Saturday, April 11, 2026
24 C
Odisha

    ସେପ୍ଟେମ୍ବର ୮ରେ ପାଳନ ହେବ ଲୋକପ୍ରିୟ ଗଣପର୍ବ ‘ନୂଆଖାଇ’

    ଆଗକୁ ପଢନ୍ତୁ

    ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଗଣପର୍ବ ‘ନୂଆଖାଇ’ ପାଇଁ ଆଜି ଲଗ୍ନ ନିର୍ଦ୍ଧାରିତ ହୋଇଯାଇଛି। ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ପଣ୍ଡିତ, ବିଦ୍ୱାନ ଏବଂ ଜ୍ୟୋର୍ତିବିଦମାନେ ଲଗ୍ନ ସ୍ଥିର କରିଛନ୍ତି। ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ନେଇ ଏହି ଶୁଭଲଗ୍ନ ବାହାର କରାଯାଇଛି।

    ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ଚଳିତ ବର୍ଷ ନୂଆଖାଇ ପର୍ବ ପାଳନ ହେବା ନେଇ ଆଜି ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧିାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ହୋଇଥିବା ଲଗ୍ନ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖ ପୂର୍ବାହ୍‌ଣ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବ।

    ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ହୋଇଥିବା ନୂଆଖାଇ ଲଗ୍ନ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବ। ଏହା ପରେ ପଶ୍ଚିମ ଓଡ଼ିଶାରେ ଅନ୍ୟସ୍ଥାନଗୁଡ଼ିକରେ ଥିବା ଦେବାଦେବୀଙ୍କ ଠାରେ ନୂଆ ଲାଗିବ।ସୂଚନାଯୋଗ୍ୟ, ନୂଆଖାଇର ଲଗ୍ନ ନିର୍ଦ୍ଧାରଣ ପାଇଁ ପ୍ରତିବର୍ଷ ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭା ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ଏହି ବୈଠକ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନରେ ଅନୁଷ୍ଠିତ ହୋଇଥାଏ। ଆଜିର ପଣ୍ଡିତ ମହାସଭାରେ ବିଦ୍ୟାଭୂଷଣ (ପିଙ୍କୁ), କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପଣ୍ଡିତ ସରତ କୁମାର ପଣ୍ଡା, ଚନ୍ଦ୍ରକାନ୍ତ ପାଣିଗାହୀ, ପଣ୍ଡିତ ମହେଶ୍ବର ନାୟକ, ବଂଶୀଧର ଶତପଥୀ, ଜିତେନ୍ଦ୍ର କୁମାର ନନ୍ଦ, ଶାନ୍ତନୁ କୁମାର ଶତପଥୀ, ରବିନାରାୟଣ ପଣ୍ଡା, ପଣ୍ଡିତ ଝସକେତନ ହୋତା, ବଂଶୀଧର ମିଶ୍ର, ସୁରେନ୍ଦ୍ର କୁମାର ପତି, ପଣ୍ଡିତ ଗୋପୀନାଥ ପଣ୍ଡା, ପଣ୍ଡିତ ରାକେଶ ମିଶ୍ର, ପଣ୍ଡିତ ଉତ୍ତମ କୁମାର ରଥ, କୈଳାସ ଚନ୍ଦ୍ର ପଣ୍ଡା, ସୌମିତ୍ରୀ ପୂଜାରୀ, ସଂଜୟ କୁମାର ମିଶ୍ର, ପାର୍ଥ ସାରଥୀ ମିଶ୍ର, ଶୁଭେନ୍ଦୁ ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ପ୍ରାଣରଂଜନ ପଣ୍ଡା ଆଦି ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ