Saturday, March 14, 2026
21.9 C
Odisha

    ଅସଲି ହେମନ୍ତ ସୋରେନ କିଏ କହିଲେ?

    ଆଗକୁ ପଢନ୍ତୁ

    ରାଞ୍ଚି: ବଜାରରେ ବିନା ସୁରକ୍ଷାକର୍ମୀରେ ଏକୁଟିଆ ବୁଲୁଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ | କଥାଟି ନିଆଁ ପରି ଚାରିଆଡେ ବ୍ୟାପିଗଲା | ଆଉ ଲୋକମାନେ ଯିଏ ଯୁଆଡେ ଥିଲେ ବଜାରକୁ ଆସି ଏମିତି କଣ ହେଲା ବୋଲି ବାରମ୍ବାର ପଚାରିଲେ ? ତେବେ ଶେଷରେ ସବୁ ସତକଥା ଜଣାପଡିଲା | ଆପଣ ବି ଏକଥା ଶୁଣି ମୁଣ୍ଡରେ ହାତ ଦେଇଦେବେ | ବାସ୍ତବରେ ଗତକାଲି ରାଞ୍ଚି ବଜାରରେ ଜଣେ ବ୍ୟକ୍ତି ବୁଲୁଥିଲେ | ସେ ଏକଦମ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଳି ଦେଖାଯାଉଥିଲେ | କଥାଟି ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଘରୁ ତାଙ୍କୁ ଡାକରା ଆସିଲା | ଆଉ ମୁଖ୍ୟମନ୍ତ୍ରୀ ନିଜେ ସେହି ବ୍ୟକ୍ତିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ |
    ଏହି ବ୍ୟକ୍ତି ଜଣକ ହେଉଛନ୍ତି ହାଟିଆର ବାସିନ୍ଦା ମୁନ୍ନା ଲୋହରା | ଗତକାଲି ସେ ରାଞ୍ଚିର କାଙ୍କେ ରୋଡରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ମୁନ୍ନା ଲୋହରା କହିଥିଲେ, ‘ଈଶ୍ୱରଙ୍କ କୃପାରୁ ମୁଁ ଆପଣଙ୍କ ଭଳି ଦେଖାଯାଉଛି, ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ଆପଣଙ୍କୁ ମୋର ଆଦର୍ଶ ବୋଲି ଭାବୁଛି। ମୁଁ ଭାଗ୍ୟବାନ ଯେ ଆଜି ଆପଣଙ୍କୁ ଭେଟିବାର ସୁଯୋଗ ପାଇଛି’ |

    ଏହି ଅବସରରେ ଥିଏଟର କଳାକାର ମୁନ୍ନା ଲୋହରା ମଧ୍ୟ ଝାଡଖଣ୍ଡର ଥିଏଟର କଳାକାରଙ୍କ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କୁ କହିଥିଲେ, ‘ମୁଁ ଥିଏଟର କଳାକାରମାନଙ୍କୁ ଅତି ନିକଟରୁ ଦେଖିଛି ଏବଂ ସେମାନଙ୍କର ସମସ୍ତ ସମସ୍ୟା ବିଷୟରେ ମଧ୍ୟ ଅବଗତ ଅଛି। ଆଗାମୀ ସମୟରେ ଝାଡଖଣ୍ଡର କଳାକାରମାନଙ୍କୁ ଏକ ଉତ୍ତମ ପ୍ଲାଟଫର୍ମ ଯୋଗାଇବା ପାଇଁ ମୁଁ ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବି |
    ମୁଖ୍ୟମନ୍ତ୍ରୀ କହିଥିଲେ, ‘ଝାଡଖଣ୍ଡର କଳାକାର ଏବଂ ଖେଳାଳିଙ୍କ ପାଖରେ ଅନେକ ସମ୍ଭାବନା ରହିଛି। ଅନେକ ସମୟରେ ଆମର କଳାକାର ଏବଂ ଖେଳାଳିମାନେ ଦେଶ ତଥା ବିଶ୍ୱରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି | ରାଜ୍ୟ ସରକାର ଏକ ଉତ୍ତମ ନୀତି ପ୍ରସ୍ତୁତ କରିବେ ଯାହାଦ୍ୱାରା ଝାଡଖଣ୍ଡର ଥିଏଟର କଳାକାରମାନେ ଭବିଷ୍ୟତରେ ଏକ ସମ୍ମାନଜନକ ଜୀବନ ବିତାଇ ପାରିବେ। ଥିଏଟର କଳାକାରମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ଯଥାସମ୍ଭବ ସକରାତ୍ମକ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ନିଜେ ଏହାର ଫଟୋ ମଧ୍ୟ ପୋଷ୍ଟ କରିଥିଲେ | ସେ କ୍ୟାପସନରେ ଲେଖିଥିଲେ, ‘ଜଣେ ହେମନ୍ତ ଅନ୍ୟ ଜଣେ ହେମନ୍ତଙ୍କୁ ଭେଟିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    32 %
    1.1kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ