Thursday, March 26, 2026
30.8 C
Odisha

    ବିଧାୟକଙ୍କ ସହ ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କଲେ ଯୋଗୀ ଆଦିତ୍ୟନାଥ

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠାର ୧୫ ଦିନ ଅତିବାହିତ ହୋଇଥିବା ବେଳେ ରାମଲାଲାଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନେତା, ବିଧାୟକଙ୍କ ମନ୍ଦିର ଦର୍ଶନରୁ କିଛି ଦିନ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଥିଲେ। ବର୍ତମାନ ମନ୍ଦିର ପରିସରରେ ଭିଡ଼ି କିଛି ପରିମାଣରେ କମିଛି। ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଉତ୍ତରପ୍ରଦେଶ ବିଧାନସଭାର ବିଧାୟକମାନେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ବିଧାୟକ ଓ ଏହାର ନେତା ଅଖିଳେଶ ଯାଦବ ଯୋଗ ଦେଇନାହାନ୍ତି। ଆଜି ପୂର୍ବାହ୍‌ଣରେ ଏକାଧିକ ବସ୍‌ରେ ଯୋଗୀ ଆଦିତ୍ୟନାଥ, ବିଧାନସଭା ବ‌ାଚସ୍ପତି ସତୀଶ ମହାନା, ବିଧାନ ପରିଷଦର ଅଧ୍ୟକ୍ଷ କୁ୍ଅଁର ମାନବେନ୍ଦ୍ର ସିଂହଙ୍କ ସହ ଅନ୍ୟ ବିଧାୟକମାନେ ଅଯୋଧ୍ୟାରେ ପହଞ୍ଚିଥିଲେ। ଅଯୋଧ୍ୟାରେ ଶତାଧିକ ଲୋକ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ସ୍ବାଗତ କରିଥିଲେ। ଦର୍ଶନ କରି ଫେରିବା ସମୟରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ଆମେ ସମସ୍ତେ ରାମଭକ୍ତ ଭାବେ ଯାଇଥିଲୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ