Wednesday, January 28, 2026
19.5 C
Odisha

    ଅନିଶ୍ଚିତତାରେ ବେତନଟୀକୁ ଏନ୍ଏସି ମାନ୍ୟତା: ମୌଖିକ ଘୋଷଣା କରିଥିଲା ବିଜେଡି

    ଆଗକୁ ପଢନ୍ତୁ

    ବେତନଟୀ ସଦର: ଗତ ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ତତ୍କାଳୀନ ନବୀନ ସରକାର ଅନେକ ବଡ଼ ଘୋଷଣା କରିଥିଲେ। ବଡ଼ସାହି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ସବୁଠାରୁ ବଡ଼ ଘୋଷଣା ଥିଲା ବେତନଟୀକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଘୋଷଣା। ତେବେ କାଗଜପତ୍ରରେ ନୁହେଁ, ବରଂ ମୁହଁରେ ମୁହଁରେ ମୁହଁରେ ଏହି ଘୋଷଣା ହୋଇଥିଲା। ଫଳରେ ସରକାର ପରିବର୍ତ୍ତନ ପରେ ଉକ୍ତ ଘୋଷଣା କେତେଦୂର କାର୍ଯ୍ୟକାରୀ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏବେ ନୂଆ ସରକାରଙ୍କ ନିଷ୍ପତି ଉପରେ ବେତନଟୀ ଏନ୍‌ଏସିର ଭାଗ୍ୟ ଝୁଲି ରହିଛି।
    ୨୪ ଫେବ୍ରୁଆରି ୨୦୨୪ରେ ରାଜ୍ୟର ୩୪ଟି ନୂଆ ଏନ୍‌ଏସି ଗଠନ ହେବ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାରି ଭିତରେ ଥିଲା ବେତନଟୀ। ଏହି ଘୋଷଣାକୁ ବିଜେଡି ନିର୍ବାଚନୀ ପ୍ରସଙ୍ଗ କରିବା ସହିତ ସ୍ଥାନୀୟ ବିଜେଡି ନେତାମାନେ ଏହାକୁ ନିଜର ବଡ଼ ଉପଲବ୍ଧି ବୋଲି ଦର୍ଶାଇ ଉତ୍ସବ ମନାଇଥିଲେ। ଏମିତି କି ନବୀନଙ୍କୁ ଧନ୍ୟବାଦ ଦେବାକୁ ଭୁବନେଶ୍ବରରେ ବିଜେଡି ନେତାଙ୍କ ଭିଡ଼ ଲାଗିଥିଲା। ସେହିପରି ବିଜେପି ବିଧାୟକ ସନାତନ ବିଜୁଳି ପୂର୍ବରୁ ଅନେକ ଥର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିବାରୁ ତାଙ୍କୁ ମଧ୍ୟ ଏହାର ଶ୍ରେୟ ଦେବାକୁ ଆଗଭର ହୋଇ ଉଠିଥିଲା ବିଜେପି। ସେ ବିଧାନସଭାରେ ବାରମ୍ବାର ପ୍ରଶ୍ନ ଉଠାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ନିଜେ ବିଧାୟକ ବି ଦାବି କରିଥିଲେ। ସ୍ଥାନୀୟ ଅଞ୍ଚଳର ଅନେକ ସାମାଜିକ ସଂଗଠନ ବି ଆଗକୁ ବାହାରି ବେତନଟୀକୁ ଏନ୍‌ଏସି ଘୋଷଣାରେ ସେମାନଙ୍କର ବଡ଼ ହାତ ଅଛି ବୋଲି କହିଥିଲେ।
    ତେବେ ୫ ମାସ ତଳେ ଏନ୍‌ଏସି ଘୋଷଣା, ଶ୍ରେୟ ନେବାକୁ ଏକପ୍ରକାର ପ୍ରତିଯୋଗିତା ଲାଗିଥିଲା ବେଳେ ନିର୍ବାଚନ ପରେ ସବୁ ନିରବ। ବିଜେଡି ସରକାର କ୍ଷମତାଚ୍ୟୁତ ହେବାପରେ; ଶାସକ ଓ ବିରୋଧୀ ସମସ୍ତେ ବେତନଟୀ ଏନ୍‌ଏସି କଥା ଭୁଲି ଯାଇଛନ୍ତି। ଫଳରେ ଏନ୍‌ଏସି ଗଠନ କେବଳ ଘୋଷଣାରେ ସୀମିତ ରହିଯାଇଛି ଓ ଏନେଇ କୌଣସି ଫାଇଲ୍‌ କାମ ଆଗେଇନି। ନୂଆ ଏନ୍‌ଏସି ଗଠନ ନେଇ କୌଣସି ସରକାରୀ ରେକର୍ଡ ନାହିଁ ବୋଲି ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ ବି ବୟାନ ରଖି ସାରିଛନ୍ତି। ତେବେ ବିଜେଡି ସରକାର ବେଳର ଘୋଷଣାକୁ ବିଜେପି ସରକାର, କାର୍ଯ୍ୟକାରୀ କରିବ କି ନାହିଁ ସେ ନେଇ ବେତନଟୀବାସୀଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଛି।

    Betonati

    <ଏନ୍‌ଏସି ଗଠନ ତତ୍‌କାଳୀନ ସରକାରଙ୍କ ନିର୍ବାଚନୀ ଧୂଆଁବାଣ ଥିଲା। ବିନା ନଥିପତ୍ରରେ ବେତନଟୀକୁ ଏନ୍‌ଏସି ଘୋଷଣା କରି ସେମାନେ ନିର୍ବାଚନ ଜିତିଯିବେ ବୋଲି ଭାବିଥିଲେ। ହେଲେ ଲୋକେ ସେମାନଙ୍କୁ ଭରସା କଲେନି। ତେବେ ବିରୋଧୀ ଦଳରେ ଥିବାବେଳେ ମୁଁ ନିଜେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛି। ଆଉ ଏବେ ଆମ ସରକାର ଥିବାରୁ ଓ ସ୍ଥାନୀୟ ଲୋକେ ମୋ’ ଉପରେ ପୁଣି ଭରସା କରି ନିର୍ବାଚିତ କରିଥିବାରୁ ବେତନଟୀକୁ ଏନ୍‌ଏସି ମାନ୍ୟତା ପ୍ରଦାନ ନେଇ ମୁଁ ନିଶ୍ଚିତ ପଦକ୍ଷେପ ନେବି। -ସନାତନ ବିଜୁଳି, ବିଧାୟକ, ବଡ଼ସାହି <କାଗଜପତ୍ରରେ ନୁହେଁ, ବେତନଟୀକୁ ଏନ୍‌ଏସି କରିବା ନେଇ ମୁହଁରେ ଘୋଷଣା କରିଥିଲା ବିଜେଡି ସରକାର। ଫଳରେ ଏବେ ନୂଆ ସରକାରଙ୍କ ନିଷ୍ପତି ଉପରେ ଏହାର ଭାଗ୍ୟ ଝୁଲୁଛି। ତେବେ ଏଇ ଅଳ୍ପଦିନ ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହିତ ଏ ବାବଦ କଥା ହୋଇଥିଲି। ସେ ଏହାକୁ କାର୍ଯ୍ୟକାରୀ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। -ହିମାଂଶୁ ପରିଡ଼ା, ବରିଷ୍ଠ ଆଇନଜୀବୀ <ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ବଜାର ଏକ ଗୁରୁତ୍ୱପୂର୍ଣ ଅଙ୍ଗ। ଉତ୍ତର ଓଡ଼ିଶାର ଏହା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ। ତେଣୁ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ବେତନଟୀ ବଜାରକୁ ଏନ୍‌ଏସି କରାଯିବା ଉଚିତ। ତେଣୁ ତୁରନ୍ତ ପୂର୍ବ ସରକାରଙ୍କ ଘୋଷଣାକୁ ନୂଆ ସରକାର କାର୍ଯ୍ୟକାରୀ କରିବା ଦରକାର। -ଶଶଧର ପଣ୍ଡା, ବିଶିଷ୍ଟ ବ୍ୟବସାୟୀ <ଏନ୍ଏସି ଗଠନ ପାଇଁ ସବୁ ମାନଦଣ୍ଡ ପୂରଣ କରୁଛି ବେତନଟୀ। ତେଣୁ ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ଘୋଷଣା ଶୁଣି ଆମେ ଉତ୍ସାହିତ ହୋଇଯାଇଥିଲୁ। ହେଲେ ଏହା କେବଳ ଏକ ରାଜନୈତିକ ଚାଲ ଥିଲା ବୋଲି ଓ ଏନେଇ କୌଣସି କାଗଜପତ୍ର ପ୍ରସ୍ତୁତ ହୋଇନାହିଁ ବୋଲି ଏବେ ଜାଣିବା ପରେ ନିରାଶ ହେବାକୁ ପଡ଼ିଲା। ପୂର୍ବ ସରକାର ଆମ ଭାବାବେଗ ସହିତ ଖେଳିଛନ୍ତି। ତେବେ ନୂଆ ସରକାର, ସ୍ଥାନୀୟ ଲେଶକଙ୍କ ସ୍ବାର୍ଥକୁ ଦେଖି ନିଶ୍ଚିତ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆମ ସମସ୍ତଙ୍କ ଆଶା। -ପ୍ରକାଶ ବେହେରା, ବିଶିଷ୍ଟ ସମାଜସେବୀ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    43 %
    2kmh
    1 %
    Wed
    19 °
    Thu
    32 °
    Fri
    32 °
    Sat
    33 °
    Sun
    33 °

    ସମ୍ବନ୍ଧିତ