Wednesday, March 25, 2026
22 C
Odisha

    ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପାଇଁ ନିର୍ବାଚନ ଲଢୁଛି: ଜେପି ନଡ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ଭାରତୀୟ ଜନତା ପାର୍ଟି (ବିଜେପି)ର ସଂକଳ୍ପ ପତ୍ର ରବିବାର ଅପରାହ୍‌ଣରେ ଉନ୍ମୋଚିତ ହୋଇଛି। ଏହି ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଓଡ଼ିଶାରେ ବିଜେପି ବିରୋଧୀ ଆସନରେ ବସିବାକୁ ଚାହୁଁନାହିଁ। ସରକାର ଗଢ଼ିବାକୁ ନିର୍ବାଚନ ଲଢ଼ୁଛି। ନବୀନ ପଟ୍ଟନାୟକଙ୍କ ସରକାରରେ ଖେତକୁ ପାଣି ପହଞ୍ଚୁ ନାହିଁ। ଓଡ଼ିଶା ଚାଷୀଙ୍କ ଆୟ ସବୁଠାରୁ କମ୍‌। ଏଠାରୁ ସବୁଠାରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ପ୍ରତି ଘରେ ଦାଦନ ଶବ୍ଦ ଗୁଞ୍ଜରଣ ହେଉଛି। ଏଥି ପାଇଁ ସରକାରଙ୍କ କୌଣସି ଚିନ୍ତା ନାହିଁ। ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ମହିଳା ଉତ୍ପୀଡ଼ନ କ୍ଷେତ୍ରରେ ଓଡ଼ିଶା ୧ ନମ୍ବରରେ ରହିଛି। ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେଡିର ନେତା ସଂପୃକ୍ତ ଅଛନ୍ତି। ବିଜେଡିର ୪୫ ଜଣ ବିଧାୟକ ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ଅପରାଧିକ ମାମଲାରେ ଜଡ଼ିତ। ଶ୍ରୀ ନଡ୍ଡା କହିଛନ୍ତି, ବିଗତ ୧୦ ବର୍ଷ ମଧ୍ୟରେ ରାଜନୀତିର ସଂସ୍କୃତି, ଶୈଳୀ, ଧାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପରିବର୍ତ୍ତନ ହୋଇଛି। ଆଜିର ଦିନରେ ସଂକଳ୍ପ ପତ୍ର ଗୁରୁତ୍ବପୂର୍ଣ୍ଣ। କଂଗ୍ରେସକୁ ଟାର୍ଗେଟ କରି ଶ୍ରୀ ନଡ୍ଡା କହିଛନ୍ତି, କଂଗ୍ରେସ ଶାସନରେ ଏହା କେବଳ ଲୋକଙ୍କୁ ଦେଖାଯାଉଥିଲା। କିନ୍ତୁ ମୋଦୀଙ୍କ ନେତୃତ୍ବରେ ସଂସ୍କାର, ପରଂପରା ଓ ରୂପାନ୍ତରଣ ହୋଇଛି। ଯେଉଁଠି ବିଜେପି ସରକାର ନାହିଁ, ସେଠାରେ ଆଞ୍ଚଳିକବାଦ, ଦୁର୍ନୀତି, ଜାତିକୁ ନେଇ ରାଜନୀତି ଚାଲିଛି। କିନ୍ତୁ ମୋଦୀଙ୍କ ନେତୃତ୍ବରେ ବିକାଶର ରାଜନୀତି ଚାଲିଛି। ଆମେ ସଂକଳ୍ପ ପତ୍ରରେ ଯାହା ଘୋଷଣା କରିଛୁ, ତାହା ପୂରଣ କରିବୁ।
    ସ୍ଥାନୀୟ ମେ ଫାୟାର ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ନଡ୍ଡା କହିଛନ୍ତି, ମୋଦୀ ସରକାର ଯେତେବେଳେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତିର ଦେଶ ଭାବେ ଛିଡ଼ା ହେବ। ଭାରତରୁ ମେଡିସିନ ବାହାରକୁ ରପ୍ତାନୀ ହୋଇଛି। କିଛି ବର୍ଷ ପୂର୍ବରୁ ଭାରତକୁ ମୋବାଇଲ ଆମଦାନୀ ହେଉଥିଲା। ଏବେ ସେହି ପରଂପରାରେ ପରିବର୍ତ୍ତନ ହୋଇଛି। ଭାରତରୁ ବିଦେଶକୁ ମୋବାଇଲ ରପ୍ତାନୀ ହେଉଛି। ମୋଦୀ ଗ୍ରାମାଞ୍ଚଳର ମହିଳା, ଗରିବ, ପୀଡିତ, ଆଦିବାସୀ, ଯୁବବର୍ଗଙ୍କ ଚିନ୍ତା କରୁଛନ୍ତି। ରାସନ, ଆବସ, ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି। କିନ୍ତୁ ନବୀନ ସରକାର ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରୁନାହାନ୍ତି।
    ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଏହି ଇସ୍ତାହାର ଗରିବରୁ ମଧ୍ୟବିତ୍ତ ପର୍ଯ୍ୟନ୍ତ ଲୋକଙ୍କର ହୃଦୟକୁ ଛୁଇଁବ। ମହିଳା, ଯୁବକ, ଗରିବ ଓ କୃଷକକୁ ଆଧାର କରି ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି। ସାଧାରଣ ଲୋକଙ୍କର କିଛି ବିଶ୍ବାସକୁ ଆଧାର କରି ପ୍ରସ୍ତୁତ ହୋଇଛି। ୭୫ ବର୍ଷ ପରେ ଓଡ଼ିଶାରେ ଏକାକୀ ସରକାର ହେବ। ଏହା ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି। ସାଧାରଣ ଲୋକ ଓଡ଼ିଶାର ପରିବର୍ତ୍ତନ ଚାହୁଁଛନ୍ତି। ୧୦୦ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରିବୁ ଓ ଏମ୍‌ଏସପି ୩୧୦୦ ଟଙ୍କା କରିବୁ। ଯାହା ୭୫ ବର୍ଷରେ ହୋଇପାରି ନାହିଁ, ତାହା ଆମେ ୫ ବର୍ଷ ଭିତରେ କରିବୁ।

    ବିଜେପିର ସଂକଳ୍ପ ପତ୍ର ଭିନ୍ନ କଥା କହିବ। ଆମେ ଯେତିକି ସଂକଳ୍ପ କରିଛୁ, ତାହା ପୂରା କରିଛୁ। ରାଜ୍ୟରେ ଏଥର ବିଜେପି ସରକାର ଗଢ଼ିବ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ।

    ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାରୁ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଭୂପିନ୍ଦର ଯାଦବ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ରାଜ୍ୟ ପ୍ରଭାରୀ ବିଜୟ ସିଂହ ତୋମାର, ରାଜ୍ୟ ଉପସଭାପତି ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    83 %
    1.8kmh
    1 %
    Wed
    38 °
    Thu
    38 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ