Wednesday, March 19, 2025
24 C
Odisha

    ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ କରି ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏ ନେଇ ସିମୁଳିଆ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ।ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରି ଗ୍ରାମରେ ଗତ ୧୫ ତାରିଖ ରାତିରେ ଅଙ୍ଗନବାଡ଼ି କର୍ମୀ ସୁକାନ୍ତି ସାହୁଙ୍କୁ ଦୁର୍ବୁତ୍ତ ମାନେ ଭୁଜାଲି ଓ ରଡ଼ରେ ଆକ୍ରମଣ କରି ଲୁଟ କରିଥିଲେ। ସୁକାନ୍ତିଙ୍କ ବାପା ଅକ୍ରୁର ସାହୁ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୋଲିସ କେସ ନମ୍ବର ୬୩/୨୫ମୂଳେ ମୋକଦମା ରୁଜୁ କରାଯାଇଥିଲା। ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଏହାକୁ ଗୁରୁତ୍ୱର ନେଇ ଦୁଇଟି ଟିମ ଗଠନ କରିଥିଲେ। ବାସୁଦେବପୁର ଥାନା ଓ ସିମୁଳିଆ ଥାନାକୁ ନେଇ ଯୁଗ୍ମ ଟିମ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାନଭିନ କରି ଦୁଇ ଜଣ ଯୁବକକୁ ଗିରଫ କରିବାରେ ସଫଳ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24 ° C
    24 °
    24 °
    37 %
    1.2kmh
    49 %
    Wed
    39 °
    Thu
    40 °
    Fri
    39 °
    Sat
    30 °
    Sun
    32 °

    ସମ୍ବନ୍ଧିତ