Friday, September 11, 2026
27.1 C
Odisha

    ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ କେବେ ? ଅପେକ୍ଷାରେ ଚିହ୍ନଟ ୫୦୦ ପରିବାର

    ଆଗକୁ ପଢନ୍ତୁ

    ରାଉରକେଲା: ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ଚାଲିଛି। କୁହାଯାଇଥିଲା ପୁରୁଷ ହକି ବିଶ୍ବକପ୍‌ ପରେ ଚିହ୍ନଟ ୬ ବସ୍ତିବାସିନ୍ଦାଙ୍କୁ ଘର ମିଳିବ। ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବସ୍ତିବାସିନ୍ଦାଙ୍କୁ ଘର ମିଳିନି। କେବେ ମିଳିବ, ବିଭାଗୀୟ ଅଧିକାରୀଙ୍କ ପାଖରେ ସଠିକ୍‌ ଉତ୍ତର ନାହିଁ। ଗୃହ ଆବଣ୍ଟନ ବିଳମ୍ବ ହେଉଥିବାରୁ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦାୟିତ୍ବ ଗ୍ରହଣ କରିଥିବା ନୂଆ ସରକାର ବସ୍ତିବାସିନ୍ଦାଙ୍କୁ କେବେ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଛେଣ୍ଡ କଲୋନି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପାର୍ଶ୍ବରେ ପ୍ରାୟ ୫.୫ ଏକର ଜାଗାରେ ୫୦୦ଟି ଘର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୬ଟି ବସ୍ତିର ୫୦୦ ପରିବାର ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି। ବସ୍ତଗୁଡ଼ିକ ମଧ୍ୟରେ ରହିଛି ସିଭିଲ ଟାଉନସିପ୍‌ର ମନ୍‌ଟୋଲା ବସ୍ତି (ଏ), ମନ୍‌ଟୋଲା ବସ୍ତି (ବି), ପାନପୋଷ ବ୍ରାହ୍ମଣୀ କ୍ଲବ ନିକଟ ବାଙ୍ଗଲାଟୋଲା, ପାନପୋଷ ବସ୍ତି। ପ୍ରର୍ଯ୍ୟାୟକ୍ରମେ ଏମିତି ଭାବେ ମୋଟ ୨୪ ହଜାର ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି।
    ଯେଉଁ ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ଚାଲିଛି, ସେହି ସ୍ଥାନରେ ୨୪ ହଜାର ଗୃହରୁ ପ୍ରାୟ ୩୦%ରୁ ୪୦% ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଅବଶିଷ୍ଟ ଗୃହଗୁଡ଼ିକ କେଉଁଠାରେ ନିର୍ମାଣ ହେବ, ଏଯାଏ ଆର୍‌ଏମ୍‌ସି ପକ୍ଷରୁ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ବସ୍ତିବାସିନ୍ଦାଙ୍କ ବିରୋଧ ଯୋଗୁ ରେଲୱେ କଲୋନି ନିକଟ ମଧୁସୂଦନପାଲି, ଗୋପବନ୍ଧୁପାଲିରେ ପ୍ରାୟ ୬୦ ଏକର ସରକାରୀ ଜାଗାରେ ପ୍ରସ୍ତାବିତ ପ୍ରଧାନମନ୍ତ୍ରୀ ଆବାସ ପ୍ରକଳ୍ପ ବାତିଲ ହୋଇଛି। ଗତ ୨୦୧୭ରେ ୩୬ ଏକରରେ ଆବାସ ଯୋଜନାରେ ବିଲ୍‌ଡିଂ ନିର୍ମାଣ ହେବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ବିଲ୍‌ଡିଂ ନିର୍ମାଣ ସ୍ଥାନକୁ ମାଟି ପକାଇ ସମତୁଲ କରା ଯାଇଥିଲା। ମାତ୍ର ବସ୍ତିବାସିନ୍ଦାଙ୍କ କଡ଼ା ବିରୋଧ ଯୋଗୁଁ ‌ବିଲ୍‌ଡିଂ ନିର୍ମାଣ କାର୍ଯ୍ୟକୁ ଶେଷ ମୂହୂର୍ତ୍ତରେ ବାତିଲ କରା ଯାଇଥିଲା। ଗୃହ ନିର୍ମାଣ ହେବା ପରେ ବସ୍ତିଗୁଡିକୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବାକୁ ଆପାତତଃ ସ୍ଥିର ହୋଇଛି।

    ଏଥିସହ ଆର୍‌ଏମ୍‌ସିର କିଛି ବସ୍ତିବାସିନ୍ଦାଙ୍କୁ ସାମୟିକ ଥଇଥାନ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ମାତ୍ରେ ଏସବୁ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଆର୍‌ଏମ୍‌ସି ପକ୍ଷରୁ କହାଯାଇଛି। ଏଠାରେ ମଧୁସୂଦନପାଲି ପରି ସମସ୍ୟା ସୃଷ୍ଟି ହେବ କି ନାହିଁ, ତାହା ବି ଅସ୍ପଷ୍ଟ। ସେପଟେ ଚିହ୍ନଟ ବସ୍ତିବାସିନ୍ଦାଙ୍କ ପାଇଁ କିଛି ସର୍ତ୍ତ ରହିଛି। ଗୃହ ଦଖଲ ନେବା ପୂର୍ବରୁ ନିର୍ମାଣ ଦାୟିତ୍ବରେ ଥିବା ତୃତୀୟ ପକ୍ଷ ସହ ଚୁକ୍ତିନାମା ସ୍ବାକ୍ଷରିତ ହେବ। ୪୫୦ ବର୍ଗଫୁଟ୍‌ ଗୃହ ପାଇଁ ବସ୍ତିର ପ୍ରତି ପରିବାରକୁ ପାଖାପାଖି ୧ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ଜମା କରିବାକୁ ପଡ଼ିବ। ଅବଶିଷ୍ଟ ୫୦% ଅର୍ଥ ସରକାର ବହନ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.1 ° C
    27.1 °
    27.1 °
    86 %
    3.2kmh
    94 %
    Fri
    28 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ