Monday, April 13, 2026
36.6 C
Odisha

    ଆଜି କୋଲକାତା – ଚେନ୍ନାଇ ମୁକାବିଲା

    ଆଗକୁ ପଢନ୍ତୁ

    କୋଲକାତା : ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୫ର ୫୭ତମ ମ୍ୟାଚ କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ଇଡେନ ଗାର୍ଡେନରେ ଖେଳାଯିବ। କୋଲକାତା ପ୍ଲେ ଅଫ ଦୌଡରେ ରହିଥିବାରୁ ଉକ୍ତ ମ୍ୟାଚକୁ ଜିତି ଆଗକୁ ବଢିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ଚେନ୍ନାଇ ସୁପରକିଙ୍ଗ୍‌ସ ସମ୍ମାନ ରକ୍ଷା ନେଇ ଖେଳିବ। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧିନ କୋଲକାତା ନାଇଟ୍‌ ରାଇଡର୍ସ ୧୧ଟି ମ୍ୟାଚରୁ ୫ଟି ବିଜୟ, ୫ଟି ପରାଜୟ ଓ ଗୋଟିଏ ଡ୍ର ସହ ୧୧ ପଏଣ୍ଟ ପାଇଛି। ଦଳ ନିକଟରେ ରହିଥିବା ଅବଶିଷ୍ଟ ୩ଟି ମ୍ୟାଚ ଗୁରୁତ୍ବପୂର୍ଣ୍ଣ। ପ୍ଳେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଦଳକୁ ଚେନ୍ନଇ ବିପକ୍ଷ ମ୍ୟାଚକୁ ଜିତିବା ଜରୁରୀ। ଶେଷ ମ୍ୟାଚରେ ଦଳ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ୧ରନରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଆନ୍ଦ୍ର ସେଲ ବିସ୍ଫୋରକ ବ୍ୟାଟିଂ କରି ୫୭ରନ କରିଥିଲେ। ଅଙ୍ଗକ୍ରିସ ରଘୁବଂଶୀ, ଅଜିଙ୍କ୍ୟ ରାହାଣେ, ରେହମାନଉଲ୍ଲା ଗୁର୍‌ବାଜ ମଧ୍ୟ ରନ କରିଥିଲେ। ରିଙ୍କୁ ସିଂହ ବଡ ସ୍କୋର କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି। ସୁନୀଲ ନାରାୟଣ ଅସ୍ଥିର ପ୍ରଦର୍ଶନ କରୁଛନ୍ତି। ଭେଙ୍କଟେଶ ଆୟର ମଧ୍ୟ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରିନାହାନ୍ତି। ଦଳର ବ୍ୟାଟିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିବାକୁ ହେଲେ ରିଙ୍କୁ ଓ ଭେଙ୍କଟେଶଙ୍କୁ ରନ କରିବାକୁ ପଡ଼ିବ। ବୈଭବ ଆରୋରା, ହର୍ଷିତ ରାଣା ଦ୍ରୁତ ବୋଲିଂ ଭାର ସମ୍ଭାଳୁଥିବାବେଳେ ବରୁଣ ଚକ୍ରବର୍ତ୍ତୀ ନିୟମିତ ୱିକେଟ ନେଇଛନ୍ତି। ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ମୋଇନ ଅଲ୍ଲୀ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ବୋଲିଂ ଓ ବ୍ୟାଟିଂ ବିଭାଗରେ ଦଳ ସ୍ଥିର ପ୍ରଦର୍ଶନ କରୁଥିବାରୁ ଚେନ୍ନାଇ ବିପକ୍ଷରେ ପ୍ରଦର୍ଶନକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଚେନ୍ନାଇ ସୁପରକିଙ୍ଗ୍‌ସ ୧୧ଟି ମ୍ୟାଚରୁ ମାତ୍ର ୨ଟି ବିଜୟ ହାସଲ କରିଥିବାବେଳେ ୯ଟି ପରାଜିତ ହୋଇଛି। ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ବିଫଳ ହେଉଛି। ଦଳ ଶେଷ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ୨ରନରେ ପରାଜିତ ହୋଇଥିଲା। ଆୟୁଷ ମାହାତ୍ରେ ୯୪ ଓ ରବୀନ୍ଦ୍ର ଜାଡେଜା ୭୭ରନ କରିଥିଲେ ମଧ୍ୟ ଦଳ ପରାଜିତ ହୋଇଥିଲା। ସେକ୍‌ ରସିଦ ଓପନିଂରେ ଆଶାଜନକ ପ୍ରଦର୍ଶନ କରିପାରୁନାହାନ୍ତି। ଦାୱଦ ବ୍ରେଭିସ ଓ ଶିଭମ ଦୁଦେ ବଡ଼ ଇନିଂସ ଖେଳିବାରେ ବିଫଳ ହେଉଛନ୍ତି। ବୋଲିଂ ବିଭାଗରେ ଖଲିଲ ଅହମ୍ମଦ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ରବୀନ୍ଦ୍ର ଜାଡେଜା, ସାମ କୁରାନ, ମାଥିଶା ପାଥିରାଣା ସେଭଳି ପ୍ରଭାବୀ ପ୍ରଦର୍ଶନ କରିପାରୁନାହାନ୍ତି। ଦଳକୁ କୋଲକାତା ବିପକ୍ଷରେ ବିଜୟୀ ହେବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚରେ କଲକାତା ୮ ୱିକେଟରେ ଚେନ୍ନାଇକୁ ପରାସ୍ତ କରିଥିଲା। କୋଲକାତା ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ଆଶାବାଦୀ ରହିଥିବାବେଳେ ଚେନ୍ନଇ ପ୍ରତିଶୋଧ ଲକ୍ଷ୍ୟ ନେଇ ଖେଳିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ​‌ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ କୋଲକାତା ନାଇଟ୍‌ ରାଇଡର୍ସ ୩ଟି ଓ ଚେନ୍ନାଇ ସୁପରକିଙ୍ଗ୍‌ସ ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ