Wednesday, April 1, 2026
38.4 C
Odisha

    ନ୍ୟୁୟର୍କରେ ମହମ୍ମଦ ୟୁନୁସଙ୍କ ବିରୋଧରେ ବିକ୍ଷୋଭ

    ଆଗକୁ ପଢନ୍ତୁ

    ନ୍ୟୁୟର୍କ: ମିଳିତ ଜାତିସଂଘ ସାଧାରଣ ପରିଷଦର ୭୯ତମ ଅଧିବେଶନରେ ଯୋଗଦେବା ପାଇଁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ନ୍ୟୁୟର୍କରେ ଥିବା ତାଙ୍କ ହୋଟେଲ ବାହାରେ ବିକ୍ଷୋଭର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ଭାରତୀୟ ଗଣମାଧ୍ୟମ ତାଙ୍କୁ ସରକାରୀ ହୋଟେଲରେ ପ୍ରଶ୍ନ ପଚାରିବାକୁ ଚେଷ୍ଟା କରିଥିଲା, ସେ  ଏଡ଼ାଇ ଯାଇଥିଲେ।

    ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଦେଖାଯାଉଛି ଯେ  ଭାରତୀୟ ସମ୍ବାଦିକମାନେ ୟୁନୁସଙ୍କୁ ପ୍ରଶ୍ନ ପଚାରିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଦୂରେଇ ରଖିବାରେ ଲାଗିଥିଲେ।  ୟୁନୁସ ନ୍ୟୁୟର୍କର ଏକ ହୋଟେଲରେ ପହଞ୍ଚିବା ପୂର୍ବରୁ ବିକ୍ଷୋଭକାରୀମାନେ  ତାଙ୍କ ବିରୋଧରେ ସ୍ଲୋଗାନ ଦେଇ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଉଲ୍ଲେଖ କରିଥିଲେ।

    ମହମ୍ମଦ ୟୁନୁସଙ୍କ ବିରୋଧରେ ବିକ୍ଷୋଭକାରୀମାନେ ‘ଫେରିଯାଅ, ଛାଡ଼ିଦିଅ, ଆଦି ସ୍ଲୋଗାନ ଦେବା ସହ ‘ଶେଖ୍ ହସିନା ଆମର ପ୍ରଧାନମନ୍ତ୍ରୀ’ ଲେଖାଥିବା ପୋଷ୍ଟର ଧରିଥିଲେ। ବାଂଲାଦେଶ ଛାଡି ସଂସଦ ଭଙ୍ଗ କରିବା ପରେ ୟୁନୁସ ଅଗଷ୍ଟ ୮ ରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ