Saturday, February 8, 2025
30 C
Odisha

    ଆଜି ରାଜ୍ୟ କ୍ୟାବିନେଟ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ୭ରୁ ଉର୍ଦ୍ଧ୍ବ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା । ତେବେ ଆଜିର ବୈଠକରେ କେଉଁ ସବୁ ନିଷ୍ପତ୍ତି ନିଆଯିବ । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ମିଳିଥିବା ଖବର ଅନୁସାରେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ କ୍ୟାବିନେଟ୍‌ର ମୋହର ।ଅନ୍ୟପଟେ ଫେବ୍ରୁୟାରୀ ୧୩ ରୁ ଆରମ୍ଭ ହେବ ବିଧାନ ସଭା ଅଧିବେଶନ । ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ । ବଜେଟ୍ ଅଧିବେଶନରେ ସମୁଦାୟ ୨୮ ଟି କାର୍ଯ୍ୟ ଦିବସ ରହିଛି । ଫେବ୍ରୁଆରୀ ୧୭ରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ଉପସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିବେ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୨୧ ଯାଏ ଚାଲିବାକୁ ଥିବା ବେଳେ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ଯାଏ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଫେବୃଆରୀ ୨୨ ରୁ ମାର୍ଚ୍ଚ ୬ ଯାଏ ଅଧିବେଶନ ବନ୍ଦ ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    17 %
    2.8kmh
    2 %
    Sat
    32 °
    Sun
    33 °
    Mon
    34 °
    Tue
    36 °
    Wed
    37 °

    ସମ୍ବନ୍ଧିତ