Sunday, March 15, 2026
29.6 C
Odisha

    ଆଜି ଜାରି ହେବ ବିଜେପିର ତୃତୀୟ ସଂକଳ୍ପ ପତ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୩ୟ ସଂକଳ୍ପ ପତ୍ର ଜାରି କରିବୋ ବିଜେପି ଏହାର ତୃତୀୟ ସଂକଳ୍ପ ପତ୍ରରେ ଅନେକ ବଡ଼ ବଡ଼ ଯୋଜନା ପାଇଁ ପ୍ରତିଶ୍ରୁତି ଦେଇପାରୋ ଏହାର କିଛି ଦିନ ପରେ ଦଳ ଏହାର ୪ର୍ଥ ସଂକଳ୍ପ ପତ୍ର ଜାରି କରିପାରେ ବୋଲି ଆଶା କରାଯାଉଛିା ଏହି ଅବସରରେ ଦିଲ୍ଲୀର ୭ ଜଣ ସାଂସଦ ଏବଂ ଦିଲ୍ଲୀ ବିଜେପିର ବରିଷ୍ଠ ନେତା ଉପସ୍ଥିତ ରହିବୋ ବିଜେପିର ଏହି ସଂକଳ୍ପ ପତ୍ରରେ ୪ଟି ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯିବା ଏହା ସହ ଦିଲ୍ଲୀବାସୀଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପ୍ରତିଶ୍ରୁତି ମଧ୍ୟ ସାମିଲ ରହିବ। ଯଥା –

    1. ବିଦ୍ୟୁତ୍: ଦିଲ୍ଲୀରେ ୩୦୦ ୟୁନିଟ୍ ବିଦ୍ୟୁତ୍ ସମ୍ପର୍କିତ ବିଜେପି ପକ୍ଷରୁ ଏକ ବଡ଼ ଘୋଷଣା ସମ୍ଭବ।

    2. ଯମୁନା ସ୍ୱଚ୍ଛତା: ଯମୁନା ନଦୀ ସଫା କରିବା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ। ପ୍ରଦୂଷଣ ଋତୁରେ ସାଧାରଣ ପରିବହନକୁ ଏକ ମଡେଲ ବ୍ୟବସ୍ଥା ଭାବରେ ବିକଶିତ କରିବା ପାଇଁ ପ୍ରତିଶୃତି ଦିଆଯିବ।

    3. ରାସ୍ତା: ଯଦି ବିଜେପି ସରକାର ଗଠନ ହୁଏ, ତେବେ ଦିଲ୍ଲୀର ଖରାପ ରାସ୍ତାଗୁଡ଼ିକୁ ରାଜପଥ ପରି ନିର୍ମାଣ କରାଯିବ।

    4. ପାଣି ସମସ୍ୟା: ଏହି ସଂକଳ୍ପ ପତ୍ରରେ ସ୍ୱଚ୍ଛ ପାଣି ସମ୍ପର୍କରେ ଏକ ବଡ଼ ପ୍ରତିଶ୍ରୁତି ମଧ୍ୟ ଦିଆଯିବ। ଦିଲ୍ଲୀ ଆଖପାଖ ଅଞ୍ଚଳରେ ବିଜେପି ଏକ ବନ୍ଧ ନିର୍ମାଣ କରିବାକୁ ପ୍ରସ୍ତାବ ଦେବ, ଯାହା ପାଣି ସଂରକ୍ଷଣ କରିବ ଏବଂ ଦିଲ୍ଲୀରେ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବ।

    ସାଧାରଣ ସଭାକୁ ସମ୍ବୋଧନ: ଘୋଷଣାପତ୍ର ପ୍ରକାଶ କରିବା ପରେ ଅମିତ ଶାହ ତ୍ରିନଗର ଏବଂ ଆଦର୍ଶ ନଗରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ନିର୍ବାଚନ ପ୍ରଚାର ସମୟରେ ଅମିତ ଶାହ ପୂର୍ବରୁ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି।ନିକଟରେ ସେ ବସ୍ତି ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ଏହି ସମ୍ମିଳନୀରେ, ବିଜେପି ପକ୍ଷରୁ ବସ୍ତି ଅଞ୍ଚଳରେ ଛଅ ମାସ ରହିବା ଏବଂ ବସ୍ତିର ବିକାଶ ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା।

    ପ୍ରଥମ ସଂକଳ୍ପ ପତ୍ରରେ କ’ଣ ପ୍ରତିଶ୍ରୁତି ଦିଆଯାଇଥିଲା ?

    ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜାନୁଆରୀ ୧୭ ତାରିଖରେ ସଂକଳ୍ପ ପତ୍ରର ପ୍ରଥମ ଅଂଶ ପ୍ରକାଶ କରିଥିଲେ।ଏଥିରେ ମହିଳା ସମୃଦ୍ଧି ଯୋଜନା ଆକାରରେ ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ପ୍ରଦାନ କରିବା, ବୃଦ୍ଧାବୃଦ୍ଧମାନଙ୍କୁ 10 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରିବା ଏବଂ ଦିଲ୍ଲୀ ସରକାରଙ୍କ ଦ୍ୱାରା ବିଦ୍ୟୁତ୍ ଏବଂ ପାଣି ଉପରେ ସବସିଡି ଭଳି ଯୋଜନା ଜାରି ରଖିବା ଘୋଷଣା କରାଯାଇଥିଲା।ଏହା ସହିତ, ନଡ୍ଡା ଗର୍ଭବତୀ ମହିଳାଙ୍କ ପାଇଁ ୨୧୦୦୦ ଟଙ୍କା ଏବଂ ୬ଟି ପୁଷ୍ଟିସାର କିଟ୍ ଘୋଷଣା କରିଥିଲେ।

    ଦ୍ୱିତୀୟ ସଂକଳ୍ପରେ ଘୋଷଣା –
    ବରିଷ୍ଠ ବିଜେପି ସାଂସଦ ଅନୁରାଗ ଠାକୁର ଏହି ସଂକଳ୍ପ ପତ୍ରର ଦ୍ୱିତୀୟ ଭାଗ ପ୍ରକାଶ କରିଥିଲେ। ଏଥିରେ ଗରିବ ଶ୍ରେଣୀର ପିଲାମାନଙ୍କ ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ଅଟୋ ଚାଳକମାନଙ୍କ ପାଇଁ କଲ୍ୟାଣ ବୋର୍ଡ ପ୍ରତିଷ୍ଠା ଏବଂ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଏବଂ ରିହାତି ହାରରେ ଯାନବାହନ ବୀମା ଘୋଷଣା କରାଯାଇଥିଲା।ବିଜେପିର ଏହି ପ୍ରତିଶ୍ରୁତି ଏବଂ ସଂକଳ୍ପ ପତ୍ରକୁ ଆଗାମୀ ନିର୍ବାଚନରେ ​​ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ପାଇଁ ଏକ ଚ୍ୟାଲେଞ୍ଜ ଭାବରେ ଦେଖାଯାଉଛି। ଏବେ ଦେଖିବାକୁ ବାକି ରହିଲା ଯେ ଦିଲ୍ଲୀର ଲୋକମାନେ ଏହି ପ୍ରତିଶ୍ରୁତିଗୁଡ଼ିକୁ କେତେ ପରିମାଣରେ ଗ୍ରହଣ କରନ୍ତି।ଏହା ଫେବୃଆରୀ ୮ ତାରିଖରେ ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.6 ° C
    29.6 °
    29.6 °
    31 %
    2.3kmh
    100 %
    Sun
    31 °
    Mon
    38 °
    Tue
    38 °
    Wed
    38 °
    Thu
    36 °

    ସମ୍ବନ୍ଧିତ