Saturday, September 12, 2026
24.4 C
Odisha

    ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ବର୍ଷିଲେ ପାକିସ୍ତାନୀ ଟିଭି ଆଙ୍କର

    ଆଗକୁ ପଢନ୍ତୁ

    ପାକିସ୍ତାନର ନ୍ୟୁଜ ଆଙ୍କର ମୋନା ଆଲମ ନିଜର କଥିତ ସେକ୍ସ ଭିଡିଓ ଭାଇରାଲ ହେବାପରେ କ୍ରୋଧ ପ୍ରକାଶ କରି ବର୍ଷିଛନ୍ତି । ମୋନା ଆଲମ ପାକିସ୍ତାନୀ ସମାଚାର ଚ୍ୟାନେଲ ହମ ନ୍ୟୁଜରେ ‘କ୍ୱେଶ୍ଚିନ ଆୱାର ୱିଥ୍ ମୋନା’ଶୋ ର ଆଙ୍କର । ମୋନା ସେହି କଥିତ ସେକ୍ସ ଭିଡିଓର ସ୍କ୍ରିନସର୍ଟ ନେଇ କହିଛନ୍ତି ଯେ, ଘୃଣା କରୁଥିବା ଲୋକେ ସୋସିଆଲ ମିଡିଆରେ ଏହି ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ, ଏଇ ମୁଁ । ମୋନା କହିଛନ୍ତି ଯେ, ମୁଁ ଏହି ମାମଲାରେ ଅଭିଯୋଗ ବି କରିଛି । ସେ କହିଛନ୍ତି , ‘ମୋ ଚରିତ୍ର ସଂପୂର୍ଣ୍ଣ ଭାବେ ଦାଗହୀନ ଏବଂ ଏହା ବିରୋଧରେ ଅଭିଯାନ ଚଳାଇଥିବା ଲୋକେ ଅସୁବିଧାର ସାମ୍ନା କରିପାରନ୍ତି ।’ ମୋନା ଆଲମ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ସ୍କ୍ରିନସର୍ଟ ସହ ଟ୍ୱିଟ କରି ଲେଖିଛନ୍ତି ଯେ, ଏହି ମହିଳାଙ୍କ ଆପତ୍ତିଜନକ ଭିଡିଓ ଲୋକେ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ଏହାର ଦାବି ରହିଛି ଯେ, ଏହି ମହିଳା ଜଣକ ମୁଁ । ମୋର ଚରିତ୍ର ଦାଗହୀନ ଏବଂ ଏହା ବିରୋଧରେ ଅଭିଯାନ ଚଳାଉଥିବା ଲୋକଙ୍କୁ ଦଣ୍ଡ ମିଳିବ । ମୋନା ଏହି ମାମଲାରେ ପୋଲିସ ପାଖେ ଦାଖଲ କରିଥିବା ଅଭିଯୋଗର ଫଟୋ ମଧ୍ୟ ସେୟାର କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    94 %
    3kmh
    100 %
    Sat
    25 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ