Sunday, April 12, 2026
25.3 C
Odisha

    ଆଇନ ଲଢେଇରେ ୭୪ ବର୍ଷୀୟ ବୃଦ୍ଧଙ୍କୁ ମିଳିଲା ନ୍ୟାୟ

    ଆଗକୁ ପଢନ୍ତୁ

    କଟକ: ପରିବହନ ବିଭାଗରେ କାର୍ଯ୍ୟ କରିଥିବା ଜନୈକ କର୍ମଚାରୀଙ୍କୁ ଅବସରର ୨୩ ବର୍ଷ ପରେ ମିଳିବ ପେନସନ ଓ ଅନ୍ୟ ପ୍ରାପ୍ୟ। ଆବେଦନକାରୀ ୭୪ବର୍ଷୀୟ ବୃଦ୍ଧଙ୍କୁ ଶେଷରେ ହାଇକୋର୍ଟରୁ ମିଳିଛି ନ୍ୟାୟ। ପେନସନ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଦାବିକୁ ସଡ଼କ ଓ ପରିବହନ ବିଭାଗର ସଚିବ ଖାରଜ କରିଦେଇଥିଲେ। ଏହାକୁ ଚାଲେଞ୍ଜ କରି ରୁଜୁ ମାମଲାର ଶୁଣାଣି କରି ପରିବହନ ସଚିବଙ୍କ ଏହି ଆଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଏଥିସହ ଆସନ୍ତା ୧ ମାସ ମଧ୍ୟରେ ଆବେଦନକାରୀଙ୍କୁ ତାଙ୍କର ପେନସନ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ପରିବହନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସନାତନ ଧଳଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ଜଷ୍ଟିସ ମୁରାରି ଶ୍ରୀ ରମଣ ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶ ଯେ ଜଗତସିଂହପୁର ଜିଲ୍ଲା ନିବାସୀ ସନାତନ ପୂର୍ବର ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ(ଏସଟିଏସ)ରେ ଗତ ୧୯୭୩ ନଭେମ୍ବର୧ରେ କ୍ଲିନର ଭାବରେ ଯୋଗ ଦେଇଥିଲେ। ତେବେ ୧୯୭୪ ମେ୧୫ରେ ଏସଟିଏସ ପରିବର୍ତ୍ତନ ହୋଇ ଓଏସଆରଟିସି (ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ) ହୋଇଥିଲା। ତେବେ ୧୯୭୪ ଏପ୍ରିଲ ୨୨ରେ ଆବେଦନକାରୀଙ୍କୁ ଡ୍ୟୁଟିରୁ ରିଲିଭ କରାଯାଇଥିଲା ଓ ପୁନର୍ବାର ୧୯୭୪ ମେ’ ୫ରେ ଓଏସଆରଟିସିରେ କ୍ଲିନର୍‌ ନିଯୁକ୍ତି ମିଳିଥିଲା। ପୁନର୍ବାର ତାଙ୍କୁ ୧୯୭୪ ଅଗଷ୍ଟ ୨୦ରେ କ୍ଲିନରରୁ ଅବ୍ୟାହତି ଦିଆଯାଇ ସେହି ଦିନ ଟାୟାରମ୍ୟାନ ଭାବେ ନିଯୁକ୍ତି ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ