Friday, March 13, 2026
34.7 C
Odisha

    ଆଇସିସି ଘୋଷଣା କଲା ‘ଟି-୨୦ ଟିମ୍‌ ଅଫ୍‌ ଦ ଇୟର; ରୋହିତ ଅଧିନାୟକ, ବାଦ୍‌ ପଡ଼ିଲେ କୋହଲି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ‘ଟି-୨୦ ଟିମ୍‌ ଅଫ୍‌ ଦ ଇୟର’ ଘୋଷଣା କରିଛି। ଏହି ଟିମ୍‌ରେ ରୋହିତ ଶର୍ମା ଅଧିନାୟକ ହୋଇଥିବା ବେଳେ ବିରାଟ କୋହଲି ବାଦ୍‌ ପଡ଼ିଛନ୍ତି। ଏଥି ସହିତ ଟିମ୍‌ରେ ମୋଟ ଚାରି ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି। ପାକିସ୍ତାନୀ ଖେଳାଳି ବାବର ଆଜମ ଜିମ୍ବାୱେର ସିକନ୍ଦର ରାଜାଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯାଇଛି। ରୋହିତଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଥିଲା। ରୋହିତଙ୍କ ପାଇଁ ୨୦୨୪ ବର୍ଷ ବହୁତ ଭଲ ଥିଲା। ରୋହିତ ଟି-୨୦ ବିଶ୍ୱକପରେ ତିନୋଟି ଅର୍ଦ୍ଧଶତକ ମାରିଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ସୁପର ୮ ମ୍ୟାଚ୍‌ରେ ୯୨ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ। ରୋହିତଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରାହ ଏବଂ ଅର୍ଶଦୀପ ସିଂହ ମଧ୍ୟରେ ଟିମରେ ରହିଛନ୍ତି। ଆଇସିସି ପୁରୁଷ ଟି-୨୦ ଦଳ ୨୦୨୪: ରୋହିତ ଶର୍ମା (ଅଧିନାୟକ), ଟ୍ରାଭିସ୍ ହେଡ୍, ଫିଲ୍ ସଲ୍ଟ, ବାବର ଆଜମ, ନିକୋଲାସ୍ ପୁରନ୍, ସିକନ୍ଦର ରାଜା, ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ୍ ଖାନ, ୱାନିନ୍ଦୁ ହସରଙ୍ଗା, ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂହ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    11 %
    0.9kmh
    5 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ