Sunday, March 22, 2026
20.3 C
Odisha

    ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ତୃତୀୟ ପାଳିର ଏହା ହେଉଛି ପ୍ରଥମ ବଜେଟ୍। ଦିନ ୧୧ଟାରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫ ୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ ଜଗତ ପର୍ଯ୍ୟନ୍ତ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। ସରକାର ମୁଦ୍ରାସ୍ପୀତି ଓ ଟିକସ କ୍ଷେତ୍ରରେ ବଡ ଘୋଷଣା କରିପାରନ୍ତି। ସକାଳ ସାଢେ ୮ଟା ବେଳେ ଅର୍ଥମନ୍ତ୍ରୀ ନିଜ ବାସଭବନରୁ ନର୍ଥ ବ୍ଲକ ଅଭିମୁଖେ ବାହାରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଟିମ୍ ସହ ରାଷ୍ଟ୍ରପତିଙ୍କ ବାସଭବନକୁ ଯିବେ ଏବଂ ରାଷ୍ଟ୍ରପତିଙ୍କୁ ବଜେଟର ନକଲ ପ୍ରଦାନ କରିବେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସେ ମନ୍ତ୍ରଣାଳୟକୁ ଫେରିବେ। ଏବଂ ପୂର୍ବାହ୍ନ ୯ଟାରେ ନର୍ଥ ବ୍ଲକର ଗେଟ୍ ନମ୍ବର ୨ରେ ଫଟୋ ସୁଟ୍ କରାଯିବାର କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ