Saturday, May 16, 2026
25.9 C
Odisha

    ଆଜି ପୁରା ରାଜ୍ୟରେ ବର୍ଷିବ, କାଳବୈଶାଖୀ ପାଇଁ ଓଡ଼ିଶାକୁ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଆଜି କାଳବୈଶାଖୀ ପାଇଁ ଓଡ଼ିଶାକୁ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି । ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିଭଳି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ ଏବଂ ମୟୂରଭଞ୍ଜରେ ପ୍ରବଳ କୁଆପଥର ବର୍ଷା ସମ୍ଭାବନା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାକି ସମସ୍ତ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ଘଣ୍ଟାପ୍ରତି ପବନର ବେଗ ୫୦ରୁ ୬୦ କିମି ଛୁଇଁପାରେ । ବାକି ଜିଲ୍ଲା ଗୁଡ଼ିକରେ ପବନର ବେଗ ୩୦ରୁ ୫୦ କିମି ବେଗରେ ରହିବ ।

    ସେହିଭଳି ଆସନ୍ତାକାଲି ମଧ୍ୟ ପୁରା ରାଜ୍ୟରେ ଲାଗି ରହିବ କାଳବୈଶାଖୀ ବର୍ଷା । ପ୍ରଭାବରେ ପୁରା ରାଜ୍ୟରେ ବର୍ଷିବ । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ଆସନ୍ତା ୬ରୁ ୭ ଦିନ ମଧ୍ୟରେ ଦିନ ତାମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନି। ଆଜି ଉତ୍ତର ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହିତ ଝଡ଼ ବର୍ଷା ହେବାର ସମ୍ଭାବନା ଅଧିକ ରହିବ। ଏହାର ପ୍ରଭାବରେ ବଙ୍ଗୋପସାଗର ଅଶାନ୍ତ ରହିବାର ସମ୍ଭାବନା ରହିଛି । ଫଳରେ ଆଜି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ନକରିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.9 ° C
    25.9 °
    25.9 °
    87 %
    1.7kmh
    59 %
    Sat
    41 °
    Sun
    42 °
    Mon
    45 °
    Tue
    46 °
    Wed
    44 °

    ସମ୍ବନ୍ଧିତ