Tuesday, May 5, 2026
23.4 C
Odisha

    ପୋଷ୍ଟ ଅଫିସ୍ ନିୟମରେ ବଡ଼ ପରିବର୍ତ୍ତନ, ଟଙ୍କା ଉଠାଇବା ଆଉ ହେବନି ସହଜ

    ଆଗକୁ ପଢନ୍ତୁ

    ପୋଷ୍ଟ ଅଫିସ୍ ଏକ ନୋଟିଫିକେସନ୍ ଜାରି କରିଛି । ପୋଷ୍ଟ ଅଫିସ୍ ନିୟମରେ ୨ ବଡ଼ ପରିବର୍ତ୍ତନ ହୋଇଛି । ପ୍ୟାନ୍ କାର୍ଡ ବିନା ଟଙ୍କା ଜମା କିମ୍ବା ଉଠାଣ କରିପାରିବେ ନାହିଁ ଆକାଉଣ୍ଟଧାରକ ।ଏକ ଫର୍ମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଆୟକର ଆଇନ ପକ୍ଷରୁ ଏହି ୨ ଟି ନିୟମରେ ପରିବର୍ତ୍ତନ କରାଯାଇଛି ।

    ସୂଚନାନୁଯାୟୀ, ଏବେ ପୋଷ୍ଟ ଅଫିସର ଯୋଜନା ହେଉ କିମ୍ବା ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କରେ ରେଜିଷ୍ଟ୍ରେସନ୍ ପାଇଁ ଆକାଉଣ୍ଟଧାରକମାନଙ୍କର ପ୍ୟାନ୍ କାର୍ଡକୁ ବାଧ୍ୟତାମୂଳକ କରିଦିଆଯାଇଛି । ପ୍ୟାନ୍ କାର୍ଡ ବିନା ଟଙ୍କା ଜମା କରିବା ଏବଂ ଉଠାଇବା ଅସମ୍ଭବ । ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିବା, ଟଙ୍କା ଜମା କରିବା, ଟଙ୍କା ଉଠାଣ, ଫିକ୍ସଡ୍ ଡିପୋଜିଟ୍ ସମେତ ଅନ୍ୟାନ୍ୟ କାରବାର ପାଇଁ ପ୍ୟାନ୍ କାର୍ଡ ନମ୍ବର ପ୍ରଦାନ କରିବା ବାଧ୍ୟତାମୂଳକ । ଏହି ଆବଶ୍ୟକ ଆୟକର ନିୟମ ୨୦୨୬ର ୧୫୯, ୧୬୦, ୧୬୧, ୨୧୧ ଏବଂ ୨୩୭ ଅଧୀନରେ ଆସେ । ସ୍ବଚ୍ଛତାକୁ ଉନ୍ନତ କରିବା , ଉଚ୍ଚ-ମୂଲ୍ୟ କାରବାର ଉପରେ ନଜର ରଖିବା ଏବଂ ପୋଷ୍ଟ ଅଫିସ୍ ସଞ୍ଚୟ ନେଟୱାର୍କ ମଧ୍ୟରେ ଟିକସ ଚୋରୀ ସମ୍ଭାବନାକୁ କମ୍ କରିବା ହେଉଛି ଏହି ପଦକ୍ଷେପର ଲକ୍ଷ୍ୟ ।

    ଏଥିସହ ଯେଉଁମାନଙ୍କର ପ୍ୟାନ୍ କାର୍ଡ ନାହିଁ ସେମାନଙ୍କ ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପ୍ୟାନ କାର୍ଡ ନଥିବା ଜମାକାରୀମାନେ ଏବେ ଫର୍ମ ୬୦ ବଦଳରେ ଫର୍ମ ୯୭ ପୂରଣ କରି ଦାଖଲ କରିବେ । ଏହି ଫର୍ମରେ ଜମାକାରୀଙ୍କ ନାମ ଏବଂ ଠିକଣା, କାରବାରର ପ୍ରକାର ଏବଂ କାରବାର ଯାଞ୍ଚ କରୁଥିବା ସହାୟକ ଡକ୍ୟୁମେଣ୍ଟ ରହିବା ଜରୁରୀ । ପ୍ୟାନ୍ କାର୍ଡ ନମ୍ବର ବିନା ଟଙ୍କା ଜମା କିମ୍ବା ଉଠାଣ ଏବଂ ଟିକସ ଚୋରୀ ମଧ୍ୟରେ କାରବାରକୁ ସଠିକ୍ ଭାବେ ରେକର୍ଡ କରାଯାଇପାରିବ ବୋଲି ପୋଷ୍ଟ ଅଫିସଗୁଡିକୁ ଏହି ସୂଚନା ସଂଗ୍ରହ କରିବାର ଦାୟିତ୍ବ ଦିଆଯାଇଛି ।

    ଯଦି ଆଉ ଏକ ପରିବର୍ତ୍ତନ ସମ୍ପର୍କରେ କୁହାଯାଏ ତେବେ ଫର୍ମ ୧୫G ଏବଂ ୧୫H କୁ ଏକାଠି କରି ଗୋଟିଏ ଫର୍ମ ୧୨୧ କରିଦିଆଯାଇଛି । ପୂର୍ବରୁ, ସୁଧ ଉପରେ TDS କାଟରୁ ବଞ୍ଚିବା ପାଇଁ ୬୦ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଫର୍ମ ୧୫G ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଫର୍ମ ୧୫H ଦାଖଲ କରାଯାଉଥିଲା । କିନ୍ତୁ ଏବେ କେବଳ ୧୨୧ ଫର୍ମ ଦାଖଲ କରାଯିବ । ଏହାକୁ ପ୍ରତି ଆର୍ଥିକ ବର୍ଷରେ ଦାଖଲ କରିବାକୁ ପଡିବ । ଯେତେବେଳେ ଜମାକାରୀଙ୍କ ମୋଟ୍ ଆୟ ଶୂନ ହୋଇଥାଏ ସେତେବେଳେ ଏହି ନିୟମ ଲାଗୁ କରାଯିବ । ଏହି ପରିବର୍ତ୍ତନ ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    77 %
    3.1kmh
    100 %
    Tue
    23 °
    Wed
    37 °
    Thu
    39 °
    Fri
    39 °
    Sat
    40 °

    ସମ୍ବନ୍ଧିତ