Friday, April 17, 2026
37.6 C
Odisha

    ଅଧା ରହିଲା ଜଗା ଦର୍ଶନ, ବିଦ୍ୟୁତ ଖୁଣ୍ଟିକୁ ପିଟିଲା ଯାତ୍ରୀବାହୀ ବସ: ୬ ଗୁରୁତର

    ଆଗକୁ ପଢନ୍ତୁ

    ପିପିଲି : ଭୁବନେଶ୍ୱର ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ତେଇଶିପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଧ୍ୟପ୍ରଦେଶର ଏକ ଯାତ୍ରୀବାହୀ ମିନିବସ ରାଜପଥ ପାର୍ଶ୍ଵ ଏକ ୩୩ କେଭି ବିଦ୍ୟୁତ ଖୁଣ୍ଟିକୁ ଧକ୍କା ଦେବା ଫଳରେ୬ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ସୂଚନା ଅନୁସାରେ ଉକ୍ତ ବସଟି ମଧ୍ୟପ୍ରଦେଶରୁ ଜଗା ଦର୍ଶନ ଲାଗି ପୁରୀ ଯାଉଥିଲା । ଆଜି ଭୋର ପ୍ରାୟ ୪ଟା ସମୟରେ ବସଟି କୌଣସି କାରଣବଶତଃ ଭାରସାମ୍ୟ ହରାଇ ତେଇଶିପୁର ଛକ ନିକଟ ରାଜପଥ ପାର୍ଶ୍ଵରେ ଥିବା ୩୩ କେଭି ବିଦ୍ୟୁତ ଖୁଣ୍ଟର ପିଟି ହୋଇ ଯାଇଥିଲା । ଖବର ପାଇ ସାତଶଙ୍ଖ ଫାଣ୍ଡି ପୁଲିସ ଓ ହାଇୱେ ପୁଲିସ ଗାଡ଼ିରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲେ । ପିପିଲି ପୁଲିସ ବସକୁ ଜବତ କରି ତଦନ୍ତ ଚଳାଇଛି । ଉକ୍ତ ବସରେ ୧୩ଜଣ ଯାତ୍ରୀ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    21 %
    2.1kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ