Saturday, July 27, 2024
24.8 C
Odisha

    ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଓଡିଶାର ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡାରେ ଆୟୋଜିତ ବିଶାଳ ଜନସଭାରେ ଦିଆଯାଇଥିବା ଉଦବୋଧନର ମୁଖ୍ୟ ବିନ୍ଦୁ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡା, ତା.୨୯/୦୫: ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଧବାର ଦିନ ଓଡିଶାର ମୟୁରଭଂଜ, ବାଲେଶ୍ୱର ଓ କେନ୍ଦ୍ରାପଡାରେ ଆୟୋଜିତ ବିଶାଳ ଜନସଭା ଗୁଡିକୁ ସମ୍ବୋଧିତ କରି ରତ୍ନଭଣ୍ଡାର ପରିଚାଳନାରେ ଅପାରଦର୍ଶିତା, ଦୁର୍ନୀତି ସହିତ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ନାମ ବଦଳାଇ ରାଜ୍ୟରେ ଲାଗୁ କରୁଥିବାରୁ ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ। ଏହା ସହିତ ସେ ମୋଦୀ ସରକାର ଦ୍ୱାରା କରାଯାଇଥିବା ଜନ କଲ୍ୟାଣକାରୀ କାର୍ଯ୍ୟ ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଗୁଡିକରେ କେନ୍ଦ୍ରାପଡାରୁ ବିଜେପି ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବାଲେଶ୍ୱରର ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମୟୁରଭଂଜର ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ତଥା ବିଧାନସଭା ପ୍ରାର୍ଥୀ ଓ ପାର୍ଟୀର ବରିଷ୍ଠ ନେତା ତଥା ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

    ଶ୍ରୀ ମୋଦି କହିଛନ୍ତି, ପୂରା ଦେଶର ଲୋକଙ୍କ ଉତ୍ସାହ କହୁଛି ଯେ, ତୃତୀୟ ଥର ସୁଦୃଢ ମୋଦି ସରକାର ସରକାର ଗଠନ ହେବା ନିଶ୍ଚିତ ଅଟେ । ପାଂଚ ଦଶକ ପରେ ଦେଶ ଲଗାତର ତୃତୀୟ ଥର ପୂର୍ଣ୍ଣ ବହୁମତ ସରକାର ଗଠନର ନିର୍ଣ୍ଣୟ ନେଇଛି । ଲୋକେ ଯେଉଁ ବିକାଶ ଦଶନ୍ଧି ଯାଏ ଦେଖିନଥିଲେ ସେହି ବିକାଶ ଗତ 10 ବର୍ଷରେ ଦେଖିବାକୁ ମିଳୁଛି । 2014ରେ ଭାରତ ବିଶ୍ୱର 11ତମ ବଡ ଅର୍ଥବ୍ୟବସ୍ଥା ଥିଲା, କିନ୍ତୁ ଆଜି ଭାରତ ବିଶ୍ୱର 5ମ ବଡ ଆର୍ଥିକ ଶକ୍ତି ପାଲଟିଛି । 10 ବର୍ଷ ପୂର୍ବରୁ ଦେଶରେ ସ୍ୱଚ୍ଛତାର ସୀମା ମାତ୍ର 40 ପ୍ରତିଶତ ଥିଲା, କିନ୍ତୁ ଆଜି ଆମେ ଶହେ ପ୍ରତିଶତ ଲକ୍ଷ୍ୟରେ ପହଂଚିବାକୁ ଯାଉଛୁ । 10 ବର୍ଷ ପୂର୍ବରୁ ପ୍ରାୟ ଅଧା ଦେଶବାସୀଙ୍କୁ ହିଁ ଏଲପିଜିର ସୁବିଧା ଉପଲବ୍ଧ ଥିଲା, ଆଜି ପ୍ରାୟ ଶହେ ପ୍ରତିଶତ ଘରେ ମହିଳାଙ୍କୁ ବିଷାକ୍ତ ଧୂଆଁରୁ ମୁକ୍ତି ମିଳିସାରିଛି । 2014 ଯାଏ ଦେଶର ପ୍ରାୟ 75 ପ୍ରତିଶତ ଗ୍ରାମାଂଚଳର ଘରକୁ ନଳ ଯୋଗେ ଜଳର ସୁବିଧା ଉପଲବ୍ଧ ହେଉନଥିଲା, କିନ୍ତୁ ଆଜି ପ୍ରାୟ 75 ପ୍ରତିଶତ ଘରକୁ ନଳ ଯୋଗେ ଜଳ ପହଂଚାଯାଉଛି । ମୋଦି ଦେଶବାସୀଙ୍କୁ ମାଗଣା ଶସ୍ୟ ପ୍ରଦାନ କରିଛନ୍ତି ଏବଂ ଆଗାମୀ 5ବର୍ଷ ଯାଏ ଏହି ଯୋଜନା ଜାରି ରହିବ । ଏହି ସମସ୍ତ କାର୍ଯ୍ୟ କେବଳ ଟ୍ରେଲର ଅଟେ ।
    ମାନନୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ୱର ଧାନ, ପାନ ଓ ମୀନର ମାଟି ଅଟେ । ଏଠାକାର ପାନ ବନାରସ ଓ ବାଲେଶ୍ୱରକୁ ଯୋଡିଥାଏ । ପୂରା ଦେଶର ଏହି ଅଦ୍ଭୁତପୂର୍ବ ଭରସା 10 ବର୍ଷର ସଶକ୍ତ ଟ୍ରାକ ରେକର୍ଡରେ ଅଛି ଏବଂ ଆମର ବାଲେଶ୍ୱର ମିସାଇଲ୍ ସିଟି ଅଟେ । 10 ବର୍ଷରେ ଭାରତର ମିସାଇଲ୍ କ୍ଷମତା ଅନେକ ଗୁଣା ବୃଦ୍ଧି ପାଇଛି । ଆଜି ଆମେ ବ୍ରହ୍ମୋସ ମିସାଇଲ ବିଦେଶକୁ ରପ୍ତାନୀ କରୁଛି । 10 ବର୍ଷ ପୂର୍ବରୁ ଲୋକଙ୍କୁ ଲାଗୁଥିଲା ଯେ ଦୁର୍ନୀତିକୁ ରୋକିବା ଅସମ୍ଭବ ଅଟେ । 10 ବର୍ଷରେ ବିନା ଘୋଟାଲା ସରକାର ଆମେ ଚଳାଇଛୁ । 10 ବର୍ଷ ପୂର୍ବରୁ ଲାଗୁଥିଲା ଯେ, ଆତଙ୍କବାଦ ଥମିବ ନାହିଁ । ଆମେ ଦେଶର ବଡ ସହରକୁ ବୋମା ବିସ୍ଫୋରଣରୁ ମୁକ୍ତ କରି ଦେଖାଇଛୁ । କେହି ବି ଭାବିନଥିଲେ ଯେ, ଜମ୍ମୁକଶ୍ମୀରରେ ଶାନ୍ତି ଫେରିବ । ଆମେ 370ର ପ୍ରାଚୀର ଭାଙ୍ଗିଛୁ । ଆଜି ସେଠାରେ ମତଦାନ ହେଉଛି । କୋଟି କୋଟି ରାମଭକ୍ତ, ରାମକାର୍ଯ୍ୟରେ ଜଡିତ କାରସେବକ ବି ଅଯୋଧ୍ୟାରେ ମନ୍ଦିରର ଆଶା ଛାଡିସାରିଥିଲେ । ଆଜି 5ଶହ ବର୍ଷର ଅପେକ୍ଷା ଶେଷ ହୋଇଛି । ଆମର ରାମଲଲା ଟେଂଟରୁ ବାହାରି ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି । 10 ବର୍ଷ ପୂର୍ବରୁ ଲୋକଙ୍କୁ ଲାଗୁଥିଲା ଯେ, ଘୋଟାଲାକୁ ରୋକିବା ଅସମ୍ଭବ ଅଟେ । 10 ବର୍ଷରେ ବିନା ଘୋଟାଲାର ସରକାର ଆମେ ଚଳାଇଛୁ । ମୋଦି ସରକାର ଏବେ ଯାଏ ଯେଉଁ କାମ କରିଛି, ତାହା କେବଳ ଏକ ଟ୍ରେଲର ଅଟେ, ଆଗାମୀ 5 ବର୍ଷରେ ବିକାଶ ଓ ବିଶ୍ୱାସକୁ ଆହୁରି ଗତି ମିଳିବ । ଦେଶ ପ୍ରତି କ୍ଷେତ୍ରରେ ଆତ୍ମନିର୍ଭରତାର ଉଡାଣ ଭରିବ ।
    ଶ୍ରୀ ମୋଦି କହିଛନ୍ତି ଯେ, ଓଡିଶାରେ ଯେଉଁଠି ପାଦ ରଖିବେ, ସେଠାରେ ପ୍ରାକୃତିକ ସଂପଦ ଓ ସମୃଦ୍ଧି ରହିଛି । ଓଡ଼ିଶା କେବଳ ଏଥିପାଇଁ ଗରିବ ଅଟେ, କାରଣ ଏହାକୁ ପୂର୍ବରୁ କଂଗ୍ରେସର ନେତାମାନେ ଲୁଟିଛନ୍ତି ଏବଂ 25 ବର୍ଷରୁ ବିଜେଡି ନେତା ଲୁଟୁଛନ୍ତି । ବିଜେପିର ଡବଲ ଇଂଜିନ ସରକାର ଓଡ଼ିଶାରେ ବିକାଶ ଗତିକୁ ଦୁଇଗୁଣା କରିବ । ଓଡ଼ିଶାର ଲୋକେ ଜାଣନ୍ତି ଯେ, ବିଜେଡିକୁ ଭୋଟ ଦେବାର ମାନେ ହେଇଛି ନିଜ ଭୋଟ ବରବାଦ କରିବା । ଏବେ ସେମାନଙ୍କୁ ବିଜେଡି ଉପରେ ଭରସା ନାହିଁ । ଓଡ଼ିଶାରେ ନୂଆ ଇଣ୍ଡଷ୍ଟ୍ରି କଥା ଛାଡନ୍ତୁ ପୂର୍ବରୁ ଯେଉଁ ଇଣ୍ଡଷ୍ଟ୍ରି ଥିଲା ତାହା ବି ବନ୍ଦ ହୋଇଯାଇଛି । ବର୍ଷ ବର୍ଷ ଏଠାରେ ରାସ୍ତା ନିର୍ମାଣ ହୋଇନି, ରେଲୱେ ସଂଯୋଗୀକରଣ ଓ ବନ୍ଦର ସଂଯୋଗୀକରଣ ହୋଇପାରିନି । ଯେଉଁ କାମ ହୋଇଛି, ସେଥିରୁ ଅଧିକ କାମ 10 ବର୍ଷରେ ବିଜେପି ସରକାର କରିଛି । ନୀଳଗିରି ରେଲୱେ ଷ୍ଟେସନରୁ ଟ୍ରେନ ଚାଲୁନଥିଲା, କିନ୍ତୁ ବିଜେପି ସାଂସଦ ଚୟନ ହେବା ପରେ ଏବେ ଟ୍ରେନ ସୁବିଧା ହୋଇଯାଇଛି । ଏଠାରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବା ପରେ ହିଁ ସମସ୍ତ ସାମୁଦ୍ରିକ ତଟର କାୟାକଳ୍ପ କରିବାର କାମ କରାଯିବ ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଗାମୀ 5 ବର୍ଷ ଭାରତର ବିକାଶ ପାଇଁ ଅଦ୍ଭୁତପୂର୍ବ ଉପଲବ୍ଧିର ହେବ, ଆଗାମୀ 5 ବର୍ଷରେ ଭାରତ ବିଶ୍ୱର ତୃତୀୟ ବଡ ଆର୍ଥିକ ଶକ୍ତି ପାଲଟିବ । ଆଗାମୀ 5ବର୍ଷରେ ଅନେକ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବ, ସୁନ୍ଦର ହାଇୱେ, ଏକ୍ସପ୍ରେସ ୱେ ଓ ରେଲୱେର ପୂରା କାୟାକଳ୍ପ ହେବାକୁ ଯାଉଛି ଏବଂ ଏହାର ସିଧା ଲାଭ ଓଡ଼ିଶା ପରି ଦେଶର ପୂର୍ବ ଭାଗକୁ ହେବ । ଓଡ଼ିଶା ବି ବିଜେଡିର 25 ବର୍ଷର ରାଜ ଉପରେ ପୂର୍ଣ୍ଣ ବିରାମ ଲଗାଇବାକୁ ସ୍ଥିର କରିଛି । ମୁଁ ଏଠାକାର ଲୋକଙ୍କ ଠାରୁ ଆଶୀର୍ବାଦ ନେବାକୁ ଓ ନିମନ୍ତ୍ରଣ ଦେବାକୁ ଆସିଛି ଯେ, ଜୁନ 10ରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ଆଜି ପୂରା ଓଡ଼ିଶା ଏହା କହୁଛି ଯେ, ‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡିଆ ହେବେ’, ଓଡ଼ିଶାର କୋଣ ଅନୁକୋଣରେ ଗୋଟିଏ ହିଁ କଥା ଚାଲୁଛି ଯେ, ଓଡ଼ିଶାର ଲୋକଙ୍କୁ ମୋଦିର ଗ୍ୟାରେଂଟି ଦରକାର । ମୟୂରଭଂଜର ଏହି ମାଟି ନାରୀ ସଶକ୍ତିକରଣର ମାଟି ଅଟେ, ଏବେ ଯାଏ ମୟୂରଭଂଜର ଜୟ ଜୟକାର ଏଥିପାଇଁ ହେଉଥିଲା, କାରଣ ମାଆ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣୁଥିଲେ କିନ୍ତୁ ଏବେ ମୟୂରଭଂଜର ଝିଅ 140 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶର ନେତୃତ୍ୱ ନେଉଛି । ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଦେଶର ତିନି ସେନାର କମାଣ ସମ୍ଭାଳୁଛନ୍ତି । ବିଜେପି ସରକାର ଆଦିବାସୀ ଗୌରବ, ଆଦିବାସୀ କଲ୍ୟାଣ ପାଇଁ ସମର୍ପିତ ଭାଗରେ କାମ କରୁଛି । ଶ୍ରଦ୍ଧେୟ ଅଟଳଜୀଙ୍କ ସରକାରରେ ଆଦିବାସୀ ମନ୍ତ୍ରାଳୟର ଗଠନ କରାଯାଇଥିଲା ଏବଂ ବିଜେପି ହିଁ ସାନ୍ତାଳୀ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ କରିଥିଲା ।
    ଶ୍ରୀ ମୋଦି କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡାଙ୍କ ଗାଁକୁ ଯାଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ ମୋଦି ଅଟେ । ମୋଦି ସରକାର ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଘୋଷଣା କରିଛି, ଆଦିବାସୀ କଲ୍ୟାଣର ବଜେଟ 5ଗୁଣା ବୃଦ୍ଧି କରିଛି, ପ୍ରଥମ ଥର ସେହି ଜନଜାତିଙ୍କ ପାଇଁ ଚିନ୍ତା କରି ଏହି ସବୁ କରିଥିବା ଦେଶର ପ୍ରଧାନସେବକ ମୋଦି ଅଟେ । ପଛୁଆ ଲୋକଙ୍କ ପାଇଁ 24 ହଜାର କୋଟି ଟଙ୍କା ମୂଲ୍ୟରେ ପିଏମ ଜନମନ ଯୋଜନା ଆରମ୍ଭ କରାଯାଇଛି, ଯାହା ମାଧ୍ୟମରେ ଓଡ଼ିଶାରେ ବି ଅତିପଛୁଆ ଆଦିବାସୀ ଜାତିଙ୍କ ପାଇଁ ପକ୍କା ଘର, ସ୍କୁଲ, ହସ୍ପିଟାଲ ଓ ରାସ୍ତା ନିର୍ମାଣ କରଯିବ । ଗତ 10 ବର୍ଷରେ ଆଦିବାସୀ ଅଂଚଳରେ ଏକଲବ୍ୟ ଆଦିବାସୀ ବିଦ୍ୟାଳୟର ବଡ ନେଟୱର୍କ ସ୍ଥାପିତ କରାଯାଇଛି ଏବଂ ମୟୂରଭଂଜରେ ବି ଅନେକ ଏକଲବ୍ୟ ଆବାସୀୟ ବିଦ୍ୟାଳୟ ଚାଲୁଛି । ଓଡ଼ିଶା ବିଜେପି ଦ୍ୱାରା ଆରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାର ସାରା ଦେଶରେ ବହୁତ ଚର୍ଚ୍ଚା ହେଉଛି, ଯାହା ଅଧୀନରେ ଭଉଣୀମାନଙ୍କୁ ବହୁତ ସହାୟତା ମିଳିବ । ମୋଦିର 3 କୋଟି ମାଆ ଭଉଣୀଙ୍କୁ ଲକ୍ଷପତି ଦିଦି କରିବାର ଗ୍ୟାରେଂଟି ଅଛି ଏବଂ ଏହାଦ୍ୱାରା ଓଡ଼ିଶାର ଲକ୍ଷଲକ୍ଷ ଭଉଣୀଙ୍କୁ ସିଧା ଲାଭ ମିଳିବାକୁ ଯାଉଛି ।
    ଆଦରଣୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଜେପି ସରକାର ଲୋକଙ୍କ ବିଜୁଳି ବିଲ ଶୂନ୍ୟ କରିବା ପାଇଁ କାମ କରୁଛି । ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ଅଧୀନରେ ମୋଦି ସରକାର ଲୋକଙ୍କ ଘର ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ 75ହଜାର ଟଙ୍କା ପ୍ରଦାନ କରିବ ଏବଂ ଏଥିରୁ ଉତ୍ପାଦନ ହେଉଥିବା ବିଜୁଳି ଲୋକେ ମାଗଣା ବ୍ୟବହାର କରିପାରିବେ ଏବଂ ଏଥିରୁ ଅଧିକ ବିଜୁଳିକୁ ସରକାରଙ୍କୁ ବିକ୍ରି କରି ଆୟ ବି କରିପାରିବେ । ଏହି ଅଂଚଳରେ ଶାଳପଟା, ସବାଇ ଘାସ ଓ କେନ୍ଦୁପତ୍ର ପରି ଜଙ୍ଗଲ ଉତ୍ପାଦନ କାମରେ ଅନେକ ପରିବାର ଯୋଡି ହୋଇଛନ୍ତି । ଓଡ଼ିଶାରେ ବିଜେପି ସରକାର ଗଠନ ହେବା ମାତ୍ରେ ହିଁ ଧାନ କ୍ରୟ 3100 ଟଙ୍କା ପ୍ରତି କ୍ୱିଣ୍ଟାଲ ମୂଲ୍ୟରେ କରାଯିବ ଏବଂ କେନ୍ଦ୍ରର ବନ-ଧନ ଯୋଜନାକୁ ବି ଓଡ଼ିଶାରେ ଠିକ ଭାବେ ଲାଗୁ କରାଯିବ । ଜୁନ 10ରେ ଯେତେବେଳେ ବିଜେପି ସରକାର ଗଠନ ହେବ ଏବଂ ଓଡ଼ିଶାର ଝିଅ କିମ୍ବା ପୁଅ ଶପଥ ନେବେ ସେତେବେଳେ ଏକ ସ୍ପେଶାଲ କମିଟି ଗଠନ ହେବ । ଏହି କମିଟି ଯାଂଚ କରିବ ଯେ, ବର୍ଷକ ମଧ୍ୟରେ ହିଁ ନବୀନ ବାବୁ ସ୍ୱାସ୍ଥ୍ୟ ଏଭଳି ଖରାପ କେମିତି ହୋଇଗଲା । ତଦନ୍ତ କରି ସମସ୍ତ ସତ୍ୟତା ଦେଶ ଓ ଓଡ଼ିଶା ସମ୍ମୁଖକୁ ଆଣିବ । ବିଜେଡି ସରକାର ମତ୍ସ୍ୟଜୀବୀ ସାଥୀଙ୍କ ପାଇଁ କିଛି କରିନି, ଏଠାରେ ମାଛର ଏତେ ବଡ ମାର୍କେଟ ରହିଛି, କିନ୍ତୁ ଭିତ୍ତିଭୂମିର ନିର୍ମାଣ ବେକାର ହୋଇଛି ।
    ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କୁ ଖୁବ ଲାଭ ହେବ । ବିଜେପି ସରକାର ହେଉଛି ପ୍ରଥମ ସରକାର ଯିଏ ମତ୍ସ୍ୟଜୀବୀ ମାନଙ୍କ ପାଇଁ ଅଲଗା ମନ୍ତ୍ରଣାଳୟ ଗଠନ କରିଥିଲା। ବିଜେପି ସରକାର ମତ୍ସ୍ୟଜୀବୀ ମାନଙ୍କର ବୀମାକୁ 2 ଲକ୍ଷ ଟଙ୍କାରୁ ବଢାଇ 5 ଲକ୍ଷ କରିଛି । ଆଗାମୀ ପାଂଚ ବର୍ଷରେ ଫିସରିଜ ସେକ୍ଟରକୁ ଆହୁରି ମଜବୁତ କରାଯିବ। ବିଜେପି ସରକାର ମତ୍ସଜୀବୀ ମାନଙ୍କୁ ଦଶ ହଜାର ଟଙ୍କାର ଗ୍ୟାରେଂଟି ଦେଇଛି।
    କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ୪ ଜୁନ୍ ପରେ ଓଡିଶା ବିକାଶର ଏକ ନୂଆ ଯାତ୍ରାରେ ବାହାରିବାକୁ ଯାଉଛି । ଆଜି ମୁଁ ଆପଣଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି ଓ ଆପଣଙ୍କୁ ୧୦ ଜୁନ୍ ର ନିମନ୍ତ୍ରଣ ଦେବାକୁ ଆସିଛି । ୧୦ ଜୁନ୍ ରେ ଭାଜପାର ମୁଖ୍ୟମନ୍ତ୍ରୀ ଓଡିଶାରେ ଶପଥ ନେବେ, ଯିଏ ଏହି ମାଟିରେ ବଢିଥିବା ଏଠିକାର ବ୍ୟକ୍ତି ହୋଇଥିବ । ୧୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ଭାରତରେ ଦୁନିଆର ସବୁଠୁ ବଡ ଦୁର୍ନୀତିର ଖବର ଆସୁଥିଲା କିନ୍ତୁ ଗତ ୧୦ ବର୍ଷରେ ସବୁଠୁ ବଡ ଓ ସବୁଠୁ ଉଚ୍ଚା ନିର୍ମାଣର ଖବର ଆସୁଛି । ଆଜି ଦୁନିଆର ସବୁଠୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ଭାରତରେ ଅଛି, ସବୁଠୁ ବଡ ଅଫିସ୍ ବିଲ୍ଡିଂ ଭାରତରେ ଅଛି, ଏସିଆର ସବୁଠୁ ବଡ ସମୁଦ୍ର ସେତୁ ମଧ୍ୟରୁ ଗୋଟିଏ ଅଟଳ ସେତୁ ଆଜି ଭାରତରେ ଅଛି , ଦୁନିଆର ସବୁଠୁ ବଡ ମଧ୍ୟରୁ ଗୋଟିଏ ଅଟଳ ଟନେଲ ଭାରତରେ ଅଛି । ଭାଜପା ସରକାର ୧୦ ବର୍ଷରେ ନୂଆ ସଂସଦ ଭବନ ନିର୍ମାଣ କରି ଦେଶକୁ ସମର୍ପିତ କରିଛି ଓ ଶହୀଦଙ୍କ ପାଇଁ ନ୍ୟାସନାଲ ୱାର ମେମୋରିଆଲ ନିର୍ମାଣ କରିଛି । ୪ ଜୁନ୍ ପରେ ଯେଉଁ ୬ ମାସ ଅଛି . ସେଥିରେ ଦେଶ ବିକାଶର ନୂଆ ଗତି ଧରିବ । ଏହା ବ୍ୟତୀତ ଏହି ୬ ମାସ ରାଜନୀତିରେ ମଧ୍ୟ ବଡ ଝଡ ଆସିବାକୁ ଯାଉଛି ।
    ଆଦରଣୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେ ବି ପରିବାରବାଦୀ ଦଳଗୁଡିକ ଅଛି ସେମାନଙ୍କ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନିରାଶା ଚରମ ସୀମାରେ ରହିଛି । ବାରମ୍ବାର ଫେଲ ହେଉଥିବା ପରିବାରବାଦୀ ନେତାମାନଙ୍କୁ ସମାନଙ୍କ ଲୋକମାନେ ହିଁ ପ୍ରଶ୍ନ ପଚାରୁଛନ୍ତି । ଏଥିପାଇଁ ଆଗାମୀ ୬ ମାସରେ ପରିବାରବାଦୀ ଦଳ ଗୁଡିକ ମଧ୍ୟରେ ଛିନ୍ ଛତ୍ର ଅବସ୍ଥା ଦେଖିବାକୁ ମିଳିବ । ଆଗାମୀ ୫ ବର୍ଷ ଦ୍ରୁତ ବିକାଶ ଓ ଉତ୍ତମ ଉପଲବ୍ଧିର ହେବ, ଭାରତକୁ ଗୋଲାମଗିରି ମାନସିକତାରୁ ମୁକ୍ତ କରିବୁ, ଭାରତର ସଂସ୍କୃତି ଓ କ୍ଷମତା ଦୁନିଆ ସାରାରେ ଚମକିବ । ଓଡିଶା ଭାରତକୁ ବିକଶିତ କରିବା ପାଇଁ ଭୋଟ୍ ଦେଇଛି , ଭ୍ରଷ୍ଟାଚାର ହଟାଇବା ପାଇଁ ଭୋଟ୍ ଦେଇଛି, ମହାପ୍ରଭୂଙ୍କ ରତ୍ନ ଭଣ୍ଡାରକୁ ନେଇ ଆଶଙ୍କାଗୁଡିକୁ ହଟାଇବା ପାଇଁ ଭୋଟ୍ ଦେଇଛି । ଭାଜପାର ସରକାର ଗଠନ ପରେ ଶ୍ରୀ ଜଗନ୍ନାଥ ମନ୍ଦିରର ସମସ୍ତ ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ , ଏଥିପାଇଁ ଓଡିଶା ଭାଜପାକୁ ଭୋଟ୍ ଦେଉଛି । ଓଡିଶାର ବହୁମୁଖୀ ବିକାଶ ମୋର ପ୍ରତିବଦ୍ଧତା ଅଟେ । ଜନତାଙ୍କ ଜୀବନ ସହଜ ହେଉ, ଚିନ୍ତା ଦୂର ହେଉ, ଏହା ମୋଦୀର ସଂକଳ୍ପ । ଓଡିଶାରେ ପାଣି ଅଛି କିନ୍ତୁ ଚାଷୀର ଜମି ଶୁଖିଲା ପଡିଛି ଓ ଏହି ସ୍ଥିତି ବଦଳାଇବା ପାଇଁ ଓଡିଶାର ଜନତା ପରିବର୍ତ୍ତନ ପାଇଁ ଭୋଟ୍ ଦେଇଛି । ଓଡିଶାର ଜନତା ଭାଜପାର ମାଗଣା ଚାଉଳ ଯୋଜନାରେ ମଧ୍ୟ ବିଜେଡିର ଲୁଟ୍ କୁ ଶେଷ କରିବା ପାଇଁ ଭୋଟ୍ କରୁଛି ।
    ଶ୍ରୀ ମୋଦୀ କହିଛନ୍ତି ଯେ ଓଡିଶାର ଜନତା ବିଜେଡି ଉପରେ ୨୫ ବର୍ଷ ଭରସା କରିଛି, କିନ୍ତୁ ବିଜେଡି ସର୍ବଦା ଜନତାଙ୍କ ଭରସା ଭାଙ୍ଗିଛି । ବିଜେଡି ସରକାର ଆଦିବାସରମାନଙ୍କ ଜମି ହଡପ୍ କରିବା ପାଇଁ ଆଇନ୍ ନେଇ ଆସିଥିଲା , କିନ୍ତୁ ଭାଜପାର ଚାପରେ ବିଜେଡି ସରକାରକୁ ସେହି ଆଇନ୍ ଫେରାଇ ନେବାକୁ ପଡିଲା । ବିଜେଡି ସରକାର ଓଡିଶାର ଖଣିଜ ସମ୍ପଦକୁ ମଧ୍ୟ ଲୁଟିବାର କାମ କରିଛି । ବିଜେଡି ମୋଦୀ ସରକାର ଦ୍ୱାରା ପଠା ଯାଉଥିବା ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରେ ମଧ୍ୟ ହେରଫେର କରିଛି । ଲୋକ କହୁଛନ୍ତି ଯେ ଓଡିଶାର ଲୁଟ୍ ର ପଇସା ବିଦେଶ ପର୍ଯ୍ୟନ୍ତ ଠାଯାଉଛି । ମୋଦୀ ଲୁଟ୍ ପଇସାର ଗୋଟିଏ ଗୋଟିଏ ଟଙ୍କାକୁ ଖୋଜି ବାହାର କରିବ । ମୋଦୀର ଗ୍ୟାରେଣ୍ଟି ଯେ ଯିଏ ଯିଏ ଜନତାଙ୍କୁ ଲୁଟିଛନ୍ତି ତାକୁ ଫେରାଇବାକୁ ହିଁ ପଡିବ ଏବଂ ଲୁଟିଥିବା ବ୍ୟକ୍ତି ଜୀବନ ସାରା ଜେଲରେ ଚକି ପେସିବେ । ଯେଉଁ ବିଜେଡି ନେତାମାନଙ୍‌କ ପାଖରେ କେବେ ସାଇକେଲ ବି ନଥିଲା ଆଜି ସେମାନଙ୍କ ପାଖରେ ମହଙ୍ଗା ବଡ ଗାଡି ଅଛି । ଏହି ଲୋକମାନେ ଚାଷୀଙ୍କ ସହକାରୀ ସମିତିରେ ମଧ୍ୟ ଦୁର୍ନୀତି କରିଦେଲେ । ବିଜେଡିର ନେତାମାନେ ଚାଷୀଙ୍କ ନାଁରେ ଠକେଇ କରି ଲୋନ୍ ନେଇଛନ୍ତି । ଜନତାଙ୍କ ସହ ଧୋକା କରିଥିବା ବ୍ୟକ୍ତି ପ୍ରତି କୌଣସି ସହାନୁଭୂତି ନାହିଁ ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେଡି ସରକାର ସବୁଠୁ ବଡ ଧୋକା ମହାପ୍ରଭୂ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ସହିତ କରିଛି । ଓଡିଶା ସମେତ ପୁରା ଦେଶ ଜାଣିବାକୁ ଚାହୁଁଛି ଯେ ରତ୍ନ ଭଣ୍ଡାରର ଚାବି କୁଆଡେ ଗଲା? ଯାଂଚ ରିପୋର୍ଟରେ କାହା ନାଁ ଅଛି?ଓଡିଶାରେ ଭାଜପା ସରକାର ହେବା ପରେ ବିଜେଡି ସରକାର ଲୁଚାଇଥିବା ରିପୋର୍ଟର ଖୁଲାସା କରାଯିବ । ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତିତ ଅଛନ୍ତି କାରଣ ଗତ ୧ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହୋଇଗଲା । ନବୀନ ବାବୁଙ୍କ ନିକଟତର ମାନେ କହୁଛନ୍ତି ଯେ ନବୀନ ବାବୁ ନିଜେ କିଛି କରିପାରୁନାହାନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବା ପଛରେ କୌଣସି ଷଡଯନ୍ତ୍ର ମଧ୍ୟ ଥାଇପାରେ । ଓଡିଶାର ଲୋକଙ୍କୁ ଏହା ଜାଣିବାର ଅଧିକାର ଅଛି ଯେ କଣ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କୌଣସି ଷଡଯନ୍ତ୍ର ରହିଛି କି ? ଏହି ଷଡଯନ୍ତ୍ରର ପରଦ ପଛରେ କ୍ଷମତା ଭୋଗ କରୁଥିବା ଲବିର ହାତ ନାହିଁ ତ ? ଓଡିଶାରେ ଭାଜପା ସରକାର ଆସିବା ପରେ ଏକ ସ୍ପେଶାଲ କମିଟିର ଗଠନ କରାଯିବ ଏବଂ ନବୀନ ବାବୁଙ୍କ ଅଚାନକ ସ୍ୱାସ୍ଥ୍ୟ ବିଗିଡିବାକୁ ନେଇ ସମସ୍ତ ତଥ୍ୟକୁ ଖୋଜିକରି ବାହାର କରାଯିବ ।
    ଶ୍ରୀ ମୋଦୀ କହିଛନ୍ତି ଯେ ଓଡିଶା ନିକଟରେ ପାଣି ଅଛି ଓ ଆଦିବାସୀ ଅଂଚଳ ହୋଇ ପାଣି ବହିଥାଏ କିନ୍ତୁ ତେବେ ମଧ୍ୟ ଓଡିଶାର ଜନ ସାଧାରଣଙ୍କୁ ଜଳ ସେଚନର ସୁବିଧା ମିଳୁ ନାହିଁ । ବିଜେଡି ସରକାର 25 ବର୍ଷ ମଧ୍ୟରେ ଜଳସେଚନ ପାଇଁ କୌଣସି ବଡ କାମ କରି ନାହିଁ । କେନ୍ଦ୍ର ସରକାରଙ୍କ ଜଳସେଚନ ପ୍ରକଳ୍ପ ଗୁଡିକୁ ମଧ୍ୟ ଲଟକାଇ ରଖିଥିଲା। ସୁବର୍ଣରେଖା ପ୍ରକଳ୍ପ 1970 ରୁ ଚାଲିଥିଲା ହେଲେ ମୋଦୀ କୃଷି ଜଳସେଚନ ଯୋଜନା କରି ଅନେକ ପ୍ରକଳ୍ପ ଆରମ୍ଭ କଲା ଓ ପାଂଚ ବର୍ଷରେ ଏହା ପୂରା ମଧ୍ୟ ହୋଇ ଗଲା । ଡବଲ ଇଂଜିନ ସରକାର ଆସିବା ପରେ ଜଳସେଚନ ପ୍ରକଳ୍ପ ଗୁଡିକ କ୍ଷୀପ୍ର ଗତିରେ ପୂରା କରାଯିବ । ଏହା ହେଉଛି ମୋଦୀ ସରକାର ଯିଏ ବାଦାମ ପାହାଡ ଅଂଚଳରେ ଶହେ ବର୍ଷ ପରେ ଏକ୍ସପ୍ରେସ ଟ୍ରେନର ପରିଚାଳନା ଆରମ୍ଭ କରିଛି କିନ୍ତୁ ବିଜେଡି ସରକାର ରେଳ ପ୍ରକଳ୍ପ ଗୁଡିକୁ ଆଗକୁ ବଢିବାକୁ ଦେଉ ନାହିଁ ।
    ବିଜେପି ସରକାର ଗଠନ ହେବା ମାତ୍ରେ ଏଠାରେ ରେଳ କନେକ୍ଟିଭିଟି ପୂର୍ବ ଠାରୁ ଅଧିକ ଶକ୍ତିଶାଳୀ ହୋଇଯିବ କାରଣ ଆଗାମୀ ସମୟ ହେଉଛି ଓଡିଶାର ସମୟ ଓ ପୂର୍ବ ଭାରତର ସମୟ । ମୁଁ ଏଠାକାର ଜନ ସାଧାରମଙ୍କୁ ଲୋକସଭା ଓ ବିଧାନସଭାର ସମସ୍ତ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇ ସମସ୍ତ ପଦ୍ମ ବିଜେପିକୁ ଦେବା ପାଇଁ ଆଶୀର୍ବାଦ ମାଗିବାକୁ ଆସିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧାନସଭା ଓ ଲୋକସଭାର ସମସ୍ତ ପ୍ରାର୍ଥୀଙ୍କୁ ବିଜୟୀ କରାଇ ଓଡିଶା ଓ ଦେଶରେ ବିଜେପିର ସଂଖ୍ୟା ଗରିଷ୍ଠ ସରକାର ଗଠନ କରିବାକୁ ଅପିଲ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ