Monday, October 5, 2026
21.7 C
Odisha

    ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରିବାକୁ ପୁଣି ଦାବି କଲେ ମମତା ବାନାର୍ଜୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ରାଜ୍ୟର ନାମ ବଦଳାଇବା ପାଇଁ ଦାବି ଉଠାଇଛନ୍ତି। ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଚିଠିରେ ମମତା ରାଜ୍ୟର ନୂଆ ନାଁ ପଶ୍ଚିମ ବଙ୍ଗ(ଓ୍ବେଷ୍ଟ ବେଙ୍ଗଲ)କୁ କେବଳ ‘ବେଙ୍ଗଲ’ କରିଦେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ‘ବମ୍ବେ’ର ନାମ ‘ମୁମ୍ବାଇ’ ହୋଇପାରୁଛି, ‘ଓଡିଶା’ର ନାମ ‘ଓଡ଼ିଶା’ ହୋଇ ପାରୁଛି ତେବେ ଏଥିରେ ଆମ ପାଇଁ ଭୁଲ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।
    ଅମେ ରାଜ୍ୟ ବିଧାନସଭାରେ ଏ ସମ୍ପର୍କିତ ପ୍ରସ୍ତାବ ଗୃହୀତ କରିଦେଇଥିଲୁ। ଏ ନେଇ ଆମେ ଗୃହରେ ସମସ୍ତ ପକ୍ଷ ମଧ୍ୟ ଦେଇଥିଲୁ। ହେଲେ ଦୀର୍ଘ ସମୟ ପରେ ବି ଏହା ବେଙ୍ଗଲ ହୋଇପାରି ନାହିଁ। ମମତା ରାଜ୍ୟର ନାମ ପରିବର୍ତ୍ତନ ହେଲେ ମିଳିବାକୁ ଥିବା ଲାଭ ସମ୍ପର୍କରେ ମଧ୍ୟ କହିଛହିନ୍ତି। ସେ କହିଛନ୍ତି, ଯଦି ଏପରି ହୁଏ ଆମକୁ ଅନେକ ଲାଭ ମିଳିବ। କାରଣ ଆମ ରାଜ୍ୟ ନାମରୁ ‘ୱେଷ୍ଟ’ ହଟିଯିଟବା ଫଳରେ ଆଲଫାବେଟିକାଲି ଆମେ ଟିକେ ଉପରକୁ ଉଠିଯିବୁ । ଏହାଦ୍ୱାରା ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କୁ ଏନେଇ ଲାଭ ମିଳିବ। ଏଥିସହ ସଭା ଶେଷ ପର୍ଯ୍ୟନ୍ତ ଆମକୁ ରାଜ୍ୟର ନାଁ ଆସିବା ଯାଏଁ ଅପେକ୍ଷା କରିବାକୁ ପଡୁଛି। ସେ ଆହୁରି କହିଛନ୍ତି, ଏବେ ‘ୱେଷ୍ଟ’ର ଆବଶ୍ୟକତା ପଡୁନାହିଁ, କାରଣ ଏହା ସେତେବେଳେ ଦରକାର ହେଉଥିଲା ଯେତେବେଳେ ଇଷ୍ଟ(ପୂର୍ବ)ରେ ଭାରତ ଥିଲା। ଏବେ ଯେହେତୁ ଇଷ୍ଟରେ ବେଙ୍ଗଲ ଭାରତରେ ଅଛି ତେଣୁ ୱେଷ୍ଟର ଆବଶ୍ୟକତା ପଡୁ ନାହିଁ। ଦେଶରେ କେବଳ ଗୋଟିଏ ବେଙ୍ଗଲ ଥିବାବେଳେ ଏହାକୁ କାହିଁକି କେବଳ ବେଙ୍ଗଲ ବୋଲି ନାମକରଣ କରାଯାଉନାହିଁ ସେ ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୧୧ରେ ଯେତେବେଳେ ତୃଣମୂଳ କଂଗ୍ରେସ ସରକାର ହୋଇଥିଲା ସେତେବେଳେ ରାଜ୍ୟର ନାମ ବଦଳାଇ ପଶ୍ଚିମବଙ୍ଗ ବା ପଶ୍ଚିମବଙ୍ଗୋ କରିବାକୁ ଦାବି କରାଯାଇଥିଲା। ଚିଠିରେ ମମତା କେବଳ ରାଜ୍ୟର ନାମ ନୁହେଁ ଗଙ୍ଗାସାଗର ମେଳାକୁ ଜାତୀୟ ମେଳା ଭାବେ ଘୋଷଣା କରିବାକୁ ମଧ୍ୟ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ