Tuesday, November 4, 2025
25.8 C
Odisha

    ସେ ପ୍ରାର୍ଥୀ ହେଲେ ବିଜେପିକୁ ବିଶେଷ କିଛି ଅସୁବିଧା ନାହିଁ: ପ୍ରତାପ ଷଡଙ୍ଗୀ

    ଆଗକୁ ପଢନ୍ତୁ

    ଲେଖାଶ୍ରୀ ସାମନ୍ତସିଂହାର ବାଲେଶ୍ୱରରୁ ବିଜେଡି ଲୋକସଭା ପ୍ରାର୍ଥୀ ହେବା ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । କହିଛନ୍ତି, ବାଲେଶ୍ୱରରେ ସେ ଦୃଶ୍ୟମାନ ନୁହଁନ୍ତି । ସେ ପ୍ରାର୍ଥୀ ହେଲେ ବିଜେପିକୁ ବିଶେଷ କିଛି ଅସୁବିଧା ନାହିଁ । ଏଥର ବାଲେଶ୍ୱରରେ ବିଜେପିର ଫଳାଫଳ ଭଲ ହେବ । ଗତ ଥର ଅପେକ୍ଷା ଏଥର ଅଧିକ ବ୍ୟବଧାନରେ ବାଲେଶ୍ୱରରେ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରତାପ ଷଡଙ୍ଗୀ । ସେହିପରି ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ ହୋଇଛି । କେବଳ ଘୋଷଣାକୁ ଅପେକ୍ଷା ରହିଛି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି ନେତା ଆସିବେ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    64 %
    2kmh
    93 %
    Tue
    25 °
    Wed
    27 °
    Thu
    28 °
    Fri
    28 °
    Sat
    27 °

    ସମ୍ବନ୍ଧିତ