Sunday, May 31, 2026
28.8 C
Odisha

    ତିନି ଲୋକରେ ଭ୍ରମଣ କରିବାକୁ ନାରଦଙ୍କୁ ଦିଆଯାଇଥିଲା ଅଭିଶାପ, ଜାଣନ୍ତୁ ରୋଚକ ତଥ୍ୟ

    ଆଗକୁ ପଢନ୍ତୁ

     

    ପୌରାଣିକ କଥା ଅନୁସାରେ ପ୍ରଜାପତି ଦକ୍ଷଙ୍କର ୫ ହଜାର ପୁଅ ଥିଲେ । ଯେଉଁମାନେ ହର୍ୟଶ୍ବ ନାମରେ ଜଣାଶୁଣା । ତାଙ୍କ ପୁଅମାନେ ସମ୍ପୂର୍ଣ୍ଣ ସୃଷ୍ଟି ଭ୍ରମଣ କରି ଭାର ଗ୍ରହଣ କରନ୍ତୁ ବୋଲି ଦକ୍ଷ ଚାହୁଁଥିଲେ । ଏହାରି ମଧ୍ୟରେ ଦେବର୍ଷି ନାରଦ ତାଙ୍କ ପାଖରେ ପହଞ୍ଚିଥିଲେ । ସେଠାରେ ସେ ହରିଶ୍ବରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ସେମାନଙ୍କ ପାଖରେ ନଥିଲା । ନାରଦ କହିଥିଲେ ଯେତେବେଳ ପର୍ଯ୍ୟନ୍ତ ପୃଥିବୀ ବିଷୟରେ କୌଣସି ଜ୍ଞାନ ନ ହୋଇଛି ସେତେବେଳ ଯାଏଁ କିଏ ଏହା ଉପରେ ଶାସନ କରିପାରିବ  । ସେ ଯୁବକମାନଙ୍କୁ ପ୍ରଥମେ ସଂସାରକୁ ବୁଝିବାକୁ ଏବଂ ସତ ଖୋଜିବାକୁ ପରାମର୍ଶ ଦେଲେ ।

    ନାରଦଙ୍କ କଥା ହର୍ୟଶ୍ବମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଯେଉଁଥି ପାଇଁ ସେମାନେ ଜ୍ଞାନ ଅନ୍ୱେଷଣ ପାଇଁ ବାହାରିଥିଲେ ଏବଂ ଘରକୁ ଫେରି ନଥିଲେ ।

    ତାଙ୍କ ପୁଅମାନେ ଘରକୁ ନ ଫେରିବାରୁ ଦକ୍ଷ ଦୁଃଖିତ ହୋଇଥିଲେ । ପରେ ସେ ଆହୁରି ହଜାର ପୁତ୍ରଙ୍କୁ ଜନ୍ମ ଦେଇଥିଲେ । ଯାହାର ନାଁ ଶଭାଳାଶ୍ବ ରଖିଥିଲେ । ଏଥର ତାଙ୍କ ପୁଅମାନେ ଦକ୍ଷଙ୍କର ଇଚ୍ଛା ପୂରଣ କରିବେ ବୋଲି ଆଶା ରଖିଥିଲେ । କିନ୍ତୁ ଯେତେବେଳେ ଶଭାଳାଶ୍ବମାନଙ୍କ ପାଖରେ ନାରଦ ପହଞ୍ଚିଲେ ସେମାନଙ୍କୁ ସମାନ ପରାମର୍ଶ ସେ ଦେଇଥିଲେ । ସେମାନେ ମଧ୍ୟ ସେମାନେ ଜ୍ଞାନ ଅନ୍ୱେଷଣ ପାଇଁ ବାହାରିଥିଲେ ଏବଂ ଘରକୁ ଫେରି ନଥିଲେ ।

    ବାରମ୍ବାର ଦକ୍ଷ ନିଜ ପୁଅମାନଙ୍କୁ ହରାଇବା ପରେ ସେ ଧର୍ଯ୍ୟ ଶୂନ୍ୟ ହୋଇଗଲେ । ସେ ପରେ ନାରଦଙ୍କୁ ପଚାରିଥିଲେ ଯେ, ଯଦି ସମସ୍ତେ ନିଜ ଘର ଏବଂ ପରିବାର ଛାଡି ଯାଆନ୍ତି ତେବେ ସୃଷ୍ଟି କେମିତି ଆଗକୁ ବଢିବ ଏବଂ ଜଗତ କିପରି ଚାଲିବ ?

    ନାରଦ ଉତ୍ତର ଦେଇଥିଲେ ସେ କାହାକୁ ବାଧ୍ୟ କରିନଥିଲେ । ସେ କେବଳ ସତ୍ୟର ରାସ୍ତା ଦେଖାଇଥିଲେ ।କିନ୍ତୁ ତାଙ୍କ ପୁଅମାନେ ଏହାକୁ ଅନୁସରଣ କରିବାକୁ ନିଜେ ନିଷ୍ପତ୍ତି ନେଇଥିଲେ । ଏହା ଶୁଣିବା ପରେ ଦକ୍ଷଙ୍କ କ୍ରୋଧ ଶାନ୍ତ ହୋଇନଥିଲା । ଫଳରେ ସେ ନାରଦଙ୍କୁ ଶାପ ଦେଇ କହିଥିଲେ ଯେ, ଯେମିତି ତାଙ୍କ ପୁଅମାନେ ସଂସାର ଭ୍ରମଣ କରିବାକୁ ଯାଇ ଫେରି ନଥିଲେ ସେମିତି ତୁମକୁ ମଧ୍ୟ ତିନି ଲୋକରେ ଭ୍ରମଣ କରିବାକୁ ପଡିବ । ଯେମିତି ତୁମକୁ ସ୍ଥାୟୀ ଠିକଣା ନ ମିଳୁ ।

    ଧାର୍ମିକ ମାନ୍ୟତା ଅନୁସାରେ, ଦକ୍ଷଙ୍କ ଏହି ଶାପ ଯୋଗୁଁ ନାରଦ ଗୋଟିଏ ସ୍ଥାନରେ କେବେ ବି ରୁହନ୍ତି ନାହିଁ । ସେ ସବୁବେଳେ ଭଗବାନଙ୍କ ନାଁ ଏବଂ ଧର୍ମ ଗାନ କରି ଗୋଟିଏ ଦୁନିଆରୁ ଅନ୍ୟ ଦୁନିଆକୁ ଭ୍ରମଣ କରୁଛନ୍ତି ।

    ପୌରାଣିକ କଥା ଅନୁସାରେ ଦକ୍ଷଙ୍କ ପତ୍ନୀ ପ୍ରସୂତି ଆଦିଶକ୍ତିଙ୍କ ଜଣେ ବଡ଼ ଭକ୍ତ ଥିଲେ । ସେ ଏବଂ ଦକ୍ଷ ବର୍ଷ ବର୍ଷ ଧରି ତପସ୍ୟା କରିଥିଲେ । ସେମାନଙ୍କ ଭକ୍ତିରେ ଖୁସି ହୋଇ , ଆଦିଶକ୍ତି ସେମାନଙ୍କ କନ୍ୟା ଭାବରେ ଜନ୍ମ ନେବାକୁ ପ୍ରତିଜ୍ଞା କରିଥିଲେ । ଗୋଟିଏ ସମୟରେ ପ୍ରସୂତି ଏକ ତେଜସ୍ବୀ କନ୍ୟାକୁ ଜନ୍ମ ଦେଲେ । ଯାହାର ନାମ ସତୀ ରଖିଥିଲେ । ସତୀଙ୍କ ଦ୍ବାରା ଉଚ୍ଚାରିତ ପ୍ରଥମ ଶବ୍ଦ ଶିବ ଥିଲା ବୋଲି ବିଶ୍ବାସ କରାଯାଏ । ପରେ ସତୀ ଭଗବାନ ଶିବଙ୍କୁ ବିବାହ କରିଥିଲେ । ଯାହାର କାହାଣୀ ହିନ୍ଦୁ ଧର୍ମରେ ବିଶେଷ ଗୁରୁତ୍ବ ରଖେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.8 ° C
    28.8 °
    28.8 °
    68 %
    1.6kmh
    17 %
    Sun
    37 °
    Mon
    40 °
    Tue
    41 °
    Wed
    43 °
    Thu
    44 °

    ସମ୍ବନ୍ଧିତ