Saturday, October 3, 2026
23 C
Odisha

    ମାଘରେ ବଢ଼ିଲା ତାତି

    ଆଗକୁ ପଢନ୍ତୁ

    ମାଘରେ ବଢ଼ିଲା ଖରା। ଯେଉଁ ମାସରେ ବାଘ ଭଳି ଶୀତ ହେବା କଥା ସେହି ମାସରେ ଅନୁଭୂତ ହେଲାଣି ଗରମ। ଯେପରି ଲାଗୁଛି ରାଜ୍ୟରେ ଖରାଦିନ ଆରମ୍ଭ ହୋଇଗଲାଣି। ଗତକାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ବୃଦ୍ଧି ପାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

    ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗତ ରାତିରେ ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଅଧିକ ରହିଥିଲା। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୩ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା ।

    ଆଗାମୀ ୩ ଦିନ ଯାଏ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ୨ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ଘଟିବାରେ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

    ଗତକାଲି ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ କିମ୍ବା ତା’ଠୁ ଅଧିକ ରହିଥିଲା।  ପୁରୀରେ ରାତି ତାପମାତ୍ରା ୨୪ ଡ଼ିଗ୍ରୀ ରହିଥିବା ବେଳେ ପାରାଦ୍ୱୀପରେ ୨୩.୬ ଡ଼ିଗ୍ରୀ, କେନ୍ଦ୍ରାପଡା ୨୨.୪ ଡ଼ିଗ୍ରୀ, ଗୋପାଳପୁର ୨୧.୯ ଡ଼ିଗ୍ରୀ, ଚାନ୍ଦବାଲି ୨୧.୯ ଡ଼ିଗ୍ରୀ, ବାଲେଶ୍ୱର ୨୧.୭ ଡ଼ିଗ୍ରୀ ଓ ଭୁବନେଶ୍ୱର: ୨୧.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

    ସେହିପରି ଟିଟଲାଗଡରେ ୨୧ ଡ଼ିଗ୍ରୀ, ଢେଙ୍କାନାଳ: ୨୧ ଡ଼ିଗ୍ରୀ, ଭଦ୍ରକ ୨୧ ଡ଼ିଗ୍ରୀ, ଯାଜପୁର: ୨୧ ଡ଼ିଗ୍ରୀ, ମାଲକାନଗିରି ୨୦.୯ ଡ଼ିଗ୍ରୀ, ଭବାନୀପାଟଣା: ୨୦.୫ ଡ଼ିଗ୍ରୀ, ତାଳଚେର: ୨୦ ଡ଼ିଗ୍ରୀ ଓ କଟକରେ: ୨୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ