛି ଘଣ୍ଟା ପରେ ହମାସ୍‌ ମଧ୍ୟ ଏହାକୁ ସ୍ବୀକାର କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଗାଜା ନାଗରିକଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ଯଦି ହମାସ ଅସ୍ତ୍ର ଛାଡ଼ି ଦେବାପାଇଁ ଏବଂ ପଣବନ୍ଦୀ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛାଡ଼ିଦେବାପାଇଁ ରାଜି ହୁଏ ତା’ହେଲେ ଆମେ ଯୁଦ୍ଧ ଆସନ୍ତାକାଲି ହିଁ ବନ୍ଦ କରିଦେବୁ। ଏକ୍ସରେ ଏକ ଭିଡିଓ ସେୟାର କରି ନେତାନ୍ୟାହୁ କହିଛନ୍ତି, ‘ୟାହ୍ୟା ସିନ୍‌ୱାର ନିପାତ‌ ହେଲା। ଇସ୍ରାଏଲର ସାହସୀ ସୈନିକମାନେ ତାକୁ ରାଫାରେ ନିପାତ କରିଛନ୍ତି। କିନ୍ତୁ ଏହା ଗାଜାରେ ଯୁଦ୍ଧର ଶେଷ ନୁହେଁ ବରଂ ଏହା ଶେଷର ଆରମ୍ଭ। ଗାଜା ଲୋକଙ୍କ ପାଇଁ ମୋର ଅତି ସରଳ ବାର୍ତ୍ତା ରହିଛି ଏବଂ ତାହା ହେଉଛି ଏହି ଯୁଦ୍ଧ ଆସନ୍ତାକାଲି ଶେଷ ହୋଇଯାଇପାରେ । ଯଦି ହମାସ ଅସ୍ତ୍ର ଛାଡ଼ିଦେବା ସହ ପଣବନ୍ଦୀଙ୍କୁ ଫେରାଇ ଦେବାପାଇଁ ରାଜି ହେବ ତା’ହେଲେ ଆମ ତତ୍କାଳ ଯୁଦ୍ଧ ବନ୍ଦ ପାଇଁ ପଦକ୍ଷେପ ନେବୁ।
    ଇରାନରେ ବି ଆତଙ୍କୀ ଶାସନ ଶେଷ ହେବ

    ନେତାନ୍ୟାହୁ କହିଛନ୍ତି, ହମାସ ଗାଜାରେ ୧୦୧ ଜଣଙ୍କୁ ପଣବନ୍ଦୀ ରଖିଛି। ୨୩ ରାଷ୍ଟ୍ରର ନାଗରିକଙ୍କୁ ହମାସ ପଣବନ୍ଦୀ ରଖିଥିବା ସେ କହିଛନ୍ତି। ନେତାନ୍ୟାହୁ ମଧ୍ୟ କଡ଼ା ଚେତାବନୀ ଦେଇ କହିଛନ୍ତି,‌ ଯେଉଁମାନଙ୍କୁ ପଣବନ୍ଦୀ ରଖାଯାଇଛି ଇସ୍ରାଏଲ ସେମାନଙ୍କୁ ନ୍ୟାୟ ଦେବ। ଯଦି ଆମ ପଣବନ୍ଦୀଙ୍କର କିଛି କ୍ଷତି ହୁଏ ତେବେ ଇସ୍ରାଏଲ ଏହାର କଡ଼ା ଜବାବ ଦେବ। ନେତାନ୍ୟାହୁ ମଧ୍ୟ ତାଙ୍କ ବାର୍ତ୍ତାରେ ଇରାନରେ କିଭଳି ଆତଙ୍କର ଅକ୍ଷ ଭୁଶୁଡ଼ି ପଡ଼ିଲା ତାହା ଦର୍ଶାଇଛନ୍ତି। ହେଜବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲାକୁ ନିପାତ କରାଯିବାକୁ ଦର୍ଶାଇ ନେତାନ୍ୟାହୁ କହିଛନ୍ତି, ଇରାନ ଏବଂ ଏହାର ପ୍ରକ୍ସି ସଂଗଠନ ଦ୍ବାରା ଇରାକ, ସିରିୟା, ଲେବାନନ୍‌ ଏବଂ ୟେମେନରେ ଜାରି ରହିଥିବା ଆତଙ୍କୀ ଶାସନର ପରିସମାପ୍ତି ହେବ। ନସ୍‌ରଲା, ମୋହସେନ, ହାନିୟେହ, ଡିଫ୍‌ ଏବଂ ସିନ୍‌ୱାର ସମସ୍ତେ ନିପାତ ହେଲେ। ଇରାନ ଏହାର ନିଜ ନାଗରିକଙ୍କ ଉପରେ ଯେଉଁ ଆତଙ୍କବାଦ ଶାସନ ଚଳାଇଛି ତାହା ବି ଶେଷ ହେବ। ସେ କହିଛନ୍ତି, ଯେଉଁମାନେ ମଧ୍ୟ ପ୍ରାଚ୍ୟରେ ଶାନ୍ତି ଏବଂ ସମୃଦ୍ଧିର ଭବିଷ୍ୟତ ଚାହୁଛନ୍ତି ସେମାନେ ଏକ ଉତ୍ତମ ଭବିଷ୍ୟତ ପାଇଁ ଏକଜୁଟ୍‌ ହେବା ଉଚିତ। ମିଳିତ ଭାବେ ଆମେ ଅନ୍ଧକାରର ଶକ୍ତିକୁ ପଛକୁ ହଟାଇ ପାରିବା ଏବଂ ଆମ ସମସ୍ତଙ୍କ ପାଇଁ ଆଲୋକର ଭବିଷ୍ୟତ ସୃଷ୍ଟି କରିପାରିବା ବୋଲି ନେତାନ୍ୟାହୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    64 %
    3.3kmh
    85 %
    Tue
    24 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ