Tuesday, May 19, 2026
41.2 C
Odisha

    ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଆଜି ନିଯୁକ୍ତ କରାଯାଇଛି। ପୂର୍ବରୁ ତାଙ୍କୁ ରଘୁରାମ ରାଜନଙ୍କ ପରେ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା । ବର୍ତ୍ତମାନ ତାଙ୍କୁ ଆଇଏମଏଫରେ ଏକ ନୂଆ ଓ ବଡ ଦାୟିତ୍ୱ ମିଳିଛି । ୩ ବର୍ଷ ପାଇଁ ଉର୍ଜିତ ପଟେଲଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ସେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ସାରିଛନ୍ତି। ସେ ଆରବିଆଇର ଗଭର୍ଣ୍ଣର ଥିବା ସମୟରେ ଦେଶରେ ବିମୁଦ୍ରାକରଣ କରାଯାଇଥିଲା। ଉର୍ଜିତ ପଟେଲଙ୍କ ଜନ୍ମ ୧୯୬୩ ମସିହାରେ କେନିଆରେ ହୋଇଥିଲା। ମାତ୍ର ତାଙ୍କ ପରିବାର ଗୁଜରାଟର। ଏହା ପୂର୍ବରୁ ସେ ଆଇଏମଏଫ ସହିତ ମଧ୍ୟ କାମ କରିଛନ୍ତି। ସେ ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଆଇଡିଏଫସି ଲିମିଟେଡ୍, ଏମସିଏକ୍ସ ଲିମିଟେଡ୍ ଏବଂ ଗୁଜରାଟ ଷ୍ଟେଟ୍ ପେଟ୍ରୋଲିୟମ୍ କର୍ପୋରେସନ୍ ସମେତ ଅନେକ ପଦବୀରେ କାର୍ଯ୍ୟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    41.2 ° C
    41.2 °
    41.2 °
    17 %
    2.4kmh
    99 %
    Tue
    40 °
    Wed
    45 °
    Thu
    46 °
    Fri
    45 °
    Sat
    45 °

    ସମ୍ବନ୍ଧିତ