Saturday, April 11, 2026
37.2 C
Odisha

    ଆଖି ଲାଲ ପଡୁଥିଲେ ଆପଣାନ୍ତୁ ହାତ ତିଆରି ହଳଦୀ ଡ୍ରପ୍, ଚୁଟକିରେ ଗାଏବ କରିବ ଏହି ସମସ୍ୟା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ଅନେକ ପ୍ରକାର ରୋଗ ଦେଖା ଦେଉଛି । ସେଥିମଧ୍ୟରୁ ଆଖି ସମସ୍ୟା ସାଧାରଣ ହୋଇଗଲାଣି । ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଆଖି ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହା ବର୍ତ୍ତମାନ ପିଢି ପାଇଁ ସମସ୍ୟା ସୃଷ୍ଟି କରୁଛି । ଯାହା ଚିନ୍ତାର ବିଷୟ ପାଲଟିଛି । ସେଥିପାଇଁ ଡ଼ାକ୍ତରମାନେ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

    ହଳଦୀକୁ ନିତ୍ୟ ବ୍ୟବହୃତ ସାମଗ୍ରୀ ହୋଇଥାଏ । ଯାହାକୁ ବିଶେଷ କରି ଭାରତୀୟମାନେ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା ଛଡ଼ା ହଳଦୀକୁ ମଧ୍ୟ ଆୟୁର୍ବେଦିକ ଔଷଧ ଜଣାଯାଇଥାଏ । ଏହା କେବଳ ଖାଦ୍ୟର ସ୍ବାଦ ଏବଂ ରଙ୍ଗକୁ ବଢାଇ ନଥାଏ । ବରଂ ଅନେକ ରୋଗରୁ ମୁକ୍ତି ଦେଇଥାଏ ।

    ବର୍ତ୍ତମାନ ସମୟରେ ଅଧିକାଂଶ ପିଲା କିମ୍ବା ଲୋକ ମୋବାଇଲ, ଲାପଟପ୍ ବେଶୀ ମାତ୍ରାରେ ବ୍ୟବହାର କରୁଛନ୍ତି । ଯାହା ଦେଖିବାରେ ସମସ୍ୟା ସୃଷ୍ଟି କରିଥାଏ । ସେଥିରୁ ବାହାରୁ ଥିବା ଲାଇଟ୍ ଆଖିକୁ କ୍ଷତି ପହଞ୍ଚାଇଥାଏ । ତେବେ ଆପଣଙ୍କ ଏକ ଘରୋଇ ଆଖି ଡ୍ରପ୍ ସମ୍ପର୍କରେ କହିବୁ ଯାହା ଆଖି ରୋଗରୁ ମୁକ୍ତି କରିବାରେ ସହାୟକ ହେବ ।

    ଯଦି ଆଖିକୁ ନେଇ ସମସ୍ୟା ରହିଛି ତେବେ ହଳଦୀରେ ତିଆରି ଆଖି ଡ୍ରପ୍ ଲାଭବାନ ହୋଇଥାଏ । ଯାହା ଆପଣଙ୍କ ଅନେକ ଆଖି ସମସ୍ୟାକୁ ଦୂର କରିଥାଏ । ଓପ୍ଟିକ ନର୍ଭ ଯୋଗୁଁ ଆଖିର ଦ୍ରୁଷ୍ଟିକୁ କ୍ଷତି ପହଞ୍ଚିଥାଏ । ସେଥିପାଇଁ ହଳଦୀ ଫଳପ୍ରଦ ହୋଇଥାଏ ।

    ହଳଦୀ ଆଖିର ଲେନ୍ସରେ ଅକ୍ସିଡେସନ ହ୍ରାସ କରେ। ଏହା ଆଖିର ପାୱାରକୁ ବଢାଇଥାଏ । ଯାହା ଦ୍ବାରା ଜଣେ ବ୍ୟକ୍ତି ସ୍ପଷ୍ଟ ଭାବେ ଦେଖିପାରେ । ହଳଦୀରେ ଭିଟାମିନ୍ ଏବଂ ଖଣିଜ ଲବଣ ଭରପୁର ମାତ୍ରାରେ ଥାଏ । ଯାହା ଆଖି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏହି ହଳଦୀ ତିଆରି ଆଖି ଡ୍ରପକୁ ଦିନକୁ ଦୁଇ ଥର ବ୍ୟବହାର କରିବା ଦ୍ବାରା ଆଖି ଫୁଲିବା ଏବଂ ପାଣି ଆସିବା ଭଳି ସମସ୍ୟାଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଏହା କୁଣ୍ଡେଇ ହେବା, ଆଖି ପୋଡିବା ଏବଂ ଲାଲ ହେବାରୁ ମୁକ୍ତି ମିଳିଥାଏ ।

    ଯଦି ଆଖିରୁ ସବୁବେଳେ ମଇଳା ବାହାରୁଛି ଏବଂ ଯନ୍ତ୍ରଣା ପାଇଁ ହଳଦୀ ଲଗାଇବା ଦ୍ବାରା ଲାଭପ୍ରଦ ହୋଇଥାଏ । ଏହି ଡ୍ରପ୍ ପକାଇବା ଦ୍ବାରା ମଇଳା ଦୂର କରେ ଏବଂ ଜୀବାଣୁକୁ ମାରି ଦେଇଥାଏ । ଯାହାକୁ ନିୟମିତ ବ୍ୟବହାର କରିବା ଦ୍ବାରା ପରବର୍ତ୍ତୀ ସମୟରେ ଚଷମା ପିନ୍ଧିବାଠାରୁ ଦୂରରେ ରଖାଯାଇପାରିବ । ଆଖିରେ କୌଣସି ଉଡା ପୋକ ପଡିଗଲେ ଏହି ହଳଦୀ ତିଆରି ଡ୍ରପକୁ ମଧ୍ୟ ବ୍ୟବହାର କରିପାରିବେ । ତେବେ ଏହାକୁ କିପରି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା ।

    ଏହାକୁ ତିଆରି କରିବା ପାଇଁ, ଅଧ ଲିଟର ପାଣିରେ ଗୋଟିଏ ଚାମଚ ହଳଦୀ ଫୁଟାନ୍ତୁ। ଯେତେବେଳେ ଏକ ଚତୁର୍ଥାଂଶ ପାଣି ରହିଯାଏ, ଏହାକୁ ଟିକେ ଥଣ୍ଡା କରନ୍ତୁ ଏବଂ ଏକ ସୂକ୍ଷ୍ମ କପଡା ସାହାଯ୍ୟରେ ଛାଣନ୍ତୁ। ଏବେ ଏହାକୁ ଥଣ୍ଡା କରନ୍ତୁ। ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଏହାକୁ ଗୋଟିଏ ସପ୍ତାହ ପାଇଁ ସଂରକ୍ଷଣ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ