Thursday, October 15, 2026
23.2 C
Odisha

    ବିଜେପି ରାଜ୍ୟ ସଂଗଠନକୁ ମିଳିବ ନୂଆ ସଭାପତି!

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ନିର୍ବାଚନ ନେଇ ପୁଣି ଥରେ ପ୍ରକ୍ରିୟା ଜୋର ଧରିଛି। ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୭ ତାରିଖରେ ନାମାଙ୍କନପତ୍ର ଦାଖଲ ହେବ। ଜୁଲାଇ ୮ରେ ରାଜ୍ୟ ସଭାପତି ପାଇଁ ଭୋଟ୍‌ ହେବ। ଏନେଇସହ ନିର୍ବାଚନ ଅଧିକାରୀ ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ବିଜେପି ରାଜ୍ୟ ସଂଗଠନର ସଭାପତି ଭାବେ ମନମୋହନ ସାମଲ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି। ଗତ ବିଧାନସଭା ନିର୍ବାଚନରେ ସେ ଝାଳବୁହା ପରିଶ୍ରମ କରି ଦଳକୁ ବିଜୟୀ କରିବାରେ ମଧ୍ୟ ବଡ଼ ଭୂମିକା ତୁଲାଥିଲେ। ତାଙ୍କର ଉପରେ ଦଳର ଯଥେଷ୍ଟ ଭରସା ମଧ୍ୟ ଅଛି। କିନ୍ତୁ ଆଗାମୀ ସାଂଗଠନିକ ନିର୍ବାଚନରେ ଦଳର ନେତାମାନେ ମନମୋହନ ସାମଲକୁ ପୁଣି ଥରେ ବାଛିବେ ନା ନୂଆ ସଭାପତି ଚୟନ କରିବେ ତାହା ସମୟ କହିବ।
    ଯତୀନ ମହାନ୍ତି, ନିର୍ବାଚନ ଅଧିକାରୀ, ବିଜେପି
    ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ୨୦୨୪ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଏହାର ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସଭାପତି ଗତମାସ ୨୯ରେ ଆରମ୍ଭ ହୋଇ ଜୁଲାଇ ୧ ତାରିଖରେ ଶେଷ ହେବାର ଥିଲା। ହେଲେ କିଛି କାରଣ ପାଇଁ ଏହା ହୋଇ ପାରିନଥିଲା। ଏବେ ଆଉ ଥରେ ଆସନ୍ତା ୬ ତାରିଖ ଠାରୁ ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ତିନିଦିନ ମଧ୍ୟରେ ଏହାକୁ ଶେଷ କରାଯିବ। ୬ ତାରିଖରେ ମତଦାତା ସୂଚୀ ପ୍ରକାଶ ପାଇବ। ୭ ତାରିଖରେ ନାମାଙ୍କନପତ୍ର ଦାଖଲ ହେବ। ୮ ତାରିଖରେ ଏକାଧିକ ପ୍ରାର୍ଥୀ ଥିଲେ ପୂର୍ବାହ୍‌ଣ ୯ରୁ ୧୧ଟା ଯାଏଁ ଭୋଟ ହେବ। ଏହାପରେ ଫଳାଫଳ ଘୋଷଣା ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ