Wednesday, October 30, 2024
28.9 C
Odisha

    ବାଲେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କିଏ? ପ୍ରତାପ ଷଡଙ୍ଗୀ ନା ନୂଆ ଚେହେରା ଭରସା

    ଆଗକୁ ପଢନ୍ତୁ

    ବାଲେଶ୍ୱର ଲୋକସଭା ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଆସନରେ ଲଢିବା ପାଇଁ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଇଚ୍ଛା ପ୍ରକାଶ କରି ଚର୍ଚ୍ଚାକୁ ହାୱାଦେଇଛନ୍ତି । ଜବାବରେ ବର୍ତମାନର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ଦଳ ଯାହାକୁ ଟିକେଟ ଦେବ ତାକୁ ସେ ସମର୍ଥନ ଦେବେ । ଖାରବେଳ ସ୍ୱାଇଁ ବାଲେଶ୍ୱର ଲୋକସଭା ଆସନରୁ ୩-୩ ଥର ଲୋକସଭା ସଦସ୍ୟ ଥିଲେ । ବାଲେଶ୍ୱର ଲୋକସଭା ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ନିଆଁରେ ଘିଅ ଢାଳିଛନ୍ତି ବାଲେଶ୍ୱରର ୩-୩ ଥର ସାଂସଦ ଥିବା ଖାରବେଳ ସ୍ୱାଇଁ । ଖୋଲାଖୋଲି ଭାବେ ସେ ବାଲେଶ୍ୱର ଲୋକସଭା ଆସନ ପାଇଁ ଲଢିବାକୁ ଆଗ୍ରହୀ ବୋଲି କହିଛନ୍ତି । ଖାରବେଳଙ୍କ କହିବା କଥା ହେଲା, ଶେଷ ମୂହୂର୍ତରେ ତାଙ୍କୁ କନ୍ଧମାଳ ଟିକେଟ ଦିଆଯାଇଥିଲା । ଯଦି ୮ଦିନ ପୂର୍ବରୁ ଟିକେଟ୍ ମିଳିଥାନ୍ତା, ତାହେଲେ ଭିନ୍ନ କଥା ହୋଇଥାନ୍ତା । ଏଥର ସୁଯୋଗ ମିଳିଲେ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବେ । ପ୍ରତାପ ଷଡଙ୍ଗୀ ଏବେ ବାଲେଶ୍ୱରର ସାଂସଦ ଅଛନ୍ତି । ୨୦୧୯ରେ ବିଜେପିର ରବୀନ୍ଦ୍ର ଜେନାଙ୍କୁ ହରାଇଥିଲେ ପ୍ରତାପ । ଶେଷ ଯାଏଁ କଡା-ଟକ୍କର ହୋଇଥିଲା ।
    -ପ୍ରତାପ ଷଡଙ୍ଗୀ ୪ ଲକ୍ଷ ୮୩ ହଜାର ୮୫୮ ଭୋଟ ପାଇଥିଲେ
    -ରବୀନ୍ଦ୍ର ଜେନା ୪ ଲକ୍ଷ ୭୦ହଜାର ୯୦୨ ଭୋଟ ପାଇଥିଲେ
    ଖାରବେଳ ସ୍ୱାଇଁ ୨୦୧୯ରେ ବାଲେଶ୍ୱର ଲୋକସଭା ଆସନରୁ ଆଶାୟୀ ଥିଲେ ବି ତାଙ୍କୁ କନ୍ଧମାଳ ଟିକେଟ ଦିଆଯାଇନଥିଲା ।
    -ଖାରବେଳ ୧୯୯୮, ୧୯୯୯ ଓ ୨୦୦୪ରେ ବାଲେଶ୍ୱରରୁ ଲୋକସଭା ସଦସ୍ୟ ଥିଲେ

    ବାଲେଶ୍ୱରରୁ ଲଢିବା ପାଇଁ ଖାରବେଳ ଆଗ୍ରହ ପ୍ରକାଶ କରିବା ନେଇ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ପ୍ରତାପ ଷଡଙ୍ଗୀ କହିଛନ୍ତି, ଦଳର ସେ ଶୃଙ୍ଖଳିତ ସଦସ୍ୟ । ସେ କେବେ ଟିକେଟ କାହାକୁ ମାଗିନାହାନ୍ତି । ଦଳ ଯାହାକୁ ବି ଟିକେଟ ଦେବ ତାଙ୍କୁ ସେ ସମର୍ଥନ କରିବେ ।

    ବିଜେପିର ଫୋକସ ଲୋକସଭା ଆସନରେ ବାଲେଶ୍ୱର ରହିଛି । ଆଉ ଏବେ ଖାରବେଳ ସ୍ୱାଇଁଙ୍କ ପ୍ରାର୍ଥୀପାଇଁ ଇଛାପ୍ରକାଶ ସ୍ଥାନୀୟ ବିଜେପି ରାଜନୀତିକୁ ଉଷ୍ମ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    70 %
    1.2kmh
    39 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ