Friday, October 18, 2024
30.6 C
Odisha

    ଏହି ଲୋକମାନେ ଭୁଲରେ ଖାଆନ୍ତୁ ନାହିଁ ଅମୃତଭଣ୍ଡା, ହୋଇପାରେ ବଡ଼ ସମସ୍ୟା

    ଆଗକୁ ପଢନ୍ତୁ

    ଆପଣମାନେ ତ ଜାଣିଥିବେ ଫଳ ଆମ ସ୍ଵାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ତେବେ ଏପରି ମଧ୍ୟ କୁହାଯାଏ ଯେ କିଛି ଫଳ ଆମ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପରେ । ତାହେଲେ ଆସନ୍ତୁ ସେହି ଫଳ ବିଷୟରେ ଜାଣିବା । ସେହି ସବୁ ଫଳ ମଧ୍ୟରେ ଅମୃତଭଣ୍ଡା ଅନ୍ୟତମ । ତେବେ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । ଅମୃତଭଣ୍ଡା କିଛି ଲୋକଙ୍କୁ କ୍ଷତି ପହଞ୍ଚାଇଥାଏ । ଏହାକୁ ଖାଇବା ଯେତିକି ଭଲ ସେତିକି ଖରାପ୍‌ । ତେବେ ଅମୃତଭଣ୍ଡାରେ ଅନେକ ମିନେରାଲ୍ସ ଥାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଏଥିସହ ଅମୃତଭଣ୍ଡା ଫାଇବରରେ ପରିପୂର୍ଣ୍ଣ ଯେପରି ପେଟକୁ ଦାର୍ଘ ସମୟ ପର୍ଯ୍ୟନ୍ତ ଫୁଲ୍‌ ରଖେ । ଏହାକୁ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ଏବଂ କମ କରିବାରେ ସାହାର୍ଯ୍ୟ କରେ । ଏଥିସହ ଡାଇବେଟିସ୍‌, ହାର୍ଟ ଏବଂ କ୍ୟାନ୍ସର ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ । କିନ୍ତୁ ଏଥିରେ ଅନେକ ଜିନିଷ ଅଛି ଯେଉଁଥିପାଇଁ କିଛି ଲୋକଙ୍କୁ ଅମୃତଭଣ୍ଡା ଖାଇବା ଉଚିତ୍‌ ନୁହେଁ । ଅମୃତଭଣ୍ଡା ଖାଇବାଦ୍ୱାରା ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରେ ।

    ଏହି ଲୋକ ମାନେ ଭୁଲରେ ଅମୃତଭଣ୍ଡା ଖାଇବା ଉଚିତ୍‌ ନୁହେଁ :

     କିଡନୀ ଷ୍ଟୋନ ରୋଗୀ : ଯଦି ଆପଣଙ୍କର କିଡନୀ ଷ୍ଟୋନ ସମସ୍ୟା ଅଛି ତେବେ ଆପଣ ଅମୃତଭଣ୍ଡା ଖାଇବା ଉଚିତ୍‌ ନୁହେଁ । ଅମୃତଭଣ୍ଡା ଭିଟାମିନ୍‌ ସି’ ରେ ଭରପୁର ହୋଇଥାଏ । ଯାହା ଏକ ଆଣ୍ଟିଅକ୍ସିଡାଣ୍ଟ ଅଟେ । ଅଧିକ ଅମୃତଭଣ୍ଡା ଖାଇବା ଦ୍ୱାରା କିଡନୀ ଷ୍ଟୋନ ସମସ୍ୟା ବଢ଼ିପାରେ । ଅମୃତଭଣ୍ଡା ଖାଇବା ଦ୍ୱାରା କ୍ୟାଲସିୟମ ଅକ୍ସାଲେଟ୍‌ ର ସମସ୍ୟା ସୃଷ୍ଟି ହୋଇପାରେ । ଯାହା କିଡନୀରେ ବଡ ଷ୍ଟୋନ ସୃଷ୍ଟି କରିପାରେ ।

     ହାଇପୋଗ୍ଲାଇସେମିୟା : ଡାଇବେଟିସ୍‌ ରୋଗୀଙ୍କ ପାଇଁ ଅମୃତଭଣ୍ଡା ଲାଭ ଦାୟକ ଅଟେ । ଏହା ବ୍ଲଡ୍‌ ସୁଗାର ଲେବୁଲ୍‌ କମ୍‌ କରିବାରେ ସାହାର୍ଯ୍ୟ କରେ । କିନ୍ତୁ ଯେଉଁମାନଙ୍କର ବ୍ଳଡ୍‌ ସୁଗାର କମ୍‌ ଅଛି ସେମାନେ ଅମୃତଭଣ୍ଡା ଖାଇବା ଉଚିତ୍‌ ନୁହେଁ । ଏହାର ଅର୍ଥ ଯେଉଁମାନେ ହାଇପୋଗ୍ଲାଇସେମିୟାରେ ପୀଡିତ ସେମାନେ ଅମୃତଭଣ୍ଡା ଠାରୁ ଦୂରେଇ ରହିବା ଉଚିତ । ଏହା ଅଧିକ ହାର୍ଟ ବିଟ୍‌ କମ୍ବା ଶରୀରରେ କମ୍ପନ ସୃଷ୍ଟି କରେ ।

     ହାର୍ଟବିଟ୍‌ ଅଧିକ କିମ୍ବା କମ୍‌ ହୋଇପାରିବ : ଅମୃତଭଣ୍ଡା ହାର୍ଟ ପାଇଁ ଭଲ ବୋଲି ବିବେଚନା କରାଯାଏ , କିନ୍ତୁ ଯଦି ଆପଣଙ୍କର ରେଗୁଲାର ହାର୍ଟବିଟ୍‌ ସମସ୍ୟା ଥାଏ ତେବେ ଆପଣ ଅମୃତଭଣ୍ଡା ଖାଇବା ଉଚିତ୍‌ ନୁହେଁ । ଏଥିସହ ଅମୃତଭଣ୍ଡାରେ ସଆନୋଜେନିକ୍‌ ଗ୍ଲାଇକୋସାଇଡ ଥାଏ, ଯାହା ଏକ ପ୍ରକାର ଆମିନୋ ଏସିଡ୍‌ । ଏହା ହଜମ ପ୍ରକ୍ରିୟାରେ ହାଇଡ୍ରୋଜେନ୍ ସିୟାନାଇଡ୍‌ ଉତ୍ପାଦନ କରେ । ଯାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।

     ଗର୍ଭାବସ୍ଥା ସମୟରେ : ଗର୍ଭବତୀ ମହିଳାମାନଙ୍କୁ ଅମୃତଭଣ୍ଡା ନ ଖାଇବାକୁ ପରାମର୍ଶ ଦିଆଯାଏ । ଏହା କୁହାଯିବାର କାରଣହେଉଛି ଅମୃତଭଣ୍ଡାରେ ଲାଟେକ୍ସ ଥାଏ । ଯାହା ଗର୍ଭାଶୟ ସଙ୍କୁଜନକୁ ଟ୍ରିଗର କରିପାରେ । ଅମୃତଭଣ୍ଡା ଖାଇବା ଦ୍ୱାରା ଗର୍ଭାବସ୍ଥାରେ ଶିଶୁକୁ ସପୋର୍ଟ କରୁଥିବା ଝିଲ୍ଲୀ ମଧ୍ୟ ଦୁର୍ବଳ ହୋଇପାରେ ।

    ଆଲର୍ଜି ଥିବା ଲୋକମାନେ : ଯଦି ଆପଣ ଆଲର୍ଜି ସମସ୍ୟାରେ ପୀଡିତା । ତାହେଲେ ଆପଣ ଅମୃତଭଣ୍ଡା ଖାଇବା ଉଚିତ୍‌ ନୂହେଁ । ଅମୃତଭଣ୍ଡା ଭିତରେ ଏନଜାଇମ୍‌ ରହିଥାଏ, ଯାହାକୁ ଚିଟିନେଜ୍‌ ମଧ୍ୟ କୁହାଯାଏ । ଯାହା ଆଲର୍ଜି ଥିବା ଲୋକଙ୍କ ପାଇଁ କ୍ଷତି ହୋଇଥାଏ । ସେଥିପାଇଁ ଅମୃତଭଣ୍ଡା ଖାଇବା ପୂର୍ବରୁ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ଆଗକୁ ଯାଇ ଆପଣ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ