Sunday, October 11, 2026
29.5 C
Odisha

    ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ; ହଟ୍ଟଗୋଳ ଭିତରେ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ଦେଖାଯାଇଛି। ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ସହ ନାରାବାଜି ଦେଖିବାକୁ ମିଳିଛି। କେନ୍ଦୁଝର ପ୍ରସଙ୍ଗ ଉଠାଇ ସରକାର ଘେରିବାକୁ କଂଗ୍ରେସ ସଦସ୍ୟ ଉଦ୍ୟମ କରିଛନ୍ତି। ହଟ୍ଟଗୋଳ ମଧ୍ୟରେ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ବିଷୟରେ ଆଲୋଚନା ପାଇଁ ପ୍ରସ୍ତାବ ଆଗତ ହୋଇଛି। ସ୍ୱତନ୍ତ୍ର ଅଧିବେଶନ ବେଳେ କଂଗ୍ରେସ ବିଧାୟକ କକ୍ଷ ତ୍ୟାଗ କରିଛନ୍ତି।
    ସୂଚନାନୁଯାୟୀ, ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ପାଇଁ ଗୁରୁବାର ଓଡ଼ିଶା ବିଧାନସଭାର ଏକଦିବସୀୟ ସ୍ବତନ୍ତ୍ର ଅଧିବେଶନ ବସିଛି। ପୂର୍ବାହ୍ଣ ୧୧ଟାରୁ ଗୃହକାର୍ଯ୍ୟ ଆରମ୍ଭ ଏବଂ ସନ୍ଧ୍ୟା ୭ଟାରେ ସାରିବାକୁ ସମୟ ନିର୍ଦ୍ଧାରଣ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ