Saturday, September 19, 2026
24.2 C
Odisha

    ମହିଳାଙ୍କୁ ମିଳୁନି ସୁରକ୍ଷା ଓ ଅଧିକାର, ହେଉଛନ୍ତି ଦୁଷ୍କର୍ମର ଶିକାର: ତାରା

    ଆଗକୁ ପଢନ୍ତୁ

    ଜୟପୁର: ରାଜ୍ୟରେ ନାବାଳିକା ଓ ମହିଳାମାନେ ସଂପୂର୍ଣ୍ଣଭାବେ ଅସୁରକ୍ଷିତ। ପ୍ରତିଦିନ ମହିଳାଙ୍କ ଉପରେ ନିର୍ଯାତନା, ଅସଦାଚରଣ, ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ବୃଦ୍ଧି ପାଇବାରେ ଲାଗିଛି। ପ୍ରତି ଘଣ୍ଟାରେ ୬ଜଣ ଦୁଷ୍କର୍ମର ଶିକାର ହେବା, ହତ୍ୟା କରାଯିବା, ମହିଳାଙ୍କୁ ଅଶାଳୀନ ବ୍ୟବହାର ଭଳି ଅପରାଧରେ ଦେଶରେ ଓଡ଼ିଶା ଏକ ନମ୍ବର ବୋଲି ଏନସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି। ମହିଳାଙ୍କ ପ୍ରତି ରାଜ୍ୟ ସରକାର ଓ ପୁଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମହିଳାଙ୍କ ସହ ଦୁଷ୍କର୍ମ ଘଟଣା ବଢିବାରେ ଲାଗିଛି ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

    ରାଜ୍ୟ କଂଗ୍ରେସ କମିଟିର ସଭାନେତ୍ରୀ ମୀନାକ୍ଷୀରାଣୀ ବାହିନୀପତିଙ୍କ ଅବାହକତ୍ବରେ ଆୟୋଜିତ ସମାବେଶରେ ଜିଲ୍ଲା ସଭାନେତ୍ରୀ ନଳିନୀ ରଥ ସଭାପତିତ୍ବ କରିଥିଲେ। ମଂଚକୁ ଦେବେନ୍ଦ୍ର ବାହିନୀପତି ସଂଯୋଜନା କରିଥିଲେ। ଜୟପୁର ସହରରେ ଦଶହରା ମହୋତ୍ସବ ହେଲେ ମହିଳାମାନେ ଶୋଭାଯାତ୍ରାରେ ଭାଗ ନେଉନଥିଲେ। ସହରରେ ବୁଲିବାକୁ ଭୟ କରୁଥିଲେ। ଆଜି କିନ୍ତୁ ମହିଳାମାନେ ଆରମରେ ଉତ୍ସବରେ ଅଂଶ ଗ୍ରହଣକରିବା ସହ ବୁଲି ପାରୁଛନ୍ତି ବୋଲି କହିଥିଲେ। ଜୟପୁର ପୌରପାଳିକା ଓ କୋରାପୁଟ ପୌରପାଳିକାର ବିକାଶକୁ ଯଦି ଆକଳନ କରାଯାଏ ତେବେ ଜୟପୁର ପୌରପାଳିକା ନମ୍ବର ୧ରେ ଆସିବ ବୋଲି ବିଧାୟକ କହିଥିଲେ। ମହିଳାମାନଙ୍କୁ ସଶକ୍ତ ‌ ହୋଇ ନିଜେ ନିଜର ସୁରକ୍ଷା ଓ ଅଧିକାରକୁ ନେବାକୁ ପଡ଼ିବ। ମୁକ୍ତା ଯୋଜନା ନାଁରେ ଅଳ୍ପ କିଛି ମହିଳା ସ୍ବୟଂ ସହାୟକ ଦଳକୁ ସାମିଲ କରି ବଳକାକୁ ‌ଅବହେଳା କରାଯିବା ଠିକ ନୁହେଁ। ଏସଏଚଜି ଗ୍ରୁପ ୩ଲକ୍ଷ ଟଙ୍କା ଯଦି ବ୍ୟାଙ୍କରେ ଜମା କଲେ ଆଉ ୩ଲକ୍ଷ ଟଙ୍କା ସରକାର ତୁରନ୍ତ ଯୋଗାଇ ସଶକ୍ତ କରିବା କଥା। କିନ୍ତୁ ପର୍ଯ୍ୟାୟ କ୍ରମରେ ଦେବା ନାଁରେ ଠିକଣା ସମୟରେ ଋଣ ନ‌ ଦେଇ ସେମାନଙ୍କୁ ହଇରାଣ ହରକତ କରିବା ଯୁକ୍ତିଯୁକ୍ତ ନୁହେଁ।

    ସ୍କୁଲ ମଧ୍ୟାହ୍ନ ଭୋଜନ ପରିଚାଳାନାରୁ ବାଦ୍ ଦେଇ ବାହାର ରାଜ୍ୟର ସଂସ୍ଥାକୁ ଏଥିରେ ସାମିଲ କରିବାକୁ ସେ ବିରୋଧ କରି ଆସିଥିଲେ। ତା ଫଳରେ ପୁଣି ସାମିଲ କରାଯାଇଛି ବୋଲି କହିଛନ୍ତି ବିଧାୟକ। ଜୟପୁର ପୌରପାଳିକାରେ ୧୦ଟି ଏସଏଚଜି ଗ୍ରୁପକୁ ନେଇ ଗୋଟିଏ ଲେଖାଏଁ ଏଭଳି ଆ‌ନେକ ଗୁଡ଼ିଏ ମହାସଂଘ ଗଠନ ହୋଇ ପାରିବ। କିନ୍ତୁ ସେଭଳି କରିବାକୁ ଜାଣି ଶୁଣି ସରକାର ସୁଯୋଗ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଥିଲେ ବିଧାୟକ ଓ ପିସିସି  ସଂପାଦିକା ଶ୍ରୀମତୀ ବାହିନୀପତି। ଲକ୍ଷ୍ମୀ ବସ ସେବା ମହିଳା ସ୍ବୟଂ ସହାୟକ ଦଳ ପରିଚାଳନା କରିବା ବୋଲି କହି ସରକାର ଭୁଆଁ ଭୁଲାଇଛନ୍ତି। ଆମର ମହିଳାମାନେ କେତେ ଦୁର ସୁରକ୍ଷିତ ବୋଲି ଉଭୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ମହିଳା ମାନେ ସଶକ୍ତ ହେଲେ ଅଂଚଳ, ରାଜ୍ୟ ଓ ଦେଶ ସଶକ୍ତ ହୋଇ ପାରିବ ବୋଲି କହିଥିଲେ ବିଧାୟକ, ସଂପାଦିକା  ଶ୍ରୀମତୀ ବାହିନୀପତି, ରାଜ୍ୟ ମହିଳା ମ‌ୋର୍ଚ୍ଚା ସଂପାଦିକା ପି.ମାଧବୀ ଓ ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି। ଏହି ଅବସରରେ ନୂଆ ଜିଲ୍ଲା ଓବିସି ମୋର୍ଚ୍ଚ ସଭାପତି ନିହାରରଂଜନ ବିଷୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଂଚରେ ଅନ୍ୟମାନଙ୍କ ମଧ୍ୟରେ ଅମ୍ବିକା ପାତ୍ର, ବସନ୍ତ ନାୟକ, ଏ.ସନ୍ତୋଷ ଚିନ୍ନୁ, ପ୍ରଣୟ ରଂଜନ ଶର୍ମା , ସୁକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁଶ୍ମିତା ରଥ ସହଯୋଗ କରିଥିଲେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    90 %
    1.5kmh
    100 %
    Fri
    24 °
    Sat
    30 °
    Sun
    30 °
    Mon
    29 °
    Tue
    30 °

    ସମ୍ବନ୍ଧିତ