Wednesday, October 23, 2024
21.7 C
Odisha

    ଆଉ ୬ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

    ଆଗକୁ ପଢନ୍ତୁ

    ବିଜେଡି ପରେ ବିଜେପି ମଧ୍ୟ ଓଡ଼ିଶାର ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଟକର ବାରବାଟୀ ଏବଂ ବରୀ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ତେବେ ଉଭୟ ଆସନ ମଧ୍ୟରୁ ଗୋଟିଏ ଆସନରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଟିକେଟ ମିଳିବା ନେଇ ଅ।ଶା କରାଯାଉଥିବା ବେଳେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କଟକ ବାରବାଟୀରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ ଦେଇଥିବା ବେଳେ ବିଜେପି ବରୀରୁ ଉମେଶ ଜେନାଙ୍କୁ ପ୍ରାର୍ଥୀ କରିଛି ।

    କିଛି ସମୟ ତଳେ ବିଜେଡି ନିଜର ଶେଷ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ବର୍ତ୍ତମାନ ବିଜେପି ମଧ୍ୟ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ବିଜେପି ଘସିପୁରାରୁ ଶମ୍ଭୁନାଥ ରାଉତଙ୍କୁ ଟିଖେଟ ପ୍ରଦାନ କରିଥିବା ବେଳେ ଭୋଗରାଇରୁ ଆଶିଷ ପାତ୍ରଙ୍କୁ ପ୍ରାର୍ଥୀ ଭାବରେ ଟିକେଟ ଦେଇଛି । ସେହିପରି ଭଦ୍ରକ ଭଣ୍ଡାରୀପୋଖରୀ ପାଇଁ ସୁଧାଂଶୁ ନାୟକଙ୍କ ଉପରେ ପାର୍ଟି ଭରସା କରିଛି ଏବଂ ବେଗୁନିଆ ପାଇଁ ପ୍ରକାଶ ରଣବିଜୁଳିଙ୍କୁ ବିଜେପି ଟିକେଟ ଦେଇଛି । ତେବେ କେନ୍ଦ୍ରାପଡ଼ା ସାଂସଦଙ୍କ ପାଇଁ ଦୁଇଟି ଚର୍ଚ୍ଚିତ ଆସନ ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀ ଏବଂ କଟକର ବାରବାଟୀ ଆସନ ପାଇଁ ମଧ୍ୟ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବାରବାଟୀରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିଜେପି ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ଏବଂ ବରୀ ଆସନରେ ଉମେଶ ଜେନାଙ୍କୁ ଟିକେଟ ପ୍ରଦାନ କରିଛି ଭାରତୀୟ ଜନତା ପାର୍ଟି । ତେବେ ଉଭୟ ଆସନରେ ବିଜେପି ଟିକେଟ ଦେଇ ସାରିଥିବା ବେଳେ ପୁଣିଥରେ ଖାଲି ହାତ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ