Saturday, May 18, 2024
29.9 C
Odisha

    ଦିଲ୍ଲୀରେ ପୁଣି ମଜବୁତ ହେବ କଂଗ୍ରେସ : ଏନସିପି ଛାଡି ଆଜି କଂଗ୍ରେସରେ ଯୋଗଦେବେ ଯୋଗାନନ୍ଦ ଶାସ୍ତ୍ରୀ

    ଆଗକୁ ପଢନ୍ତୁ

    କଂଗ୍ରେସର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ଦଳଛାଡି ଦଳକୁ ଦୁର୍ବଳ କରୁଥିବା ବେଳେ ଦିଲ୍ଲୀ କଂଗ୍ରେସ ପାଇଁ ଶୁଭ ଖବର ଆସିଛି । କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଶୀଲା ଦିକ୍ଷୀତ ସରକାର ସମୟରେ ମନ୍ତ୍ରୀଥିବା ଯୋଗାନନ୍ଦ ଶାସ୍ତ୍ରୀ ଆଜି ପୁଣିଥରେ କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି । ଯୋଗାନନ୍ଦ ଶାସ୍ତ୍ରୀ ଏନସିପି ଛାଡି ଆଜି କଂଗ୍ରେସରେ ଯୋଗଦେବେ ।

    ପୂର୍ବତନ କଂଗ୍ରେସ ନେତା ଯୋଗାନନ୍ଦ ଦଳ ସହ ମତଭେଦ ହେବା କାରଣରୁ ୨୦୨୦ ବିଧାନସଭା ନିର୍ବାଚନ ପୂର୍ବରୁ ଦଳରୁ ଇସ୍ତଫା ଦେଇ ଏନସିପିରେ ଯୋଗ ଦେଇଥିଲେ । ସେତେବେଳେ ସେ ଅଭିଯୋଗ କରିଥିଲେ କି, ଜବାହରଲାଲ ନେହେରୁଙ୍କ ସମୟରେ କଂଗ୍ରେସରେ ଯେଉଁ ମତାଦର୍ଶ ଥିଲା ତାହା ଆଜି ନାହିଁ ।

    ଯୋଗାନନ୍ଦ ଶାସ୍ତ୍ରୀ ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ ଥିଲେ । ଏହାସହ ସେ ଶୀଲା ଦିକ୍ଷୀତଙ୍କ ସରକାରରେ ମନ୍ତ୍ରୀଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଦଳ ଉପରେ ଟିକେଟ୍ ବିକ୍ରିର ଅଭିଯୋଗ ଆଣିଥିଲେ । ସେ ଅଭିଯୋଗ ଆଣିଥିଲେ କି ଦଳ ଦିଲ୍ଲୀରେ ଏମିତି ଏଭଳି ଜଣେ ନେତାଙ୍କୁ ଦାୟିତ୍ୱ ଦେଇଛି ଯେ କି, ଟିକେଟ ବିକ୍ରିରେ ସଂପୃକ୍ତ ରହିଛନ୍ତି ।

    ଚଳିତ ନିର୍ବାଚନରେ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ସମର୍ଥନରେ ନିର୍ବାଚନ ଲଢିବାକୁ ଯାଉଛି । ବିଶେଷ କରି ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଛି । ଯୋଗାନନ୍ଦ କଂଗ୍ରେସରେ ଯୋଗଦେବା ପରେ ଦିଲ୍ଲୀରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.9 ° C
    29.9 °
    29.9 °
    46 %
    0.7kmh
    100 %
    Sat
    32 °
    Sun
    40 °
    Mon
    42 °
    Tue
    42 °
    Wed
    40 °

    ସମ୍ବନ୍ଧିତ