Friday, March 27, 2026
25.4 C
Odisha

    କାରଣ ଦର୍ଶାଅ ନୋଟିସ ପାଇବା ପରେ ଜୋମାଟୋର ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅନଲାଇନ ଫୁଡ଼ ଡେଲିଭରି ପ୍ଲାଟଫର୍ମ ଜୋମାଟୋକୁ ଜିଏସଟି କାରଣ ଦର୍ଶଆ ନୋଟିସ ଜାରି କରିଛି। ଜିଏସଟିର ଏହି ନୋଟିସ  ୪୦୦କୋଟି ଟଙ୍କାରୁ ଅଧିକ ଥିବା ଜଣାପଡ଼ିଛି। ତେବେ ଗତ ବୁଧବାର ସନ୍ଧ୍ୟାରେ ଏକ ବିଏସଇ ଫାଇଲିଙ୍ଗରେ ଜିଏସଟିରୁ ନୋଟିସ ମିଳିଥିବା କଥା କମ୍ପାନି ସୂଚନା ଦେଇ କହିଛି, ‘ଜିଏସଟିର ଏହି ନୋଟିସ  ଡିସେମ୍ବର ୨୬ ତାରିଖରେ ମିଳିଛି। ନୋଟିସରେ ୪୦୨ କୋଟି ଟଙ୍କାର ବକେୟା କର ପୈଠ ପାଇଁ ଉତ୍ତର ମଗାଯାଇଛି। ଏହି କର ଡେଲିଭରି ଚାର୍ଜ ଉପରେ ଅନପେଡ ଟ୍ୟାକ୍ସକୁ ନେଇ ରହିଛି। ଜିଏସଟି ବିଭାଗ କମ୍ପାନିକୁ ନୋଟିସରେ ପ୍ରଶ୍ନ କରିଛି କି, ୨୦୨୯ ଅକ୍ଟୋବର ୨୯ ତାରିଖ‌ରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୪୦୨କୋଟି ଟଙ୍କାର କର କାହିଁକି ପୈଠ କରାଯାଇନାହିଁ।

    ଜିଏସଟି ବିଭାଗ ଫୁଡ଼ ଡେଲିଭରି କମ୍ପାନି ଠାରୁ ସେହି ଚାର୍ଜକୁ ନେଇ ଟ୍ୟାକ୍ସର ଦାବି କରୁଛି ଯାହାକି କମ୍ପାନି ଫୁଡ଼ ଡେଲିଭରି ଚାର୍ଜ ନାମରେ ଗ୍ରାହକଙ୍କ ଠାରୁ ଆଦାୟ କରୁଛି। ଏହି ଘଟଣାକୁ ନେଇ ଫୁଡ଼ ଡେଲିଭରି କମ୍ପାନିମାନେ କହିଛନ୍ତି, ‘ଗ୍ର‌ାହକଙ୍କ ଠାରୁ ଫୁଡ଼ ଡେଲିଭରି ସମୟରେ ଯେଉଁ ଚାର୍ଜ ନିଆଯାଏ ତାହାକୁ ଆମେ ରଖି ନଥାଉ। ଉକ୍ତ ଟଙ୍କାକୁ ରେସ୍ତୋରାଁ କର୍ମଚାରୀଙ୍କୁ ପୈଠ କରାଯାଏ। ତେଣୁ ଏଭଳି କ୍ଷେତ୍ରରେ ଡେଲିଭରି ଚାର୍ଜକୁ ନେଇ ଜିଏସଟି ସେବା ଲାଗୁ କରିଥିବା କର ଗ୍ରହଣୀୟ ନୁହେଁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    32 %
    1.4kmh
    0 %
    Thu
    26 °
    Fri
    39 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ