Friday, April 24, 2026
29.6 C
Odisha

    ୟୁଟ୍ୟୁବ୍‌ ଦେଲା ଝଟ୍‌କା: ଭିଡିଓ ଦେଖିବା ପାଇଁ ମାସରେ ଅଧିକ ଟଙ୍କା ଦେବାକୁ ପଡିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୟୁଟ୍ୟୁବ୍ ଦେଖିବା ଲୋକଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି। କାରଣ କମ୍ପାନୀ ଦ୍ୱାରା ସବସ୍କ୍ରିପସନ୍ ଯୋଜନାର ମୂଲ୍ୟ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଯେଉଁମାନେ ଆଡ୍ ଫ୍ରି ସବସ୍କ୍ରିପସନ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟ୍‌କା ମିଳିବାକୁ ଯାଉଛି।ୟୁଟ୍ୟୁବ୍‌ର ଏହି ନିଷ୍ପତ୍ତି ସମସ୍ତଙ୍କୁ ପ୍ରଭାବିତ କରିବାକୁ ଯାଉଛି। ବିଶେଷ କଥା ହେଉଛି ୟୁଟ୍ୟୁବ୍‌ର ଏହି ନିଷ୍ପତ୍ତି ସମସ୍ତଙ୍କୁ ସିଧାସଳଖ ପ୍ରଭାବିତ କରିବାକୁ ଯାଉଛି। ଏହାର ଅର୍ଥ ସମସ୍ତଙ୍କୁ ବର୍ଦ୍ଧିତ ମୂଲ୍ୟ ଦେବାକୁ ପଡିବ।

    ୟୁଟ୍ୟୁବ୍ କିଛି ଯୋଜନାର ମୂଲ୍ୟ ୨୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ୟୁଟ୍ୟୁବ୍ ପ୍ରିମିୟମ୍ ପ୍ଲାନର ମୂଲ୍ୟ ୫୮ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଏକ ଯୋଜନା କିଣିଲେ ଏଥିରେ ମାସିକ, ୩ ମାସ ଏବଂ ୧୨ ମାସ ଯୋଜନା ଅନ୍ତର୍ଭୁକ୍ତ। କିନ୍ତୁ ବର୍ତ୍ତମାନ ଏଥିପାଇଁ ଉପଭୋକ୍ତଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ।

    ୟୁଟ୍ୟୁବ୍ ପ୍ରିମିୟମ୍ ଯୋଜନା ବିଷୟରେ କହିବାକୁ ଗଲେ ବ୍ୟକ୍ତିଗତ (ମାସିକ) ଯୋଜନାର ପୁରୁଣା ମୂଲ୍ୟ ୧୨୯ ଟଙ୍କା ଥିବାବେଳେ ଏବେ ନୂତନ ମୂଲ୍ୟ ୧୪୯ ଟଙ୍କା ହେବ। ଯେତେବେଳେ କି, ଛାତ୍ର (ମାସିକ) ଯୋଜନାର ପୁରୁଣା ମୂଲ୍ୟ ୭୯ ଟଙ୍କା ଥିବାବେଳେ ନୂତନ ମୂଲ୍ୟ ୮୯ଟଙ୍କା ହେବ। ପରିବାର (ମାସିକ) ଯୋଜନାର ପୁରୁଣା ମୂଲ୍ୟ ୧୮୯ ଟଙ୍କା ଥିଲା କିନ୍ତୁ ବର୍ତ୍ତମାନ ଏହି ଯୋଜନା ପାଇଁ ୨୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।ବ୍ୟକ୍ତିଗତ ପ୍ରିପେଡ୍ (ବାର୍ଷିକ) ଯୋଜନାର ପୁରୁଣା ମୂଲ୍ୟ ୧୨୯୦ ଟଙ୍କା ଥିଲା। କିନ୍ତୁ ବର୍ତ୍ତମାନ ଏହି ଯୋଜନା ୨୦୦ ଟଙ୍କା ବ୍ୟୟବହୁଳ ହୋଇଛି। ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଏହି ଯୋଜନା ପାଇଁ ୧୪୯୦ ଟଙ୍କା ଦେବାକୁ ପଡିବ।

    ଅବଶ୍ୟ, ଏହି ଦେୟ କେବଳ ସେହି ଉପଭୋକ୍ତାମାନଙ୍କୁ ଦେବାକୁ ପଡିବ ଯେଉଁମାନେ ଆଡ୍ ଫ୍ରି ୟୁଟ୍ୟୁବ୍ ସବସ୍କ୍ରିପସନ୍ କିଣୁଛନ୍ତି । ଏହାକୁ କିଣିବା ପରେ, ଉପଭୋକ୍ତା ବିନା ବିଜ୍ଞାପନରେ ୟୁଟ୍ୟୁବ୍ ଦେଖିପାରିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.6 ° C
    29.6 °
    29.6 °
    34 %
    2.7kmh
    68 %
    Fri
    30 °
    Sat
    43 °
    Sun
    42 °
    Mon
    44 °
    Tue
    43 °

    ସମ୍ବନ୍ଧିତ