Tuesday, September 29, 2026
24.9 C
Odisha

    ଅନେକ ସମସ୍ୟାକୁ ଚୁଟ୍‌କିରେ ଦୂର କରେ ବାସି ରୁଟି ସହ କ୍ଷୀର

    ଆଗକୁ ପଢନ୍ତୁ

    ସାଧାରଣତଃ ଦିନ ହେଉ କିମ୍ବା ରାତିରେ ରୁଟି ପ୍ରସ୍ତୁତ କରିବା ପରେ ଅଳ୍ପ ପରିମାଣରେ ରୁଟି ନିଶ୍ଚୟ ବଳକା ରହିଥାଏ । କିଛି ଲୋକେ ବାସି ରୁଟି ଖାଇଥାନ୍ତି ଓ କିଛି ଫିଙ୍ଗି ଦେଇଥାନ୍ତି। ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ବୋଲି ନିଶ୍ଚୟ ଜାଣିଥିବେ। ମାତ୍ର କ୍ଷୀର ସହ ବାସି ରୁଟି ଖାଇବା ଶରୀର ପାଇଁ କେତେ ଉପକାରୀ, ତାହା ହୁଏତ ସଭିଏଁ ଜାଣିନଥିବେ।

    କ୍ଷୀର ସହ ବାସି ରୁଟି ଖାଇବା ଦ୍ୱାରା ଏହା ରକ୍ତଚାପକୁ କମ୍‌ କରିଥାଏ । ପେଟ ସଫା ହୋଇଥାଏ । କୋଷ୍ଠକାଠିନ୍ୟ ସମସ୍ୟା ରହିନଥାଏ । ଏଥିରେ ଫାଇବର ମାତ୍ରା ଅଧିକ ରହିଥାଏ । ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ ।

    କ୍ଷୀରରେ କ୍ୟାଲସିୟମ ରହିଛି, ଯାହା ହାଡକୁ ମଜଭୁତ କରିଥାଏ । କେବଳ କ୍ୟାଲସିୟମ ନୁହେଁ ବରଂ ଫାଇବର ମଧ୍ୟ ରହିଛି । ଯାହା ଓଜନକୁ ନିୟନ୍ତ୍ରିତ କରିଥାଏ । ଖାଦ୍ୟ ଶୀଘ୍ର ମଧ୍ୟ ହଜମ ହୋଇଥାଏ।

    କ୍ଷୀରକୁ ଭଲ ଭାବେ ଉଷୁମ କରିବା ପରେ ଏହାକୁ ଥଣ୍ଡା କରି ଏଥିରେ ରୁଟି ଖାଇଲେ ଶରୀରର ତାପମାତ୍ରା ମଧ୍ୟ ସଠିକ୍‌ ରହିଥାଏ ।

    ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ୍‌ ସମସ୍ୟା ରହିଛି, ସେମାନେ ନିୟମିତ ବାସି ରୁଟି ସହ କ୍ଷୀର ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

    ଖାଦ୍ୟ ଖାଇବା ପରେ ବଦହଜମି, ଗଳା, ଛାତି ଜଳାପୋଡା ହେବା, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର ପାଇଁ ବାସି ରୁଟି ସହ କ୍ଷୀର ବେଶ ହିତକାରକ। ବିଶେଷ କରି ରାତିରେ କ୍ଷୀର ସହ ବାସି ରୁଟି ସେବନ କଲେ ପେଟ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

    ଥକ୍କାପଣ, ଶାରୀରିକ ଦୁର୍ବଳତା, ଶକ୍ତିର ଅଭାବ ଅନୁଭବ ହେବା ଆଦି ସମସ୍ୟା ଦୂର ପାଇଁ ବାସି ରୁଟି ସହ କ୍ଷୀର ଏକ ଉତ୍ତମ ବିକଳ୍ପ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ