Monday, March 9, 2026
31.7 C
Odisha

    ଅନୁ ଗର୍ଗ ହେବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ରାଜ୍ୟକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ।  ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ସାରିବା ପରେ ଅନୁ ଗର୍ଗଙ୍କ ହେବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ।

    ମୁଖ୍ୟ ଶାସନ ସଚିବ ପି. କେ. ଜେନା ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଛନ୍ତି। ଗତ ମାର୍ଚ୍ଚ ମାସରେ ସେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ପୂର୍ବରୁ ହିଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସେତେଟା ଚର୍ଚ୍ଚା ହେଉ ନଥିଲା।୧୯୯୧ ବ୍ୟାଚ୍‌ର ଅନୁ ଗର୍ଗ ଏବେ ଉନ୍ନୟନ କମିସନର ଥିଲେ। ଅନୁ ଗର୍ଗଙ୍କୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କରାଯିବା ନେଇ ସର୍ବାଧିକ ଚର୍ଚ୍ଚା ହେଉଥିଲା। ପ୍ରଥମ ଓଡ଼ିଶା ମହିଳା  ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ଏହି ପଦବୀ ମିଳିଛି। ଏଥର ମହିଳା କାର୍ଡ ଖେଳିଲା ବିଜେପି ।ବିଜେପି ଶାସନ ସମୟରେ ପ୍ରଥମ ଥର ପାଇଁ ମହିଳା ବାଚସ୍ପତି , ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କୁ ପଦବୀ ମିଳିଥିଲା। ଏହାପରେ ମୁଖ୍ୟ ଶାସନ ସଚିବ ପଦବିରେ ମହିଳାଙ୍କୁ ଦାୟିତ୍ବ ଦେଇ ସରକାର ମହିଳା ସଶକ୍ତୀକରଣର ଉଦାହରଣ ଦେଇଛନ୍ତି। ଶ୍ରୀମତୀ ଗର୍ଗ ମୁଖ୍ୟ ଶାସନ ସଚିବ ହିସାବରେ ଓଡ଼ିଶାରେ ପ୍ରଥମ ମହିଳା ଆଇଏଏସ୍‌ ଅଧିକାରୀ ଭାବେ ସେ ଏହି ଦାୟିତ୍ବ ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ