Friday, March 20, 2026
21 C
Odisha

    ଆଜି ଆଗତ ହେବ ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଧେୟକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଧେୟକକୁ ଆଜି ଲୋକସଭାରେ ଆଗତ କରିବା ଲାଗି କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏଥିପାଇଁ ବିଜେପି ଏହାର ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ଲାଗି ହୁଇପ୍‌ ଜାରି କରିଛି। ଏକ ଦେଶ, ଏକ ନିର୍ବାଚନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ସରକାର ଲୋକସଭାରେ ସମ୍ବିଧାନ (୧୨୯ତମ ସଂଶୋଧନ) ବିଧେୟକ, ୨୦୨୪ ଓ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଧେୟକକୁ ଆଗତ କରିବେ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହାକୁ ଆଗତ କରିବେ। ବିଧେୟକ ଆଗତ ପରେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବ। ସୋମବାର ଏହି ବିଧେୟକକୁ ଲୋକସଭାରେ ଆଗତ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଶେଷ ମୂହୁର୍ତ୍ତରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ। ଗତ ଗୁରୁବାର ଏହି ବିଧେୟକ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଥିଲା। ଦେଶରେ ଏକକାଳୀନ ଲୋକସଭା ନିର୍ବାଚନ ସହିତ ବିଧାନସଭା ଓ ଅନ୍ୟ ନିର୍ବାଚନ କରିବା ଲାଗି ଏହି ବିଧେୟକ ପ୍ରସ୍ତୁତ କରାଯାଇଛି। ପ୍ରସ୍ତାବ ଅନୁଯାୟୀ ଦେଶରେ ଲୋକସଭା, ବିଧାନସଭା, ପୌର ଓ ପଞ୍ଚାୟତ ନିର୍ବାଚନକୁ ୧୦୦ ଦିନ ମଧ୍ୟରେ ଶେଷ କରାଯିବ। ସଂସଦରେ ଏହି ବିଧେୟକ ଗୃହୀତ କରାଇବା ଲାଗି ସରକାରଙ୍କୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    56 %
    1.1kmh
    100 %
    Fri
    33 °
    Sat
    33 °
    Sun
    34 °
    Mon
    35 °
    Tue
    37 °

    ସମ୍ବନ୍ଧିତ