Monday, September 21, 2026
28.3 C
Odisha

    ବିଜେଡିରୁ ବିଧାୟକ ପ୍ରାର୍ଥୀ ହେଲେ ମହିଳା ସରପଞ୍ଚ; ରୋକିପାରିଲେନି ଲୁହ, ସୁପ୍ରିମୋଙ୍କୁ ଜଣାଇଲେ ଧନ୍ୟବାଦ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦୁଇ ଦିନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ପଞ୍ଚମ ପର୍ଯ୍ୟାୟରେ ଯେତେବେଳେ ପ୍ରାର୍ଥୀ ଘୋଷଣା କରିଥିଲା, ସେହି ସମୟରେ ଟିକେଟ ନପାଇ ପୂର୍ବ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। କିନ୍ତୁ ଆଜି ବିଜେଡି ଜଣେ ମହିଳା ସରପଞ୍ଚ ଯେତ‌େବେଳେ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା କଳା, ସଂପୃକ୍ତ ଲୋକପ୍ରତିନିଧି ଜଣକ ନିଜର ଲୁହକୁ ଅଟକାଇ ପାରି ନଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ବାରା ରେମୁଣାରୁ ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ସରପଞ୍ଚ ବିଦ୍ୟାସ୍ମିତା ମହାଳିକ ଭାବବିହ୍ବଳ ହୋଇଯାଇଥିଲେ। ତାଙ୍କର ଆଖିରୁ ଆନନ୍ଦର ଅଶ୍ରୁ ବାହାରି ଆସିଥିଲା। ଶ୍ରୀ ପଟ୍ଟନାୟକ ଆଜି ଷଷ୍ଠ ପର୍ଯ୍ୟାୟରେ ବିଜେଡିର ଆଉ ୯ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ, ଯେଉଁଥିରେ ରେମୁଣା ଆସନ ମଧ୍ୟ ସାମିଲ ଥିଲା। ରେମୁଣା ପାଇଁ ପତ୍ରିପ।ଲ୍ ସରପଞ୍ଚ ବିଦ୍ୟାସ୍ମିତା ମହାଳିକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଶ୍ରୀମତୀ ମହାଲିକଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ରେମୁଣାରେ ଚର୍ଚ୍ଚା ଜୋର ଧରିଛି। ଶ୍ରୀମତୀ ମହାଳିକ ଜଣେ ସରପଞ୍ଚ ଭାବେ ଦଳର ବିଶ୍ୱାସ ଭାଜନ ହୋଇପାରିଛନ୍ତି। ଏହି କାରଣରୁ ବିଜେଡି ତାଙ୍କୁ ବିଧାୟିକା ଟିକେଟ ଦେଇଛି। ତାଙ୍କ ଉପରେ ଦଳ ବହୁ ଭରସା ମଧ୍ୟ ରଖିଛି। ଅନ୍ୟପଟରେ ଶ୍ରୀମତୀ ମହାଲିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଜଣେ ଗରିବ ମହିଳାକୁ ଆଗକୁ ଯିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି।

    ସୂଚନାଯୋଗ୍ୟ, ରେମୁଣା ଆସନରେ ୨୦୦୯ରେ ବିଜେଡି ବିଜୟୀ ହୋଇଥିଲା ବେଳେ ୨୦୧୪ରେ ବିଜେପି ଠାରୁ ପରାଜିତ ହୋଇଥିଲା। କିନ୍ତୁ ୨୦୧୯ରେ ବିଜେଡି ଟିକେଟ୍‌ ସୁଧାଶୁଂ ଶେଖର ପରିଡା ବିଜୟୀ ହୋଇଥିଲେ। ଏହି ଆସନକୁ ନିଜ କବଜାରେ ରଖିବାକୁ ବିଜେଡି ଏବେ ନୂଆ କରିଛି। ସେଥି ପାଇଁ ଜଣେ ମହିଳା ସରପଞ୍ଚଙ୍କୁ ପ୍ରାର୍ଥୀ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    77 %
    1.9kmh
    90 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ