Monday, October 12, 2026
28 C
Odisha

    ଘର ଭିତରେ ପଶିଗଲା କାର, ବର୍ତ୍ତିଗଲେ ଦୁଇ ଜଣ

    ଆଗକୁ ପଢନ୍ତୁ

    ଉଦଳା : ଘର ଭିତରେ ପଶିଗଲା କାର, ବର୍ତ୍ତିଗଲେ ଦୁଇ ଜଣ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗାଁରେ ଏପରି ଘଟଣା ଘଟିଛି । ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା ରାଢୋରୁ ଉଦଳା ଅଭିମୁଖେ ନିଜ କାରରେ ଆସୁଥିଲେ । ଗୁଡ଼ୁଗୁଡ଼ିଆ ଛକ ନିକଟରେ ଅଚାନକ ବାଇକ ଆରୋହୀ ଗାଡି ସାମ୍ନାକୁ ଆସିଯିବାରୁ ଭାରସାମ୍ୟ ହରାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ କାରକୁ ବାମକୁ କାଟି ଦେଇଥିଲେ ।କାର୍ ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସ୍ତା ତଳକୁ ଓହ୍ଲାଇ ଯାଇଥିଲେ । ସାମ୍ନାରେ ଥିବା ଏକ ଘର ଭିତରେ କାରଟି ପଶି ଯାଇଥିଲା । ଘର ଭିତରେ ଥିବା ୨ଜଣ ବ୍ୟକ୍ତି ଘରର ବିପରୀତ ପାର୍ଶ୍ଵରେ ଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି । କାରଟି ଘର ଭିତରକୁ ପଶି ଯାଇଥିବା ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବାଇକ୍ ଚାଳକ ଗାଡ଼ିରୁ ପଡି ଆହତ ହୋଇ ଉଦଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    69 %
    1.4kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ