Wednesday, October 28, 2026
22.3 C
Odisha

    ଆଜିଠୁ ସବୁ ପିଏମ୍‌ଶ୍ରୀ ବିଦ୍ୟାଳୟରେ ‘ପଢ଼ିବା ଗଢ଼ିବା ଓଡ଼ିଶା’ ପଠନ ଅଭିଯାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ‘ପଢ଼ିବା ଗଢ଼ିବା ଓଡ଼ିଶା’ ପଠନ ଅଭିଯାନ ଅଧୀନରେ ରାଜ୍ୟର ସମସ୍ତ ପିଏମ୍‌ଶ୍ରୀ ବିଦ୍ୟାଳୟରେ ପଠନ ପ୍ରୋତ୍ସାହନ ସପ୍ତାହ ପାଳନ କରାଯିବ। ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟସ୍ତରରେ ଏହି କାର୍ଯ୍ୟକ୍ରମ ହେବ। ଏହାପରେ ଜିଲ୍ଲାସ୍ତରୀୟ ପଠନ ନବସୃଜନ ପ୍ରଦର୍ଶନ ଏବଂ ଏକ ରାଜ୍ୟସ୍ତରୀୟ ପଠନ ଉତ୍କର୍ଷ ମେଳା କରାଯିବ। ବିଦ୍ୟାଳୟସ୍ତରରେ ହେବାକୁ ଥିବା ୫ ଦିନିଆ କାର୍ଯ୍ୟକ୍ରମରେ ୪ ଦିନ ଶ୍ରେଣୀଗୃହ କାର୍ଯ୍ୟକ୍ରମ ଏବଂ ଗୋଟିଏ ଦିନ ପ୍ରଦର୍ଶନୀ ପାଇଁ ସ୍ଥିର କରାଯାଇଛି।

    ବିଦ୍ୟାଳୟ ସମୟରେ କ୍ଲାସକୁ ପ୍ରଭାବିତ ନ କରି ଏହି କାର୍ଯ୍ୟକ୍ରମ ହେବ। ପ୍ରତ୍ୟେକ ପିଏମ୍‌ଶ୍ରୀ ବିଦ୍ୟାଳୟକୁ ଏଥିପାଇଁ ୪୦ ହଜାର ଟଙ୍କା ଆବଣ୍ଟନ କରାଯାଇଛି। ପଠନ ସାମଗ୍ରୀ ସଂଗ୍ରହ ପାଇଁ ୨୫ ହଜାର ଏବଂ ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ୧୫ ହଜାର ଟଙ୍କା ଖର୍ଚ୍ଚ ହେବ। ୨୦୨୫-୨୬ ଆର୍ଥିକ ବର୍ଷରେ ୭୬୨ ପିଏମ୍‌ଶ୍ରୀ ବିଦ୍ୟାଳୟ ପାଇଁ ଏହି ପାଣ୍ଠି ବିନିଯୋଗ ହେବ। ଏନେଇ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    22.3 ° C
    22.3 °
    22.3 °
    93 %
    3.2kmh
    100 %
    Wed
    22 °
    Thu
    23 °
    Fri
    27 °
    Sat
    29 °
    Sun
    26 °

    ସମ୍ବନ୍ଧିତ