Saturday, July 27, 2024
24.6 C
Odisha

    ବିଜେଡି-ବିଜେପି ମେଣ୍ଟକୁ ନେଇ ଶାହାଙ୍କ ବଡ ବୟାନ । କହିଲେ, ଏଯାଏଁ ମେଣ୍ଟ ନିଷ୍ପତ୍ତି ହେଇନି, ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ ମେଣ୍ଟର ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ଓଡିଶାରେ ଏକାଠି ଲଢିବେ କି ବିଜେଡି-ବିଜେପି? ଏହି ପ୍ରଶ୍ନକୁ ନେଇ ଆଜି ବି ଅନେକ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥିବାବେଳେ, ବିଜେପିର ଚାଣକ୍ୟ ତଥ୍ୟା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଇଛନ୍ତି ବଡ ବୟାନ । ଜାତୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୧୮ର କନକ୍ଲେଭରେ ଯୋଗ ଦେଇ ଅମିତ ଶାହା କହିଛନ୍ତି, ବିଜେଡି-ବିଜେପି ମେଣ୍ଟ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ନିଷ୍ପତ୍ତି ନେବେ । ଏଥିସହିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶା ଲୋକଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଭଲପାଇବା ଅଛି । ଏଥର ନିର୍ବାଚନରେ ବିଜେପି ଆହୁରି ଅଧିକ ସଶକ୍ତ ହେବ । ନିଶ୍ଚିତରୂପେ ଓଡିଶାର ବିଧାନସଭା ଓ ଲୋକସଭା ସିଟରେ ବିଜେପିର ସିଟ୍ ବଢିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ଶାହା । ତେବେ ଓଡିଶାରେ ବିଜେପି ସରକାର ଗଠନ କରିବ କି? ବୋଲି ପ୍ରଶ୍ନରେ ଶାହା କହିଛନ୍ତି ଯେ, ପ୍ରଥମେ ଆମେ ବିଜେଡି ସହ ମେଣ୍ଟ କରି ନିର୍ବାଚନ ଲଢିବୁ, ନା ଏକାକୀ ନିର୍ବାଚନ ଲଢିବୁ ସେ ନେଇ ନିଷ୍ପତ୍ତି ହେଇଯାଉ । ଯଦି ଆମେ ଏକାକୀ ନିର୍ବାଚନ ଲଢୁ ତେବେ ଆମେ ନିଶ୍ଚୟ ସରକାର ଗଠନ କରିବାକୁ ଲଢିବୁ । ଆଉ ଯଦି ବିଜେଡି ସହ ମେଣ୍ଟ ହେଲା, ତେବେ ସାଥୀ ହେଇ ନିର୍ବାଚନ ଲଢିବୁ ।

    ଏଥିସହିତ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ମେଣ୍ଟକୁ ନେଇ ଦେଇଥିବା ଟିପ୍ପଣୀ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶାହା । ସେ କହିଛନ୍ତି, ସବୁ ମେଣ୍ଟ ଆବଶ୍ୟକତା ପାଇଁ ହୁଏନି । ଅନେକ ସମୟରେ ଅନେକ ଦଳ ଆମକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଛନ୍ତି । ରାଷ୍ଟ୍ରର ହିତ ପାଇଁ ଆମକୁ ଅନେକ ଦଳ ସମର୍ଥନ ଦେଇଛନ୍ତି । ଏହାରି ଗଣତନ୍ତ୍ରର ସୁନ୍ଦରତା ବୋଲି ଶାହା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ